loading...

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର । ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର । ରବିବାର ଦିନ ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର। ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ଭୁବନେଶ୍ବର, ମହାମାରୀ କରୋନାର ଦ୍ବିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭଛୁଆଲ ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି ।ମଇ ୩୦ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଜୁଆଙ୍ଗମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ଆଦିମ ଜନଜାତିଙ୍କ ମଧ୍ୟରେ ଛୁଆ ଅନ୍ୟତମ । ମୁଖ୍ୟତଃ ସେମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥାନ୍ତି । ସେମାନେ କୃଷି, ପୋଡୁଚାଷ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା'ନ୍ତି । ଅତୀତରେ ସେମାନେ ପତ୍ର ପରିଧାନ କରୁଥିବାରୁ ସେମାନଙ୍କୁ ପାଟୁଆ” କୁହାଯାଉଥିଲା । ଦୁଇ ପ୍ରକାରର ଛୁଆଙ୍ଗଙ୍କ ମଧ୍ୟରେ ପାହାଡ଼ି ଛୁଆଙ୍ଗମାନେ କେଉଁଝର ଓ ପାଲଲହଡ଼ାର ପାର୍ବତ୍ୟାଞ୍ଚଳରେ ରହୁଥିବାବେଳେ ଅନ୍ୟମାନେ ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥାନ୍ତି । ପାର୍ବତ୍ୟାଞ୍ଚଳରେ ରହୁଥିବା ଛୁଆଙ୍ଗମାନେ ଏବେ ମଧ୍ୟ ପୋଡ଼ୁଚାଷ କରୁଥିବାବେଳେ ସମତଳିଆ ଅଞ୍ଚଳରେ ବାସ କରୁଥିବା ଜୁଆଙ୍ଗମାନେ ବିଶେଷତଃ କୃଷି ଉପରେ ନିର୍ଭରଶୀଳ ।

କେଉଁଝରର ଗୋନାସିକା ପର୍ବତମାଳାର ଜୁଆଙ୍ଗ ‘ପିଢ଼’କୁ ଏହି ଜନଜାତି ସେମାନଙ୍କର ଜନ୍ମଭୂମି ଭାବେ ଗ୍ରହଣ କରିଥାନ୍ତି । ଏହି ଅଞ୍ଚଳର ଜୁଆଙ୍ଗ ଥାନିଆ (ମୂଳ ଅବାସୀ) ନାମରେ ନାମିତ । ଯେଉଁ ଜୁଆଙ୍ଗ ଜନଜାତିମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବାସ କରୁଛନ୍ତି ସେମାନେ ‘ଭାଗୁଡ଼ିଆ” ନାମରେ ପରିଚିତ । ଜୁଆଙ୍ଗ ‘ପିଢ଼’କୁ ୪ଟି ଭାଗ ଯଥା ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବେନା ଭାବେ ବିଭକ୍ତ କରାଯାଇଥାଏ । ପ୍ରତ୍ୟେକ ‘ପୀଢ଼’ ଜଣେ ମୁଖ୍ୟ ସର୍ଦାରଙ୍କ ଦ୍ବାରା ପରିଚାଳିତ ହୋଇଥାଏ ।

ଜୁଆଙ୍ଗ ସମାଜର ମୁଖ୍ୟ ହେଉଛି ସେମାନଙ୍କର ପାରମ୍ପରିକ ଡରମିଟୋରୀ, ମଜାଙ୍ଗ କିମ୍ବା ମନ୍ଦା ଘର । ମଜାଙ୍ଗ ସମ୍ମୁଖରେ ଯୁବକ ଓ ଯୁବତୀମାନେ ନୃତ୍ୟ, ଗୀତ ପରିବେଷଣ କରିଥା'ନ୍ତି । ‘ମଜାଙ୍ଗ’ ହେଉଛି ଏକ ଚତୁର୍ଭୁଜାକାର ଗୃହ, ଯାହାକି ଗ୍ରାମର କେନ୍ଦ୍ର ଭାଗରେ ରହିଥାଏ । ଏହା ଯୁବକଯୁବତୀଙ୍କ ନିମନ୍ତେ କମ୍ୟୁନିଟି ହାଉସ୍, ବୟସ୍କଙ୍କ ନିମନ୍ତେ କୋର୍ଟହାଉସ୍ ଭାବେ କାର୍ଯ୍ୟ କରିବା ସହିତ ଏଠାରେ ସର୍ବସାଧାରଣଙ୍କ ନିମନ୍ତେ ଶସ୍ୟ ଗଚ୍ଛିତ ରଖାଯାଇଥାଏ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget