ଭୁବନେଶ୍ୱର, ଦେଶରେ କରୋନା ତାଣ୍ଡବ ଶୀର୍ଷରେ ଦୈନିକ ହଜାର ହଜାର ଲୋକ ମୃତ୍ୟୁର ଶିକାର ହେଉଥିବା ବେଳେ ଓଡ଼ିଶା ପ୍ରଶାସନର କୁମ୍ଭୀର କାନ୍ଦଣା ଉପକୂଳ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି । ଦାଣ୍ଡ ଦୁଆର ତାଲା ବାଡ଼ିପଛ ପୁରା ମେଲା । ଏହା ହେଉଛି ଉପକୂଳ ଜିଲ୍ଲା ଜଗତସିଂହପୁର ବାସ୍ତବ ସତ୍ୟ । ଜିଲ୍ଲାରେ ଥିବାହ ଅନ୍ତର୍ଜାତୀୟ ପାରାଦୀପ ପୋର୍ଟ ଉପରେ ରାଜ୍ୟ ସରକାରଙ୍କ କୌଣସି ଲାଗମ ନାହିଁ । ବାହାର ଦେଶରୁ ଆସୁଥିବା ପଣ୍ୟବାହି ଜାହାଜ ଜଗସିଂହପୁର ଆଉ ଆଖ ପାଖ ଜିଲ୍ଲାର ଲୋକଙ୍କୁ କରୋନା ସଂକ୍ରମଣ କରିବାରେ ପ୍ରମୁଖ ଭୂମିକା ନେଇପାରେ ।
ଆଜି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ସଭାପତି ପ୍ରଦୀପ ମିଶ୍ର ଏକ ପତ୍ର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହିତ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ କରିଛନ୍ତି । ପାରାଦୀପ ପୋର୍ଟକୁ ଆସୁଥିବା ବିଦେଶୀ ପଣ୍ୟବାହି ଜାହାଜ କର୍ମଚାରୀଙ୍କ ଦ୍ବାରା ନୂଆ କରୋନା ଷ୍ଟେନ୍ ଜଗତ୍ସିଂହପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମଣ କରିବାର ବହୁତ ସମ୍ଭାବନା ଅଛି । ବିଶେଷକରି ଚାଇନା, ସିଙ୍ଗାପୁର, ମାଲେସିଆ ସହିତ ଅନ୍ୟାନ୍ୟ ସଂକ୍ରମିତ ଦେଶରୁ ଆସୁଥିବା ଜାହାଜ ଦ୍ଵାରା ସିଭେଡରିଙ୍ଗ କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ କର୍ମଚାରୀ ଓ ଶ୍ରମିକ ସଂକ୍ରମିତ ହେବେ ଆଉ ପରବର୍ତ୍ତୀ ସମୟରେ ଏହି ସଂକ୍ରମଣ ପୁରା ଜିଲ୍ଲାବାସୀଙ୍କୁ ସଂକ୍ରମିତ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ ।
କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର କିଛି ଶିଳ୍ପପତି ଆଉ ବେପାରୀଙ୍କ ସ୍ୱାର୍ଥ ପାଇଁ ଜଗତସିଂହପୁର ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିବା ଜିଲ୍ଲାର ଜନସାଧାରଣଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ରାଜ୍ୟ ଗୁଡ଼ିକର ବର୍ଡର ସିଲ୍ କରୁଥିବା ବେଳେ ଜଳ ପଥରେ ଆସୁଥିବା ଭୟଙ୍କର କରୋନା ଭୁତାଣୁକୁ ରୋକିବାକୁ କୌଣସି ପଦକ୍ଷେପ ନ ନେବା ଉପକୂଳ ଜିଲ୍ଲା ଜଗସିଂହପୁର ଆଉ କେନ୍ଦ୍ରାପଡ଼ା ବାସୀଙ୍କୁ ମରଣ ମୁହଁକୁ ଠେଲିବା ସଦୃଶ୍ୟ ।
ଏହି ମହମାରୀକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ପାରାଦୀପକୁ ଆସୁଥିବା ସମସ୍ତ ବିଦେଶୀ ପଣ୍ୟବାହି ଜାହାଜକୁ ଡକ ଭିତରକୁ ଆସିବା ବ୍ୟାନ୍ କରିବା ସହିତ ପାରାଦୀପ ପୋର୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଆର୍ଟିଫିସିଆର ଯାଞ୍ଚ କରିବା ଆବଶ୍ୟକ ଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମୟରେ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ ଜିଲ୍ଲାବାସୀଙ୍କ ଜୀବନ ଆଗ ଶିଳ୍ପ ନୁହେଁ ବୋଲି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଦାବି କରାଯାଇଛି ।
Post a Comment