ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲ୍ଲାରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭଦ୍ରକଠାରେ ଜିଲ୍ଲା ପ୍ରଶାସନର ସଦ୍ଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ସଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ଶ୍ରୀ ବିଷ୍ଣଚରଣ ସେଠୀ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦିଜବର ରାଉତ ଓ ଜିଲ୍ଲାପାଳ ଡ. ଜ୍ଞାନ ଦାସ ପ୍ରମୁଖ ଯୋଗଦେଇଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ ସରବରାହକୁ ସ୍ଵାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଜନ ସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଯୋଗାଇ ଦିଆଯାଉଛି ଏବଂ ଯେଉଁସବୁ ଅଞ୍ଚଳରେ ଲୁଣାପାଣି ମାଡ଼ିଯାଇଛି ତା’ର ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୃହପାଳିତ ପଶୁମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅଞ୍ଚଳରେ ଘରଭଙ୍ଗା ଯାଞ୍ଚ କାର୍ଯ୍ୟ ଯଥାଶୀଘ୍ର ସାରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାରେ ହିତାଧୁକାରୀମାନଙ୍କୁ ପିଡ଼ିଏସ୍ ରାସନ୍ ବଣ୍ଟନ ସନ୍ତୋଷଜନକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଏଥୁ ସହିତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧୁକାରୀମାନଙ୍କୁ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ସମସ୍ତଙ୍କ ନିଷ୍ଠାପର ଉଦ୍ୟମ, ତତ୍ପରତା ଓ ସହଯୋଗରେ ଖୁବ୍ଶୀଘ୍ର ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରିଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି । ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧୁକାରୀ, ଜିଲ୍ଲା ଯୋଗାଣ ଅଧୁକାରୀ, ବିଭାଗୀୟ ନିର୍ବାହୀ ଓ ଅକ୍ଷୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ନିମନ୍ତେ ଗ୍ରହଣ କରାଯାଉଥିବା । ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
Post a Comment