ଭୁବନେଶ୍ବର, ସଂପ୍ରତି ସାରା ରାଜ୍ୟରେ ତଥା ଦେଶରେ କୋଭିଡ୍ – ୧୯ର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖୁ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ରାଜ୍ୟର ସମସ୍ତ ହିତାଧୁକାରୀଙ୍କ ନିକଟରେ ଯେପରି ଠିକ୍ ସମୟରେ ରାସନ୍ ସାମଗ୍ରୀ ପହଞ୍ଚିପାରିବେ ସେଥି ନିମନ୍ତେ ବିଶେଷ ପଦକ୍ଷେପ ନିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖୁବା ପାଇଁ ବିଭାଗୀୟ ଅଧୁକାରୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଆୟୋଜିତ ଭର୍ଚୁଆଲ୍ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବା ଅବସରରେ କୋଭିଡ୍ –୧୯ର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଖାଉଟିମାନେ ଯେପରି ସହଜରେ ଓ ସୁବିଧାରେ ସାମାଜିକ ଦୂରତ୍ୱ ରକ୍ଷା କରି ସେମାନଙ୍କର ପିଡ଼ିଏସ୍ ରାସନ ସାମଗ୍ରୀ ପାଇପାରିବେ ସେ ଦିଗରେ ଅଧୁକ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ଦିଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଶେଷ ଭୂମିକା ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥୁଲେ ।
ଏଣୁ ସହିତ ରାଜ୍ୟର ଚାଷୀ ଓ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖ୍ କୋଭିଡ୍ –୧୯ର ସମସ୍ତ ମାର୍ଗଦର୍ଶିକା ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ । ମଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ୧୭ଟି ଜିଲ୍ଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥୁବାବେଳେ ଏହାକୁ ସୁସଂହତ କରିବା ଦିଗରେ ବିଭାଗୀୟ ଅଧୁକାରୀ ଓ କ୍ଷେତ୍ରରେ କାମ କରୁଥିବା ପ୍ୟାକ୍ସ/ଲାମର ଅଧୁକାରୀମାନଙ୍କୁ ଅକ ତତ୍ପର ହେବାକୁ ପଡ଼ିବ । ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ, ଚିନାବାଦାମ ଇତ୍ୟାଦିକୁ ସୁଚାରୁ ରୂପେ ସଂଗ୍ରହ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ।
ଏଣୁ ସହିତ ଚଳିତ ବର୍ଷ ଯେପରି ଅଧୁକରୁ ଅଧୁକ ଡାଲି ଓ ତୈଳବୀଜ ସଂଗ୍ରହ କରି ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ସେହିପରି ସମବାୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଚାଷୀମାନଙ୍କୁ ସହଜରେ କୃଷି ଋଣ ଯୋଗାଣ ସହିତ ଯୁଗ୍ଧଦେୟ ଗୋଷ୍ଠୀ ଏବଂ ମହିଳା ସ୍ଵୟ ସହାୟିକା ଗୋଷ୍ଠୀମାନଙ୍କୁ ଅଗ୍ରାଧକାର ଭିଭିରେ ଋଣ ଯୋଗାଇଦେବା ପାଇଁ ଗୁରୁତ୍ବାରୋପ କରିଥିଲେ । ରାଜ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଦିଗରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ସହିତ ମଣ୍ଡିଗୁଡ଼ିକରେ । ବହୁମୁଖୀ ଗୋଦାମଘର ନିର୍ମାଣ ଦିଗରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଥିଲେ ।
ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ ପୂର୍ବକ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହିତ ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥୁଲେ । ଏଥୁ ନିମନ୍ତେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହିତ କମ୍ପ୍ୟୁଟରାଇଜେସନ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କହିଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପିଡ଼ିଏସ୍ ସାମଗ୍ରୀ ଯୋଗାଣ ଓ ରବିଧାନ ସଂଗ୍ରହର ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀଙ୍କ ସମେତ । ମାର୍କଫେର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ୱେୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ, ଓସାମ୍ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧୁକାରୀମାନେ ଯୋଗଦେଇଥଲେ ।
Post a Comment