ଭୁବନେଶ୍ଵର, କିଟ୍ ଛାତ୍ରଙ୍କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର । ନିକଟରେ ଆଇଆଇଟି ବାରାଣସୀଠାରେ ସମ୍ପନ୍ନ ହୋଇଥିବା ଫିଲ୍ମ ଆଣ୍ଡ ମିଡ଼ିଆ କାଉନ୍ସିଲ୍ (ଏଫ୍ ଏସି) ଉଇକେଣ୍ଡ ଫେଷ୍ଟରେ କିଟ୍ ସ୍କୁଲ୍ ଅଫ୍ ଫିଲ୍ମ ଆଣ୍ଡ ମିଡ଼ିଆ ସାଇସେସ୍ର ଛାତ୍ର ରାଜକିଶୋର ମହାପାତ୍ରଙ୍କ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ତାମସ’ ଶ୍ରେଷ୍ଠ ବିବେଚିତ ହେଇ ପୁରସ୍କୃତ ହୋଇଛି । ଆଇଆଇଟି ବାରାଣସୀ ଦ୍ବାରା ଏଫ୍ ଏସି ଉଇକେଣ୍ଡ ଫେଷ୍ଟ ପ୍ରତିବର୍ଷ ଆୟୋଜନ କରାଯାଇଥାଏ । ଏହା ଭାରତର ସର୍ବବୃହତ ଓ ପ୍ରଥମ ଡିଜିଟାଲ ଆର୍ଟସ ଫେଷ୍ଟିଭାଲ ଓଡ଼ିଶାର ଜଣେ କିଶୋରଙ୍କ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଉପରେ ଆଧାରିତ ଏକ ଘଟଣା ଉପରେ ରାଜକିଶୋର ଏହି ବୃତ୍ତଚିତ୍ରଟି ନିର୍ମାଣ କରିଥିଲେ ।
ରାଜକିଶୋରଙ୍କ ଏହି ବୃତ୍ତଚିତ୍ରଟି ଜୁରୀଙ୍କ ଦ୍ବାରା ବେଶ ଉଚ୍ଚ ପ୍ରଶଂସିତ ହେବା ସହ ଶ୍ରେଷ୍ଠ ବିବେଚିତ ହୋଇଥିଲା । ପୂର୍ବରୁ ୨୦୧୯ରେ ରାଜକିଶୋରଙ୍କ ଏକ ବୃତ୍ତଚିତ୍ର “ମାୟା- ଏ ଷ୍ଟେଟ୍ ଅଫ୍ ଟ୍ରାନ୍ସ’ ଫିଲାଡେଲ୍ଫିଆ ୟୁଥ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ବିବେଚିତ ହେବା ସହ ଅନେକ ଫିଲ୍ମ ଫେଷ୍ଟିଭାଲ୍ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲା । ଏହା ବ୍ୟତୀତ ରାଜକିଶୋର ତାଙ୍କର ସାମାଜିକ କାର୍ଯ୍ୟ କଳାପ ପାଇଁ ୨୦୧୯ରେ ୟୁଥ ଇନ୍ ଆଉଟ୍ଷ୍ଟାଣ୍ଡି କଟ୍ରିବିଉସନ୍ ଫର୍ ସୋସିଆଲ କଜ୍ ପୁରସ୍କାର ପାଇଥିଲେ । ରାଜକିଶୋରଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
Post a Comment