ଭୁବନେଶ୍ୱର,ସରକାର ଆଜିର କରୋନା ମହାମାରୀ ସମୟରେ ସମସ୍ତ କରୋନା ଓ ଅଣକରୋନା ରୋଗୀଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଉପଲବ୍ଧ କରାନ୍ତୁ । ଏହା ହିଁ ଆଜିର ସମୟର ଆହ୍ବାନ ଓ ଏକ ଲୋକ କଲ୍ୟାଣକାରୀ ସରକାରଙ୍କ ଠାରୁ ରାଷ୍ଟ୍ରର ଜନଗଣଙ୍କ ଆଶା । ଏହି ସମୟରେ ସରକାର ସ୍ଵାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଜୀବନ ବଞ୍ଚାଇବାର ଦାୟିତ୍ବକୁ ପ୍ରମୁଖତା ଦିଅନ୍ତୁ । ଆଜି ସାମ୍ବାଦିକ ଭବନ କରି ଏ ନେଇ ବକ୍ତବ୍ୟ ରଖୁଥିଲେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେ କହିଥିଲେ ଯେ, କରୋନା ମହାମାରୀକୁ ନେଇ ସରକାର ବହୁତ ପୁଟରର ସତର୍କତା କରୁଥିଲେ ହେଁ ପ୍ରକୃତପକ୍ଷେ ପର୍ଯ୍ୟାପ୍ତ ତ ଛାଡ଼ ସର୍ବନିମ୍ନ ସ୍ବାସ୍ଥ୍ୟସେବା କରୋନା ରୋଗୀଙ୍କ ପାଇଁ ସଙ୍କଟ କାଳରେ ଉପଲବ୍ଧ କରାଇ ପାରୁନାହାଁନ୍ତି ।
ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଋଲିଯିବା ଆମ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଜଳଜଳ କରି ଦେଖାଇଦେଇଛି । ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କରୋନା ଅଣସଂକ୍ରମିତ ରୋଗୀ । କରୋନା ସଂକ୍ରମଣ କାଳରେ ଅଣସଂକ୍ରମିତ ରୋଗୀମାନ ବି ଚିକିତ୍ସା ସୁବିଧା ପାଇବା କଥା । ମାତ୍ର ସେମାନେ ଅବହେଳା ଓ ଉପେକ୍ଷାର ଶିକାର ହୋଇ ବହୁବିଧ ଯନ୍ତ୍ରଣାର ସାମ୍ନା କରୁଛନ୍ତି । ସେହିଭଳି ଯଦି କୋଭିଡ୍ ଗ୍ରାଫ ଅଧୁକ ଶିଖରକୁ ଛୁଉଁଛି ଓ ପରିସ୍ଥିତି ସଙ୍ଗୀନ ହେଉଛି ତେବେ ସରକାର ତୁରନ୍ତ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରି ପୁଞ୍ଜିପତିଙ୍କ ଠାରୁ ସ୍ବତନ୍ତ୍ର କ୍ଷମତା ବଳରେ ଅଧା ଅର୍ଥ ନେଇଆସନ୍ତୁ । କରୋନ ସମୟରେ ଅନ୍ୟମାନଙ୍କ ଅପେକ୍ଷା ଶିଳ୍ପପତିମାନଙ୍କୁ ସରକାର ଅଧିକ ପ୍ୟାକେଜ ଦେଇଥିଲା ବେଳେ ଏବଂ ସିଏସଆର ଫଣ୍ଡ ଅର୍ଥ ପିଏମ । କେୟାର ପାଣ୍ଠିକୁ ଦେଇ ସେମାନେ ଖସି ଯାଇଥିବା ବେଳେ ଏବେ ଦେଶର ବିପଦ ବେଳେ ମୁଣ୍ଡ ଦେଖାନ୍ତୁ ।
ନିଜେ ସରକାର ଘୋଷଣା କରିଛନ୍ତି ଜୀବନ ସବୁଠାରୁ ମୂଲ୍ୟବାନ । ଜନମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ଵ ଓ କର୍ତ୍ତବ୍ୟ ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଶିକ୍ଷା ସ୍ଵାସ୍ଥ୍ୟର ସୁନିଶ୍ଚିତ ବ୍ୟବସ୍ଥା କରିବା । ଆଜିର କରୋନା ମହାମାରୀ ସମୟରେ ଜୀବନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର ଜୀବନର ସୁରକ୍ଷା ପାଇଁ ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ସରକାର ଭାବରେ କରୋନା ଏବଂ କରୋନା ବାହାର ରୋଗୀମାନଙ୍କର ସମ୍ପୂର୍ଣ ମାଗଣା ଚିକିତ୍ସା କରିବା ସହିତ ଏହି ସମୟକୁ ସ୍ଵାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବ୍ୟାପାର ନାମରେ ଏକାଠି ହୋଇଥିବା ପୁଞ୍ଜିର ଏକାଧୁକାର ଓ ବୌଦ୍ଧିକ ଏକାଧୁକାରକୁ ସମାପ୍ତ କରି ସମସ୍ତ ଅର୍ଥକୁ ଚିକିତ୍ସା ଖର୍ଚ୍ଚରେ ଉପଯୋଗ କରିବା ଉଚିତ ।
ଏହି ଘଡ଼ିସନ୍ଧି ମୁହୁର୍ଭରେ ନବନିର୍ମାଣ କୃଷକ ସଂଗଠନ ଗୃଷୀର ହିତ ପାଇଁ ସବୁବେଳେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଆଜି ସାରା ଦେଶର ସାଧାରଣ ବ୍ୟକ୍ତିର ଜୀବନକୁ ମହତ୍ତ୍ବ ଦେଇ ନିମ୍ନଲିଖୁତ ଦାବିଗୁଡ଼ିକ ଉପସ୍ଥାପିତ କରୁଛି । (୧) କରୋନା ସଂକ୍ରମିତ ଓ ଅଣସଂକ୍ରମିତ ଉଭୟ ରୋଗୀଙ୍କ ଚିକିତ୍ସା ସରକାର ମାଗଣାରେ ଉପଲବ୍ଧ କରାନ୍ତୁ ( ୨) ଘରୋଇ ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ଉପଲବ୍ଧ ହେଉ (୩) ସ୍କୁଲ କଲେଜଠାରୁ ଆରମ୍ଭ କରି ଖାଲିଥିବା ସମସ୍ତ ବିଡ଼ିଙ୍ଗ ଗୁଡ଼ିକୁ କରୋନା ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଉ (୪) ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ସରକାର ବୌଦ୍ଧିକ ଅଧୁକାର ଓ ପୁଞ୍ଜିଗତ ଏକାଧିକାରକୁ ସମାପ୍ତ କରାଯାଇ ବ୍ୟାପାରକୁ ସେବାମୁଖୀ କରାଯିବା ସହ ରାଷ୍ଟ୍ରପତି ସମପିତ କରାଯାଉ ।
ସେହି ଅର୍ଥରେ ସାଧାରଣ ବ୍ୟକ୍ତିଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯାଇ ଜୀବନକୁ ସୁରକ୍ଷିତ କରାଯାଉ (୫) ଶିକ୍ଷିତ ଯୁବକମାନଙ୍କୁ ପ୍ରଶିକ୍ଷିତ କରାଯାଇ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀ ଭାବେ ବିନିଯୋଗ କରାଯାଉ । ଉକ୍ତ ଦାବିସମୂହକୁ ପୂରଣ ପାଇଁ ସରକାରଙ୍କ ଉପରେ ଗୃପ ପକାଇବା ପାଇଁ ସଂଗଠନ ଜନମତକୁ ପ୍ରଭାବିତ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଗଠକ ମନୱେର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment