ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଗତକାଲି ବାଲେଶ୍ଵର ଜିଲ୍ଲାର ସୋରୋ, ବାହାନଗା ଓ ଚାନ୍ଦିପୁର ଗସ୍ତକରି ‘ୟାସ’ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବାସହ ବନ୍ୟା ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ରନ୍ଧାଖାଦ୍ୟ ଓ ଶୁଖୁଲାଖାଦ୍ୟ ବଂଟନ କରାଯାଇଥୁଲା । ସେ ସବୁ ଅଂଚଳ ପରିଦର୍ଶନ କରିବା ପରେ ଶ୍ରୀ ନୱାଜ କହିଛନ୍ତି ଯେ ସରକାରଙ୍କ ପ୍ରଚାର ଓ ଗ୍ରାଉଣ୍ଡଜିରୋର ବାସ୍ତବତା ଭିତରେ ଆକାଶ ପାତାଳ ତଫାତ ।
ସରକାରୀ କପକ୍ଷ ଏପର୍ଯ୍ୟନ୍ତ ୮୦ ପ୍ରତିଶତ ପ୍ରଭାବିତ ଲୋକଙ୍କ ପାଖରେ ପଂହଚି ପାରିନାହାଁନ୍ତି । ମାଛଋଷର ଅସୁମାରୀକ୍ଷତି କ୍ଷେତରେ ଲୁଣିପାଣି ମାଡ଼ିଯାଇଛି । ଲୋକଙ୍କ ଘର ଭାଙ୍ଗିଯାଇଛି । ଗଛଭାଙ୍ଗି ରାସ୍ତା ବନ୍ଦ ମାତ୍ର ସରକାର ଯେଉଁଭଳି ପ୍ରଚାର କରୁଛନ୍ତି ତାହା ଦୁଃଖଦାୟକ । କାମନକରି ଏପରି ପ୍ରଚାର କରିବା ଏକ ପ୍ରତାରଣା । ଖୁବଶୀଘ୍ର ଛାତ୍ର କଂଗ୍ରେସ ‘ ୟାସ’ ଜନିତ କ୍ଷୟକ୍ଷତିର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ବିକାଶ ପଶୁପାଳକ, ଅବିନାଶ ନନ୍ଦ, ବିଶ୍ବଭୂଷଣ ମହାପାତ୍ର ଓ ଗୌତମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment