loading...

ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି କରୋନା ସେବା ଯୋଗାଇଲେ

ବର୍ତମାନ ସାରା ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ତାର କାୟାବିସ୍ତାର କରିଚାଲିଛି । ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା

ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି କରୋନା ସେବା ଯୋଗାଇଲେ

ଭୁବନେଶ୍ୱର,ବର୍ଭମାନ ସାରା ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ତାର କାୟାବିସ୍ତାର କରିଚାଲିଛି । ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହରୀର ଭୟ ଲୋକଙ୍କ ମନରୁ ଲିଭିନଥିବା ବେଳେ କରୋନାର ଦ୍ବିତୀୟ ଲହରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ଷିପ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ଦୈନିକ ୬ ହଜାରରୁ ୭ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ ଶହରୁ ୮ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଲୋକମାନେ ଏକ ଭୟର ବାତାବରଣ ମଧ୍ୟରେ ଗତିକରି ଚାଲିଛନ୍ତି । 

କରୋନାର ଏଭଳି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖୁ ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ଓ ବେସରକାରୀ ଅଫିସ୍‌, ବସଷ୍ଟାଣ୍ଡ, ସରକାରୀ, ବେସରକାରୀ ବସ୍, ରେଲୱେ ଷ୍ଟେସନ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ରହଣୀସୁଳୀ, ସୂଚନା ଭବନ, ସାମ୍ବାଦିକ ଭବନ, ରବୀନ୍ଦ୍ର ମଣ୍ଡପ, ବସ୍ତିଅଞ୍ଚଳ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମାଗଣାରେ ସାନିଟାଇଜ କରିବା ସହିତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ କରି କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ସହିତ ଅଳ୍ପିମିଟର ଦ୍ବାରା ଲୋକମାନଙ୍କ ଅମ୍ଳଜାନ ପରୀକ୍ଷା କରାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଥମେ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେବେଠାରୁ ପ୍ରତାପ ପ୍ରତ୍ୟେକ ଦିନ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସାନିଟାଇଜ କରିବା ସହିତ, ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ମାକ୍ସ, ସାନିଟାଇଜର, ସାବୁଲ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ହେଲେ କରୋନାର ଦ୍ବିତୀୟ ଲହରୀ ଏବେ ଜାରି ରହିଥିବାରୁ ପୂର୍ବପରି ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget