ଭୁବନେଶ୍ଵର, ଇଂଜିନିୟରିଂ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ପୋଷ୍ଟର ପ୍ରତିଯୋଗିତା ‘ଟେକ୍ନୋଡିଅମ୍-୨୦୨୧’ରେ କିଟ୍ ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଛାତ୍ରମାନେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସେମାନେ ପ୍ରଫେସର ସୌଭଗ୍ୟ ରଞ୍ଜନ ପୃଷ୍ଟି, ପ୍ରଫେସର ସୁବ୍ରତ ବେହେରା, ପ୍ରଫେସର ତନ୍ମୟ ରାୟ ଚୌଧୁରୀ ଏବଂ ନବ କିଶୋର ଦାଶଙ୍କ ତତ୍ବାବଧାନରେ ଇ-ସାଇକଲ୍ ପ୍ରସ୍ତୁତ କରି ଟ୍ରାକ୍-୩ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି । ଏହି ପ୍ରତିଯୋଗିତାର ‘ନିଉ ଫେସ୍ ଅଫ୍ ଇ-ସାଇକଲ୍’ ବିଭାଗରେ ଅଂଶଗ୍ରହଣ କରିଥିଲେ ।
କିଟ୍ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ ସ୍କୁଲର ଛାତ୍ର ରୋହିତ ମହାନ୍ତି, ରାହୁଲ କ୍ରିଷ୍ଠା ପଟେଲ, ସୌଭାଗ୍ୟ କର, ପୁରୁଷୋତ୍ତମ ମହାନ୍ତି ଏବଂ ସୌମ୍ୟ ରଞ୍ଜନ ସାହୁ କାର୍ଯ୍ୟ କରୁଛନ୍ତି । ବତ୍ତର୍ମାନ ସମୟରେ ତୈଳଦର ବୃଦ୍ଧି ପାଉଥିବାରୁ ଏକ ଅତ୍ୟାଧୁନିକ ଇ-ସାଇକଲ୍ ବିକଶିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଇ ସାଇକଲ୍ ଉପରେ ଏକ ପୋଷ୍ଟର ପ୍ରସ୍ତୁତ କରିଥିଲେ । ଏହା ବ୍ୟତୀତ ଏହି ଛାତ୍ରମାନେ ଇଲେକ୍ନିକାଲ୍ ଇଞ୍ଜିନିୟରିଂ ବିଭାଗର ଇଲେକ୍ତିକ୍ ଡ୍ରାଇସ ଲ୍ୟାରେ ଏକ ଇ-ସାଇକଲ୍ ମଧ୍ୟ ବିକଶିତ କରିଛନ୍ତି ।
କିଟ୍ ଛାତ୍ରଙ୍କ ଏହି ସୃଜନ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପ୍ରତିଯୋଗିତାରେ କିଟ୍ ଛାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥିପାଇଁ ପୁରସ୍କାର ବାବଦରେ ଛାତ୍ରମାନେ ୧୨ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛନ୍ତି । ଏହି ସଫଳତା ଭବିଷ୍ୟତରେ ସେମାନଙ୍କୁ ଏକ ଅତ୍ୟାଧୁନିକ ଇ-ସାଇକଲ୍ ବିକାଶିତ କରିବାର ମନୋବଳ ବୃଦ୍ଧି କରିବ । ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇ ସାଇକଲ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଛାତ୍ର ଓ ଅଧ୍ୟାପକ ତଥା ଗାଇଡ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Post a Comment