ଭୁବନେଶ୍ବର, କୋଭିଡ୍ ମହାମାରୀରେ ନିଜ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ୧୮ ବର୍ଷ ବୟସରୁ ଷ୍ଟାଇପେଣ୍ଡ ଏବଂ ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା, ସ୍ବାସ୍ଥ୍ୟ ସୁରକ୍ଷା ସହ ଅନ୍ୟାନ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ସମ୍ବେଦନଶୀଳ ନେତୃତ୍ବର ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶର ଭବିଷ୍ୟତକୁ ସହାଯ୍ୟ କରିବା ପାଇଁ ଭାରତ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି ।
ଭାରତର କୋଭିଡ଼-୧୯ ବିରୋଧୀ ମୁକାବିଲାରେ ପିଏମ କେୟାର୍ସ ଫଣ୍ଠ ସହାୟକ ହୋଇଥିବା ବେଳେ ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପ ଯୋଗୀ । ପଦକ୍ଷେପକୁ ଶ୍ରୀ ପ୍ରଧାନ ସ୍ବାଗତ କରିଛନ୍ତି ।
ସୂଚନାଯୋଗ୍ୟ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ ୧୯ କାରଣରୁ ନିଜ ମାତାପିତା ସେମାନଙ୍କ ଯନ୍ ନେଉଥିବା ଅଭିଭାବକ ଙ୍କୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ ଯୋଜନାରେ ଆର୍ଥିକ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତି ନିଆଯାଇଛି ।
Post a Comment