ଭୁବନେଶ୍ଵର, ବାଲିଅନ୍ତାର ଐତିହାସିକ ବାଲିକୁଦା ଗାଦି ଗୋସେଇଁ ଓ ନିକୁଞ୍ଜ ବିହାରୀଙ୍କ ଦୁଇଦିନିଆ ଦୋଳ ମେଳଣ ୨୯ ଓ ୩୦ ତାରିଖ ଦୁଇଦିନ ଧରି କୋଭିଡ଼ ନିୟମ ଅନୁପାଳନ ପୂର୍ବକ ବିନା ଦୋକାନ ବଜାର, ଆତସବାଜୀ ମଧ୍ୟରେ ପରମ୍ପରା ଆଧାରରେ ପାଳିତ ହୋଇଯାଇଛି । ହୋଲି ଦିନ ରାତିରେ ମେଳଣର ଥାନପତି ମଞ୍ଚେଶ୍ୱରର ମଞ୍ଚନାଥ ଦେବ, ଗୋପୀନାଥଦେବ ରସୁଲଗଡ଼, ନୀଳକଣ୍ଡେଶ୍ୱରଦେବ, ମଦନମୋହନଦେବ ଓ ଗୋପୀନାଥଦେବ, ଜୟପୁର, ଲକ୍ଷ୍ମୀନୃସିଂହଦେବ, ଭୁବନପୁର, ରାଧାମାଧବଦେବ ଓ ଗୋପୀନାଥଦେବ ନୂଆଗାଁ, ସ୍ଵପ୍ଟେଶ୍ୱରଦେବ ହରିଦାସପୁର, ରାଧାମାଧବଦେବ ହଂସପାଳ ଓ ଗୋପୀନାଥଦେବ ନହରକଣ୍ଟା ହୋଲିଦିନ ପ୍ରତ୍ୟୁଷରୁ ବିନା ବାଣ ରୋଷଣୀରେ ସଂକୀର୍ତ୍ତନ ଓ ଘଣ୍ଟବାଦ୍ୟ ସହ ମେଳଣ ପଡ଼ିଆରେ ଉପବେଶନ କରିଥିଲେ ।
୩୦ ତାରିଖରେ ସରକାରଙ୍କ କୋଭିଡ଼ ନିୟମକୁ ଅନୁପାଳନ ପୂର୍ବକ ଦୋକାନ, ବଜାର ଓ ମୀନାବଜାର ବାରଣ କରାଯାଇ ଜନଗହଳିକୁ ଏଡ଼ାଇ ସଂକୀର୍ତ୍ତନ, ଲଉଡ଼ିଖେଳ ମାଧ୍ୟମରେ ମେଳଣ ସମ୍ପାଦନ କରାଯାଇଥିଲା । ଲକ୍ଷେଶ୍ବର ଓ ଡାଳଖାଇ ସଂକୀର୍ତ୍ତନ ମହାମଣ୍ଡଳୀ ତରପରୁ ସଂକୀର୍ତ୍ତନ ଶୋଭାଯାତ୍ରା କରାଯାଇଥିବା ବେଳେ ଶ୍ରୀ ଶ୍ରୀ ନିକୁଞ୍ଜ ବିହାରୀ ଲଉଡ଼ି ଓ ରାମତାଳି ପରିଷଦ ଓ ଯାଦବସଂଘ ତରଫରୁ ଭୁବନପୁର, ଅଣ୍ଡିଲୋ, ପାଟଣା, ଡିହ ବାଲିଅନ୍ତା, ଜିତିକାର ସୁଆଁଲୋ, ରାମଚନ୍ଦ୍ରପୁର, କଳାରାହାଙ୍ଗ ଓ ପାଣ୍ଡରା ଲଉଡ଼ି ଦଳ ତରଫରୁ ସାମାଜିକ ଦୂରତା ରକ୍ଷା କରାଯାଇ ଲଉଡି, ରାମତାଳି ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହି ଉତ୍ସବରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଧର୍ମଗଡ଼ ବିଧାୟକ ମୌଷଧ ବାଗ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାଲିଅନ୍ତାର ବିଭିନ୍ନ ଗ୍ରାମର ମୁରବି ଦୋଳ ମେଳଣ କମିଟି, ମନ୍ଦିର ଟ୍ରଷ୍ଟ ବୋର୍ଡ, ସଂକୀର୍ତ୍ତନ ମହାମଣ୍ଡଳୀ, ବାଲିଅନ୍ତା ସରପଞ୍ଚ ଓ ଯାଦବ ସଂଘ ତରଫରୁ ଦିଲ୍ଲୀପ କୁମାର ସାହୁ, ଧୀରେନ୍ କର, ପ୍ରଭାତ କୁମାର କର, ଧନେଶ୍ବର ବେହେରା, କୃଷ୍ଣକେଶବ ଆପଟ୍ଟ, ବୈକୁଣ୍ଠ ରାଉତରାୟ, ପ୍ରସନ୍ନ କୁମାର ରାୟ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଠାକୁରଙ୍କୁ ଭୋଗଲାଗି କରାଯିବା ପରେ ମେଳଣ ଉଦ୍ୟାପିତ ହୋଇଥିଲା । ବାଲିଅନ୍ତା ଥାନା ତରଫରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିବଦ୍ଧ ବ୍ୟବସ୍ଥା କରାଯାଇଥିଲା ।
Post a Comment