loading...

ଉତ୍କଳ ବିଶ୍ଵବିଦ୍ୟାଳୟର ‘ଉପାଧି ବିତରଣ ଉତ୍ସବ’। ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ

ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ, ଏଥିପାଇଁ ଲୋଡ଼ା ନିରନ୍ତର ପ୍ରୟାସ । ଆହ୍ବାନକୁ ସୁଯୋଗରେ ପରିଣତ କରିବା ପାଇଁ ଦୂରଦୃଷ୍ଟି ଦରକାର

ଉତ୍କଳ ବିଶ୍ଵବିଦ୍ୟାଳୟର ‘ଉପାଧି ବିତରଣ ଉତ୍ସବ’। ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ

ଭୁବନେଶ୍ବର, ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ, ଏଥିପାଇଁ ଲୋଡ଼ା ନିରନ୍ତର ପ୍ରୟାସ । ଆହ୍ବାନକୁ ସୁଯୋଗରେ ପରିଣତ କରିବା ପାଇଁ ଦୂରଦୃଷ୍ଟି ଦରକାର । ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ବଳକୁ ପ୍ରୟୋଗ କରି ଉତ୍କର୍ଷତା ହାସଲ ପାଇଁ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ପଡ଼ିଥାଏ। ଜ୍ଞାନକୁ ପୁଞ୍ଜି ଭାବେ ଗ୍ରହଣ କରିବାକୁ ହେବ । କାରଣ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଅମାପ ସୁଯୋଗ ରହିଛି । ସେହି ସୁଯୋଗକୁ ଆପଣେଇବା ସହ ନିଜକୁ ଭର୍ଷତା ପ୍ରତିପାଦିତ ପାଇଁ ସେମାନେ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ । ନିଜର ଲୁକ୍କାୟିତ ଅନ୍ତନିର୍ହିତ ପ୍ରତିଭାକୁ କିଭଳି ରାଷ୍ଟ୍ର ଗଠନରେ ଉପଯୋଗ କରାଯାଇପାରିବ, ସେଥିପାଇଁ ସେମାନେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରି ତାହାକୁ ଠିକଣା ଢଙ୍ଗରେ ପ୍ରୟୋଗ କରିପାରିଲେ ନିଶ୍ଚୟ ସଫଳତା ପାଇପାରିବେ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଅବ୍ୟବହିତ ପୂର୍ବରୁ ଆଜି ୨୦୧୮। ୧୯ ଶିକ୍ଷାବର୍ଷ ପାଇଁ ଆୟୋଜିତ ଉପାଧି ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ( ନାଇଜର)ର ନିର୍ଦ୍ଦେଶକ ଡ.ସୁଧାକର ପଣ୍ଡା ପ୍ରକାଶ କରିଛନ୍ତି । 

ପ୍ରତିଭା ପ୍ରଦର୍ଶନ ସହ ଦକ୍ଷତା ବିକାଶ କଲେ ହିଁ ସଫଳତା ମିଳିବ। । ଆତ୍ମବିଶ୍ବାସର ସହିତ ଅଧ୍ୟୟନ ଓ ଅଧାପନା, ସୃଜନଶୀଳ ଚିନ୍ତାଧାରା, ନୈତିକ ମୂଲ୍ୟବୋଧଶିକ୍ଷା ଆହରଣ ସହ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ । ଭର୍ଷ ହାସଲ କରି ଦେଶବିଦେଶର ପ୍ରଶଂସିତ ହେଲେ ତାହା ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ହୋଇପାରିବ ବୋଲି ବୋଲି ପ୍ରଫେସର ପଣ୍ଡା କହିଥିଲେ। । ଉତ୍କଳ ବିଶ୍ବବିଦ୍ୟାଳୟର ‘ଉପାଧି ବିତରଣ ଉତ୍ସବ’ରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ବବିଦ୍ୟାଳୟ । ଏହା ଓଡ଼ିଶାର ଗର୍ବ ଓ ଗୌରବ। ଦେଶ ପାଇଁ ସାମାଜିକ ଦାୟିତ୍ବ ସମ୍ପନ୍ନ ଓ ବିବେକବାନ ବ୍ୟକ୍ତିତ୍ବ ସୃଷ୍ଟି ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟ ନିରନ୍ତର ପ୍ରୟାସ ଜାରି ରଖିଛି । ସମାଜ ପାଇଁ ଦାୟିତ୍ବବୋଧ ଥିବା ନାଗରିକ ଗଢିତୋଳିବା ଓ ଭଲମଣିଷ ତିଆରି କରିବା ଆମର ଆଭିମୁଖ୍ୟ । ଶିକ୍ଷାର ସୁବ୍ୟବସ୍ଥା, ଅଧୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ହୋଇଥିବାରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏଆଇଆରଏଫ୍ ବ୍ୟାଙ୍କିରେ ୯୬ତମ ସ୍ଥାନ ମିଳିଛି । 

ଫଳରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଯୋଜନା( ରୁସା) ରେ ବିଶ୍ବବିଦ୍ୟାଳୟକୁ ୧୦୦ କୋଟି ଅନୁଦାନ ମିଳିଛି । ଏହାଦ୍ୱାରା ରୁସା ଓ ବିଶ୍ବବ୍ୟାଙ୍କ ପ୍ରକଳ୍ପ ଅଧୀନରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୧୧ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିଛି । ଦେଶର ଶ୍ରେଷ୍ଠ ୩୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଉତ୍କଳ କିଭଳି ସ୍ଥାନ ପାଇବ ତାହା ଆମର ଲକ୍ଷ୍ୟ ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ପିଜି କାଉନ୍‌ସିଲ୍ ଚେୟାରମ୍ୟାନ୍ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳସଚିବ ଅଭୟ କୁମାର ନାୟକ କୁମାର ନାୟକ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣ ପାଠ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଡ. ଶରତ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଷ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଅବ୍ୟବହିତ ପୂର୍ବରୁ ଆଜି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଆୟୋଜିତ ‘ଉପାଧି ବିତରଣ ଉତ୍ସବ ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟ(କନ୍‌ଭୋକେସନ୍ ହଲ)ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୨୭ଜଣଙ୍କୁ ପିଏଡି ଡିଗ୍ରୀ ଓ ୨ଜଣଙ୍କୁ ଡିଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଟପର ହୋଇଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଆଜି ଅନୁଷ୍ଠିତ ହୋଇଥିବା ‘ଉପାଧି ବିତରଣ ଉତ୍ସବ’ରେ କୋଭିତ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ଅଧାପକ, ଅଧାପିକା ଓ କର୍ମଚାରୀ ସମେତ ଛାତ୍ରଛାତ୍ରମାନେ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ପରେ ସେମାନଙ୍କୁ ଉତ୍ସବସ୍ଥଳକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । 

ସମସ୍ତେ ମାସ୍କ ପିନ୍ଧିଥିବାବେଳେ ସାମାଜିକ ଦୂରତା ନିୟମ ପାଳନ କରିଥିଲେ। । ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ୩ ଏପ୍ରିଲ ୨୦ ୨୧ରେ ଅନୁଷ୍ଠିତ ହେବ। ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁ ସମାବର୍ତ୍ତନ ଉତ୍ସବର ସୁବର୍ତ୍ତି ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧ୍ୟକ୍ଷତା କରିବେ। କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି । ଯେଉଁମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ହିଁ ଉତ୍କଳ ବିଶ୍ବବିଦ୍ୟାଳୟର । ୫୦ତମ ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget