loading...

ଏକ ବର୍ଷରେ ସମ୍ ଅଲଟିମେଟ୍ ମେଡିକେୟାର ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍

ଏକ ବର୍ଷରେ ସମ୍ ଅଲଟିମେଟ୍ ମେଡିକେୟାର ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍। ଟାଇମ୍ସ ହେଲଥ ଆଇକନ୍ ଆୱାର୍ଡରେ ସମ୍ମାନିତ

ଏକ ବର୍ଷରେ ସମ୍ ଅଲଟିମେଟ୍ ମେଡିକେୟାର ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍

ଭୁବନେଶ୍ୱର, ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲିମେଟ ମେଡିକେୟାର । ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ମାନ୍ୟତା ହାସଲ କରିଛି ସମ୍ ଅଲିମେଟ୍ ମେଡିକେୟାର ଟାଇମ୍ସ ଗୃପ୍ ଦ୍ଵାରା ଆୟୋଜିତ ଟାଇମ୍ସ ହେଲଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍, ନେକ୍ସଟ ଜେନେରେସନ୍ ମଲ୍ଟିଲ୍ଲି ସ୍ପେଶାଲଟି କ୍ବାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲଟିମେଟ୍ ମେଡିକେୟାରକୁ ମିଳିଛି ଏହି ସମାନ । ଟାଇମ୍ସ ହେଲଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜି କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ । 

ସମ୍ ଅଲ୍ଲିମେଟ ମେଡିକେୟାରର କାର୍ଡିଓଲୋଜି, କ୍ୟୁରୋଲୋଜି, ନେଫୋଲୋଜି, ଅଙ୍କୋଲୋଜି ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅଷ୍ଟ୍ରିଟିକ୍ସ, ୟୁରୋଲୋଜି, ଏର୍ମଜେନ୍ତି ଆଣ୍ଡ ଟ୍ରମା ଏବଂ ପେଡ଼ିଆଟ୍ରିକ୍‌ସ ଭଳି ବିଭାଗଗୁଡ଼ିକ ଏମର୍ଜି କାଟେଗୋରୀରେ ଟାଇମ୍ସ ହେଲଥ ଆଇକନ୍ ଆୱାର୍ଡ ଦ୍ବାରା ଏକ ନମ୍ବରର ମାନ୍ୟତା ପାଇ ସମ୍ମାନିତ ହୋଇଛି । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ପକ୍ଷରୁ ଚିଫ୍ ଏଜିକ୍ୟୁଟିଭ ଅଫିସର୍ ଡଃ ଶ୍ଵେତପଦ୍ମା ଦାଶ ଏବଂ ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିଅର୍ ଡାକ୍ତର ବିରାଜ ମୋହନ ମିଶ୍ର ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ବଲିଉଡ୍‌ ଅଭିନେତା ସୁନୀଲ ସେଙ୍ଗୀ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ । ନିକଟରେ ସମ୍ ଅଲିମେଟ୍ ମେଡିକେୟାର ନ୍ୟାସନାଲ ଆକ୍ରେଡିଟେସନ୍ ବୋର୍ଡ ଫର ହସ୍ପିଟାଲ ଆଣ୍ଡ ହେଲଥ କେୟାର ପ୍ରୋଭାଇଡର୍ସ (ଏନ୍.ଏ.ବି.ଏଚ୍) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି । ଏହାର ୫ମ  ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସୀକୃତି ହାସଲ କରିପାରିଛି । ଏନ୍.ଏ.ବି.ଏଚ୍ ୫ମ ସଂସ୍କରଣରେ ସୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍ ବର୍ଷକ ମଧ୍ୟରେ ଏହି ହସ୍ପିଟାଲ ୫ଟି ଉଚ୍ଚମାନର ସୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget