loading...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ - ରାଜସ୍ବ ରଥ

ନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ - ରାଜସ୍ବ ରଥ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ କରିଆସୁଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ ସରକାରଙ୍କ ଗୁରୁତ୍ଵକୁ ବିଭାଗ ପ୍ରାଥମିକତା ଦେଇଆସିଛି । ବିବିଧ ରାଜସ୍ବ ସେବା ଯଥା: ଦାଖଲଖାରଜ ମାମଲା ଓ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯାଉଛି । 

କିନ୍ତୁ ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ସାକ୍ଷରତାରହିତ । ବ୍ୟକ୍ତିମାନେ ରାଜସ୍ବ କାର୍ଯ୍ୟାଳୟ କିମ୍ବା ‘ମୋ ସେବା କେନ୍ଦ୍ର’କୁ କାର୍ଯ୍ୟ ପାଇଁ ଯାଉଛନ୍ତି । କୋଭିଡ୍ – ୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ବ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ ‘ରାଜୟ ରଥ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲା । 

ବିଗତ ଦୁଇ ସପ୍ତାହ ଲଡାଉନ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଊର୍ଷ ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛି । ସହସ୍ରାଧୁକ ହିତାଧୁକାରୀ ଏହା ଦ୍ଵାରା ଲାଭବାନ ହୋଇଛନ୍ତି । ଉଦାହରଣ ସ୍ଵରୂପ କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲରେ ସପ୍ତାହକ ମଧ୍ୟରେ ଉପକୃତ ହୋଇଛନ୍ତି ୨୧୪ ଜଣ ହିତାଧୁକାରୀ । ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ “ବସୁନ୍ଧରା’ ତଥା ଘରଡିହ ଆଦି ବିବିଧ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ୨୫ ଜଣଙ୍କୁ ପଟ୍ଟା ନକଲ ତଥା ୮୯ ଜଣଙ୍କୁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଇନଗତ ଉତ୍ତରାକାରୀ ପ୍ରମାଣପତ୍ର ଆଦି ବିବିଧ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । 

ନିକଟରେ ଏହି ସେବା ସମଗ୍ର ରାଜ୍ୟରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି । ଲୋକଙ୍କ ନିକଟରେ ପହଞ୍ଚି ରାଜସ୍ବ ରଥ ମାଧ୍ୟମରେ କମ୍ପୁଟର ଓ ଇଣ୍ଟରନେଟ୍ ଦ୍ଵାରା ବିଭିନ୍ନ ସେବା ନିମନ୍ତେ ଅନ୍‌ଲାଇନ୍ ଆବେଦନଠାରୁ ଆରମ୍ଭ କରି ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲାର ସମାଧାନ, ପଟ୍ଟା ଓ ବିବିଧ ପ୍ରମାଣପତ୍ର ବଣ୍ଟନ ଆଦି ରାଜସ୍ବ ସେବା ଯୋଗାଇବା ଦ୍ୱାରା ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରାଯାଇପାରିଛି । କୋଭିଡ୍ – ୧୯ ମହାମାରୀ କୋପରୁ ଜନସାଧାରଣ, କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜସ୍ବ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ବାରଣ ନିର୍ଦ୍ଦେଶନାମାର ପାଳନ କରାଯାଇପାରୁଛି । କୋଭିତ୍ – ୧୯ ମହାମାରୀ ବିପଦ ସମୟରେ ରାଜସ୍ବ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ବାରା ବହୁଳ ଭାବେ ଆଦୃତ ହେବାରେ ଲାଗିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget