ଭୂବନେଶ୍ୱର, ଗତ ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଏହି କାରଣରୁ ଅନ୍ୟ କୌଣସି ଉପାୟ ନପାଇ ବର୍ତମାନ ଖୋଲା ବଜାରରେ ମାତ୍ର ୧୦୦୦ ଟଙ୍କା ପ୍ରତି କଂଟାଲରେ ଧାନ ବିକ୍ରୀ କରିବା ପାଇଁ ଚାଷୀ ବାଧ୍ୟ ହେଉଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ତନ୍ମ ମଧ୍ୟରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଭାଗଚାଷୀଙ୍କ ଟୋକନ ଲାପ୍ସ ହୋଇ ସାରିଲାଣି । ମିଲର୍ସମାନଙ୍କ ଉପରେ ରାଜ୍ୟସରକାରଙ୍କ ନିୟନ୍ତ୍ରଣ ନଥୁବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଇଛନ୍ତି ଏବଂ ପ୍ରତି ୱିଟାଲରେ ୫ ରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି ।
ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଦୃନ୍ଦକୁ ଦୂର କରିବା ପାଇଁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ପୁରୋହିତ୍ ଦାବୀ କରିଛନ୍ତି । । ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ଡିପ୍ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କଂଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ୮୦ ପ୍ରତିଶତ ଡିପ୍ ବୋରଲ ଚାଷୀଙ୍କ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କିଂଟାଲା, ୨ କଂଟାଲ, ୫ କିଂଟାଲ ଧାନ ବିକ୍ରି ପାଇଁ ଚିଠି ଆସିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡା ଆଦି ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
Post a Comment