ଭୁବନେଶ୍ୱର, ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ଆୟୋଗଙ୍କ ତରଫରୁ ଉପ-ନିର୍ବାଚନ ତାରିଖ ଘୋଷଣା କରିଥିଲେ। ତଦନୁସାରେ ଆସନ୍ତା ମଇ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିଲା । କିନ୍ତୁ ଉକ୍ତ ଦିନ ଅର୍ଥାତ୍ ତା ୧୩-୦୫-୨୦୨୧ ରିଖରେ ଇଦ୍ଉଲ୍ ଫିତର ପର୍ବ ପଡ଼ୁଥିବାରୁ ଏବଂ ନିର୍ବାଚନ ଆୟୋଗ ଏ ସଂକ୍ରାନ୍ତରେ ନିର୍ବାଚନ ତାରିଖ ଘୁଞ୍ଚାଇବା ନିମନ୍ତେ ଅନେକ ଗୁଡ଼ିଏ ନିବେଦନ ପତ୍ର ପାଇ ଥିବାରୁ ଏ ସମସ୍ତ ଦିଗକୁ ବିଚାର କରି ନିର୍ବାଚନ ଆୟୋଗ ମଇ ୧୩ ତାରିଖରେ ହେବାକୁ ଥିବା ମତଦାନ ତାରିଖକୁ ଘୁଞ୍ଚାଇ ମଇ ୧୬ ତାରିଖକୁ ମତଦାନ ତାରିଖ ଭାବେ ଘୋଷଣା କରିଛନ୍ତି ଓ ମଇ ୧୯ ତାରିଖରେ ଭୋଟ ଗଣତି ହୋଇ ମଇ୨୧ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସୁଶୀଲ କୁମାର ଲୋହାନୀ ଜଣାଇଛନ୍ତି ।
ଏତଦ୍ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଯଥା ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ତାରିଖ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ଇତ୍ୟାଦିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି । ତା ୧୬-୨୫-୨୦୨୧ ରିଖ ଦିନ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ । ସମୟ ଧାର୍ଯ୍ୟ କରିଛନ୍ତି । ତା ୩୦-୦୩-୨୧ ସୁଦ୍ଧା ପ୍ରସ୍ତୁତ ହୋଇ ରହିଥିବା ଭୋଟର ତାଲିକା ଅନୁସାରେ ଆସନ୍ତା ୧୬-୦୫-୨୦୨୧ ରେ ହୋବାକୁ ଥୁବା ଉପ-ନିର୍ବାଚନରେ ଭୋଟର ମାନେ ମତଦାନ କରିବେ। ୮୦ ବର୍ଷରୁ ଉଦ୍ଧ, ଦିବ୍ୟାଙ୍ଗ ଭୋଟର ଏବଂ ସଂନ୍ଦିଗ୍ଧ କୋଭିଡ଼ ଭୋଟର ଯେଉଁମାନଙ୍କ ତାଲିକା ତା ୧୭-୦୪-୨୦୨୧ ରିଖ ସୁଦ୍ଧା ପ୍ରସ୍ତୁତ ହୋଇଛି ।
ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ନିର୍ବାଚନ ଆୟୋଗ ଜଣାଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଉପ-ନିର୍ବାଚନ ପାଇଁ କୌଣସି ରାଲି, ସଭା, ପଥପ୍ରାନ୍ତ ନାଟକ ନିମନ୍ତେ ସନ୍ଧ୍ୟା ୭ ଘଟିକା ଠାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ଅନୁମତି ଦିଆଯିବ ନାହିଁ । ସମସ୍ତ ରାଜନୈତିକ ଦଳ, ଉପ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ କୋଭିଡ -୧୯ ର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି ଏବଂ ଏଥିରେ ଖୁଲାପ ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ତା ୧୯୦୪.୨୦୨୧ ରିଖରେ ଜାରିକରାଯାଇଥିବା କୋଭିଡ ନିୟମାବଳୀ ଅନୁସାରେ ଯେ କୌଣସି ସାମାଜିକ ରାଜନୈତିକ / ଧାର୍ମିକ ଶୈଖୁକ ସଭା ବା ଜନସମାବେଶକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି ।
ଏ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଭଟୁଆଲ୍ ମାଧ୍ୟମରେ କରାଯିବା ପାଇଁ ଉତ୍ସାହିତ କରାଯିବ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ସଭା ଓ ରାଲିର ଆୟୋଜକ ରାଲି ବା ସଭାରେ ଉପସ୍ଥିତ ଥିବା ଲୋକ ମାନଙ୍କ ପାଇଁ ମାକ୍ସ ଓ ସାନିଟାଇଜର ଇତ୍ୟାଦି ନିଜ ଖର୍ଚ୍ଚରୁ ଭରଣା କରିବେ ଏବଂ ଏହା ସଂପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ଯୋଡା ଯିବା ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି । କୋଭିଡ -୧୯ ର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସମସ୍ତ ରାଜନୈତିକ ଦଳ, ସମସ୍ତ ପ୍ରାର୍ଥୀ ଏବଂ ସର୍ବୋପରି ଭୋଟର ମାନଙ୍କୁ କୋଭିଡ -୧୯ର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବା ସହ ସମୟ କ୍ରମେ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଉଥିବା ନିୟମାବଳୀକୁ ପାଳନ କରିବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ସମସ୍ତଙ୍କୁ ନିବେଦନ କରିଛନ୍ତି।
Post a Comment