ଭୁବନେଶ୍ୱର, ବୈଶ୍ୱିକ ମହାମାରୀ କରୋନା ବିରୋଧରେ ଲଢ଼େଇରେ ବିଶ୍ବବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି । ବ୍ୟାପକ ଜନ ସଚେତନତା ସୃଷ୍ଟି ସହିତ ସ୍ଥାନୀୟ ପ୍ରଶାସନର ସହଭାଗିତାରେ ବିଶ୍ଵବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ସଦୁପଯୋଗ ପାଇଁ ରାଜ୍ୟପାଳ ତଥା କୁଳପତି ପ୍ରଫେସର ଗଣେଶୀ ଲାଲ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ରାଜ୍ୟପାଳ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହ ଭର୍ଚୁଚୁଆଲ ମୋଡ଼ରେ ସ୍ଥିତିର ସମୀକ୍ଷା କରିବା ସହିତ କରୋନା ବିରୋଧୂ ଲଢ଼େଇରେ ପ୍ରଭାବଶାଳୀ କ୍ରିୟାଶୀଳ ଭୂମିକା ଗ୍ରହଣ କରିବାକୁ କହିଛନ୍ତି । ହୋର୍ଡ଼, ପ୍ରଚାରପତ୍ର ମାଧ୍ୟମରେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।
ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖୁ କୌଣସି ନୂତନ ନିର୍ମାଣ ନକରିବାକୁ ଓ ଆର୍ଥିକ ମିତବ୍ୟୟତାକୁ ଗୁରୁତ୍ବ ଦେବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକ୍ ସମୟରେ ସାର୍ଟିଫିକେଟ୍ ପ୍ରଦାନ, ଗବେଷଣାକୁ ପ୍ରୋତ୍ସାହନ ଓ ସ୍କଲାରମାନଙ୍କୁ ଗାଇଡ଼ ଆବଂଟନ, ପେସନ ମାମଲାର ତ୍ବରିତ ସମାଧାନ ଓ ଡ଼ିଜିଟାଲ ମାଧ୍ୟମରେ କାର୍ଯ୍ୟ ସଂପାଦନ ପାଇଁ ରାଜ୍ୟପାଳ କହିବା ସହ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।
ବିଶ୍ଵବିଦ୍ୟାଳୟରେ ଯୁବା ବିଭିନ୍ନ ମାମଲାର ଫଏସଲା, ବିଶେଷ କରି ପେସନ କେସ୍ଗୁଡ଼ିକର ତ୍ବରିତ । ଫଏସଲା ଉପରେ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଛନ୍ତି। ବିଶ୍ଵବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରି ସାଂପ୍ରତିକ ସ୍ଥିତି ଓ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ର, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।
Post a Comment