ଭୁବନେଶ୍ୱର, ଗତ ୨୭.୩, ୨୧ ରିଖ ରାତିରେ ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସୂଚନା ଅଧୁକାର କର୍ମୀ ସର୍ବେଶ୍ୱର ବେହେରା ଓ ସାମ୍ବାଦିକ ସୁଶାନ୍ତଙ୍କ ଗାଡ଼ି ଉପରକୁ ଦୁବୃର୍ତ୍ତମାନେ ୪ଟି ବୋମା ମାଡ଼ କରି ସର୍ବେଶ୍ବରଙ୍କୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ । ଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି ଓ କଟକ ବଡ଼ ଡ଼ାକ୍ତରଖାନାରେ ଚିକିସ୍ଥିତ ହେଉଛନ୍ତି । ନିର୍ଭୟର ସାମ୍ବାଦିକ ମଧ୍ୟ ଆହାତ ହୋଇଛନ୍ତି । ସର୍ବେଶ୍ବର ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଲୁଟ୍ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ଓ କେଲୁଅ ନଦୀର ମାମୁଭଣଜା ଘାଇ ଭଙ୍ଗା ନେଇ ମଧ୍ୟ ସ୍ବର ଉତ୍ତୋଳନ କରିଥିଲେ ଓ ଏଥିରେ ଉତକ୍ଷିପ୍ତ ହୋଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏ କାମ କରିଥିବାର ଅନୁମାନ କରାଯାଉଛି ।
ଏହା ଆଗରୁ ନିଆଳି, କେନ୍ଦ୍ରାପଡ଼ା ଆଦି ଅଞ୍ଚଳର ସୂଚନା ଅଧିକାର କର୍ମୀଙ୍କୁ ଜୀବନରେ ମାରି ଦିଆଯାଇଛି ଓ ରାଜ୍ୟର ଅନେକ ଅଞ୍ଚଳର ସୂଚନା ଅଧୁକାର କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ନ୍ୟସ୍ତସ୍ୱର୍ଥ ଗୋଷ୍ଠୀଙ୍କ ଏପରି ଆକ୍ରମଣ ଓ ରାଜନୈତିକ ହିଂସାକୁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଦୃଢ ଭାବରେ ବିରୋଧ କରୁଛି । ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମଞ୍ଚ ପୋଲିସ୍ ଉଚ୍ଚାକାରୀଙ୍କ ପାଖରେ ଦୃଢ ଦାବି ଜଣାଉଛି ।
Post a Comment