ଭୁବନେଶ୍ୱର, ଯୁବ ସମାଜସେବୀ ଅଭିଷେକ ମଲ୍ଲିକଙ୍କ ନେତୃତ୍ବରେ ଗୋ ସୁରକ୍ଷା ଓ ବେଆଇନ୍ ଗୋହତ୍ୟା ବିରୋଧରେ ରାମ ମନ୍ଦିର ପରିସରରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୯ ଘଟିକାରେ ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀ ଓ ଗୋସେବକ କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ । ଏହାପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବେଆଇନ୍ ଭାବେ ଗୋରୁଗାଈଙ୍କୁ ଅମାନୁଷିକଭାବେ ହତ୍ୟା କରାଯାଉଥିବା ଶ୍ରୀ ମଲ୍ଲିକ୍ ଅଭିଯୋଗ କରିଛନ୍ତି ।
ଏହା ସହିତ ବେଆଇନ୍ ଗୋରୁଗ୍ଲାଣ ବନ୍ଦ କରିବା, ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, ଗୋସୁରକ୍ଷା ଆଇନ୍ ପ୍ରଣୟନ କରିବା, ସରକାରୀ ପଶୁ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପଶୁ ଡାକ୍ତର ନିଯୁକ୍ତି ଦେବା, ସରକାରୀ ଗୋଶାଳାକୁ ପୁନଃଉଦ୍ଧାର କରିବା, ବେସରକାରୀ ଗୋଶାଳାକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜଗମୋହନ ବଳିଆରସିଂହ, ସୁପ୍ରିୟା ମହାନ୍ତି, ମନୋଜ ସାହୁ ଓ ସ୍ନେହାଶିଷ ସାହୁ, ଗୋସେବକ ଶଶିକାନ୍ତ ଶତପଥୀ, ରଶ୍ମିରଞ୍ଜନ ସ୍ୱାଇଁ, ସୌମ୍ୟ ଭୁତିଆ, ଶିବ ବେହେରା, ଦେବାଶିଷ ରାଉତ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment