ଭୂବନେଶ୍ବର, ଆସନ୍ତା କାଲି କେନ୍ଦ୍ରରେ ମୋଦି ସରକାର ୭ ବର୍ଷ ପୂର୍ତ୍ତି ହେବ । ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କାରଣରୁ ଦେଶବାସୀଙ୍କ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବା ।ସହ ବିଶ୍ୱସ୍ତରରେ ଭାରତକୁ ସମ୍ମାନିତ କରାଇଛନ୍ତି । ମୋଦି ସରକାର ନିଜର ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଅବସରରେ ଆସନ୍ତା କାଲି ୩୦ ଏବଂ ୩୧ ତାରିଖକୁ ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟର ସମସ୍ତ ଫଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହେବ ।
କରୋନା ସଂକ୍ରମଣ କାରଣରୁ ରାଜ୍ୟବ୍ୟାପୀ ଲଡାଉନ, ସଡାଉନ ଜାରୀ ରହିଛି । କରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ଫଚାୟତ ଏବଂ ସହରାଂଚଳର ବିଭିନ୍ନ ୱାର୍ଡମାନଙ୍କରେ ସେବା କାର୍ଯ୍ୟ କରିବେ । ବିଶେଷ ଭାବେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମାସ୍କ ଓ ସାନିଟାଇଜର ବଂଟନ ସମେତ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯିବ । ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯିବ ।
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ସମସ୍ତେ ଶୁଣିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ଜୁନ୍ ୨ ତାରିଖ (ବୁଧବାର) ଦିନ ଭଟ୍ରିଆଲ ମିଟିଂ ଜରିଆରେ ଏକ ବୁଦ୍ଧିଜୀବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Post a Comment