ଭୁବନେଶ୍ୱର, ଉତ୍କଳ ଦିବସ ଅବସରରେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଗୁରୁକଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଏକ ଦିନିକିଆ ଶିବିର । ଏହି ଅବସରରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ସେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଗାନ୍ଧିଜୀଙ୍କ ୧୦୦ ବର୍ଷ ଓଡ଼ିଶା ଆଗମନକୁ ନେଇ ଏକ ଚିତ୍ରକଳା କର୍ମଶାଳା । ଉକ୍ତ କର୍ମଶାଳାରେ ସମସ୍ତ ସ୍ୱେଚ୍ଛାସେବୀ ଗାନ୍ଧିଜୀ ଏବଂ ଓଡ଼ିଶାକୁ ଆଧାର କରି ନିଜ ସୃଜନଶୀଳ ଚିତ୍ର ମାଧ୍ୟମରେ ସମାଜକୁ ବାର୍ତ୍ତା ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିଥିରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ପୋଖରୀପୁଟ ଡ଼ିଏଭି ପବ୍ଲିକ ସ୍କୁଲର କଳା ଶିକ୍ଷକ ତଥା ଚିତ୍ରଶିଳ୍ପୀ ବିଜୟ ପଣ୍ଡା ଯୋଗ ଦେଇ କର୍ମ ହିଁ ଭଗବାନ ଏବଂ କର୍ମ ହିଁ ଉପାସନା ବୋଲି ମତପ୍ରକାଶ କରିଥିଲେ । ଗାନ୍ଧିଜୀ କର୍ମକୁ ପ୍ରାଧାନ୍ୟ ଦେଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ । ନିଜ ନିଜ କର୍ମ ସୁଟରୁ ରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଚିତ୍ରକଳା ଶିବିରର ଶ୍ରେଷ୍ଠ ୬ଜଣ ସ୍ୱେଚ୍ଛାସେବୀ ଜ୍ୟୋତିଦେବ ସିଂ, ଅଙ୍କିତା ସାମଲ, ଗତିକୃଷ୍ଣ ନାୟକ, ସାମାନନ୍ଦ ସ୍ୱାଇଁ, ସୁଜିଜିତ ମହନ୍ତ ଏବଂ ନିରଞ୍ଜନ ନାୟକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତି ପାଇଁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଶିବିରକୁ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାମଲ ସଂଯୋଜନା କରିବା ସହ ଅଧାପକ ମାନସ କୁମାର ନାୟକ, ବିଶ୍ୱକାନ୍ତ ପଣ୍ଡା, ସସ୍ମିତା କାମିଳା ଏବଂ ଲକ୍ଷ୍ମୀଧର ସ୍ୱାଇଁ, ବସନ୍ତ ପ୍ରଧାନ, ବିଶ୍ୱଜିତ ବେହେରା ଓ ବିଚିତ୍ର କାଣ୍ଡି ସହଯୋଗ କରିଥିଲେ ।
Post a Comment