loading...

ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ୟୁଡବ୍ଲ୍ୟୁଇଆଇ ଯୋଜନାରେ କରିବ

ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ୟୁଡବ୍ଲ୍ୟୁଇଆଇ ଯୋଜନାରେ କରିବାକୁ ସରକାରଙ୍କ ନିଷ୍ପତ୍ତି

ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ୟୁଡବ୍ଲ୍ୟୁଇଆଇ ଯୋଜନାରେ କରିବ

ଭୁବନେଶ୍ଵର, ସହରାଞ୍ଚଳ ମଜୁରୀ ନିଯୁକ୍ତ ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୌରାଞ୍ଚଳରେ ଥିବା ପାର୍କ, ଖେଳପଡ଼ିଆ ଭଳି ଖୋଲାସ୍ଥାନଗୁଡିକୁ ତୁରନ୍ତୁ ଏଥିପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ନେତୃତ୍ବରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ପୌରସଂସ୍ଥାର କମିଶନର୍ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ସଟି ଲେଭଲ୍ କୋର ଗୁପ୍ ଗଠନ କରାଯାଇଛି । ଯାହାକି ଆସନ୍ତା ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ୨ ମାସ ମଧ୍ୟରେ ୫୦୦୦ ବର୍ଷା ଜଳ ଅମଳର ପ୍ରକଳ୍ପ ପ୍ରତିଷ୍ଠା କରିବରେ ସହାୟକ ହେବ । 

ଏପ୍ରିଲ ୨୩ ତାରିଖରେ ସମସ୍ତ ପୌରାଞ୍ଚଳ, ବିକାଶ ପ୍ରାଧିକରଣ ଏବଂ ଯୋଜନା ପ୍ରାଧିକରଣରୁ ଇଞ୍ଜିନିୟରମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୈଷୟିକ ମଡେଲ ଉପରେ ତାଲିମ ଦେବା ପାଇଁ ବିଭାଗ ଦ୍ବାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗର ବରିଷ୍ଠ ଅଧିକାରୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷଗୁଡିକ କିପରି ହାସଲ କରାଯିବ ସେନେଇ ଆଲୋଚନା କରିଥିଲେ । ବିଏମ୍‌ସିର ସିଟି ଇଞ୍ଜିନିୟର ସମସ୍ତ ପୌର କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ବର ମହାନଗର ନିଗମରେ ସ୍ଥାପିତ ଆରଡବ୍ଲ୍ୟୁଏଚ୍ଏସ୍ ର ମଡେଲ ଉପରେ ଏକ ବୈଷୟିକ ଉପସ୍ଥାପନା କରିଥିଲେ। ମିଶନ୍ ଶକ୍ତି ଗୋଷ୍ଠୀକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ ସହିତ ସେମାନେ ଯେଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ସେଥିପାଇଁ ସେମାନଙ୍କୁ ସଚେତନପାଇଁ କୁହାଯାଇଛି । 

ସମସ୍ତ ଯୁଡବ୍ଲ୍ୟୁଇଆଇ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସୁବିଧା କରିବା  ପାଇଁ ବିଭାଗୀୟ ସ୍ତରରେ ଉତ୍ସର୍ଗୀକୃତ ପଏ ସ୍ଥାପନ କରାଯାଇଛି । ଏତଦ୍ ବ୍ୟତୀତ, ୟୁଡବ୍ଲ୍ୟୁଇଆଇ କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରମୁଖ ସଚିବ ଶ୍ରୀ ମାଥିଭାଥାନନ୍ ନିର୍ଦ୍ଦେଶ ଦେଇଛନ୍ତି । ଯେ ଟାର୍ଗେଟଗୁଡିକ ୱାର୍ଡ –ୱାରୀ ଏବଂ ଇଞ୍ଜିନିୟର-ୱାରୀ ହେବ ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ରାଜ୍ୟ ସ୍ତରୀୟ ଟାକ୍ସ ଫୋର୍ସ ଦ୍ଵାରା ନିୟମିତ ସମୀକ୍ଷା କରାଯିବ । ଅଂଶଗ୍ରହଣକାରୀମାନଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥାନନ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଜଳ ପରିଚାଳନା ରେ ବିଭାଗ ସର୍ବାଧିକ ଗୁରୁତ୍ବ ଦେଉଛି ଏବଂ ଏହା କରିବାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଦ୍ଧତି ବିଭିନ୍ନ ଆରଡବ୍ଲ୍ୟୁଏଚ୍ଏସ୍ ଦ୍ଵାରା କାର୍ଯ୍ୟକାରୀ ହେବ । 

ଭୂତଳ ଜଳ ର ସୁନିଶ୍ଚିତ କରିବା ବ୍ୟତୀତ ଏହା ଜଳପ୍ରବାହ ଜନିତ ବନ୍ୟାକୁ ହ୍ରାସ କରିବାରେ ସହାୟକ ହେବ । ଏହା ପୌରାଞ୍ଚଳରେ ହାଇଡ୍ରୋଲୋଜିକାଲ୍ ସନ୍ତୁଳନକୁ ସ୍ଥିର କରିବାରେ ସାହାଯ୍ୟ କରିବ ଏବଂ ଜଳବାୟୁ ସ୍ଥିରତାକୁ ସୁନିଶ୍ଚିତ କରିବ । ପ୍ରମୁଖ ସଚିବ କହିଛନ୍ତି ଯେ ସମସ୍ତ ସହରାଞ୍ଚଳରେ ଜଳ ସଂରକ୍ଷଣ ମଡେଲ ସ୍ଥାପନ କରିବା ପାଇଁ ଆରମ୍ଭ ହେବାକୁ ଥିବା ପଦକ୍ଷେପଗୁଡ଼ିକର ଏହା ହେଉଛି ପ୍ରଥମ । ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ସମୟରେ ସ୍ବଛତା ଏବଂ ବିଭିନ୍ନ ଗୋଷ୍ଠିର  ଅଂଶଗ୍ରହଣ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନ ପରିସର, ପାର୍କ, ଖେଳ ପଡ଼ିଆ, ଖୋଲା ସ୍ଥାନ ଏବଂ ଖାଲି ପଡ଼ିଥିବା ସ୍ଥାନଗୁଡିକରେ ସର୍ବନିମ୍ନ ୫୦୦୦ ଆରଡବ୍ଲ୍ୟୁଏଚ୍ଏସ୍ ଲକ୍ଷ୍ୟ ହାସଲ କରିବାକୁ ସେ ଗୁରୁତ୍ବାରୋପ କରିଛନ୍ତି । ଛୋଟ ସହରଗୁଡିକର ପ୍ରତ୍ୟେକ ୱାର୍ଡରେ ୫ ରୁ ୧୦ ଆରଡବ୍ଲ୍ୟୁଏଏସ ଏବଂ ମହାନଗର ଗୁଡିକରେ ପ୍ରତ୍ୟେକ ୱାର୍ଡରେ ୨୦ ରୁ ୨୫ ଆରଡବ୍ଲ୍ୟୁଏଏସ ରହିବା ଉଚିତ୍ । ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥା ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା ।

ଉଲ୍ଲେଖନୀୟ ଯେ ୧୮ ଏପ୍ରିଲ ୨୦୨୦ ରେ ସହରାଞ୍ଚଳ ବେତନ ନିଯୁକ୍ତ ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଆରମ୍ଭ କରାଯାଇଥିଲା ବେଳେ ଏହା ସହରାଞ୍ଚଳର ଗରିବ, ପ୍ରବାସୀ ଯେଉଁମାନେ କି କୋଭିଡ ଦ୍ବାରା ପ୍ରଭାବିତ ସେମାନଙ୍କ ଲାଗି ବେଶ୍ ସହାୟକ ହୋଇପାରିଛି । ୟୁଡବ୍ଲ୍ୟୁଇଆଇ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଗରିବ ଓ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇ ଦେଉଛି । ଏହି ଯୋଜନା ସବୁ ସ୍ତରର ଲୋକଙ୍କ ପାଇଁ ଅତ୍ୟନ୍ତ ଅତୁଳନୀୟ ସହରୀ ବିକାଶର ଅନେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରର ସମ୍ମିଶ୍ରଣ ହାସଲ କରିବାକୁ ସହରାଞ୍ଚଳରେ ରହୁଥିବା ଗରିବ, ଅସୁରକ୍ଷିତ ତଥା ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଜୀବିକା ନିବାହ, ପରିବେଶର ସୁରକ୍ଷା, ଜଳବାୟୁ ସହନଶୀଳ ପାଇଁ ଗୋଷ୍ଠି ଗୁଡ଼ିକର ସ୍ଥାୟୀ ସମ୍ପତ୍ତି ସୃଷ୍ଟି, ଗୋଷ୍ଠି ସହିତ ବିଶ୍ବାସ ଆଧାରିତ ସହଭାଗିତା ଗଠନ ହେବ ଯାହାଦ୍ଵାରା ଶାସନର ଚତୁର୍ଥ ପର୍ଯ୍ୟାୟକୁ ମଜବୁତ ଏବଂ ଗୋଷ୍ଠି କେନ୍ଦ୍ରିକ ତଥା ଗୋଷ୍ଠିର ନେତୃତ୍ବ ବିକାଶ ହାସଲ କରିବ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget