loading...

ଓଡ଼ିଶୀ ସଂଗୀତର ଭବିଷ୍ୟତ ନେଇ ଆଲୋଚନା ଶାସ୍ତ୍ରୀୟ ମାନ୍ୟତା ମିଳିବା ଉପରେ ଗୁରୁତ୍ବାରୋପ

ସାରା ବିଶ୍ବରେ ଓଡ଼ିଶୀ ସଂଗୀତର ଏକ ସ୍ୱତନ୍ତ୍ରତା ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଉଦ୍ଦେଶ୍ୟରେ ଚାଲିଛି ପ୍ରୟାସ

ଓଡ଼ିଶୀ ସଂଗୀତର ଭବିଷ୍ୟତ ନେଇ ଆଲୋଚନା ଶାସ୍ତ୍ରୀୟ ମାନ୍ୟତା ମିଳିବା ଉପରେ ଗୁରୁତ୍ବାରୋପ

ଭୂବନେଶ୍ଵର, ସାରା ବିଶ୍ବରେ ଓଡ଼ିଶୀ ସଂଗୀତର ଏକ ସ୍ୱତନ୍ତ୍ରତା ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଉଦ୍ଦେଶ୍ୟରେ ଚାଲିଛି ପ୍ରୟାସ । ଏଥିପାଇଁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ଓଡ଼ିଶୀ ସଂଗୀତକୁ ପ୍ରଚାର ପ୍ରସାର କରାଯାଉଛି । ତେବେ ଓଡ଼ିଶୀ ସଂଗୀତର ଭବିଷ୍ୟତକୁ ନେଇ ଓଡ଼ିଶାର କଳା ଅଗ୍ରଣୀ ଅନୁଷ୍ଠାନ ଆଳପ ଟ୍ରଷ୍ଟ ପକ୍ଷରୁ ଏକ କର୍ମଶାଳା ଭଟୁଆଲ ମୋରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅନୁଷ୍ଠାନର ସଭାପତି ବଦ୍ରିନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । କରୋନାର ମହାବିପତ୍ତି ସମୟରେ ସମସ୍ତ କଟକଣାକୁ ମାନି ଏହି କର୍ମଶାଳା ଆୟୋଜିତ ହୋଇଥିଲା । 

ବିଗତ ଦିନରେ ଏହି ଅନୁଷ୍ଠାନ ପକ୍ଷରୁ କରୋନା କଟକଣା ମଧ୍ୟରେ ଆନ୍ତର୍ଜାତିକ ଓଡ଼ିଶୀ ସଂଗୀତ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିବାର ଆୟୋଜିତ କର୍ମଶାଳାରେ ସାରା ବିଶ୍ବରୁ ଓଡ଼ିଶୀ ସଂଗୀତକୁ ଭଲ ପାଉଥିବା ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁ ଧନେଶ୍ବର ସ୍ବାଇଁ, ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ନିମାକାନ୍ତ ରାଉତରାୟ, ଅଳକା ନନ୍ଦ, ରାମଚନ୍ଦ୍ର ତ୍ରିପାଠୀ, ଗୋକୁଳଚନ୍ଦ୍ର ପଟେଲ, ଡକ୍ଟର ସୁପ୍ରଭା ମିଶ୍ର, ଲୋକନାଥ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ପ୍ରୀତିଜ୍ୟୋସ୍ନା ଦେଓ, ଅନୁଜା ତାରିଣୀ ମିଶ୍ର, ସନ୍ତୋଷ କୁମାର ସୁନା, ଡକ୍ଟର ଉମେଶ ମିଶ୍ର, ଅନୀତା ମିଶ୍ର, ଡକ୍ଟର ମୃତ୍ୟୁଞ୍ଜୟ ରଥ, ଅନୀତା ରଥ, ପ୍ରଦ୍ୟୁମ୍ନ ମହାନ୍ତିଙ୍କ ବ୍ୟତୀତ ୧୦୦ରୁ ଊର୍ଣ୍ଣ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଶୀ ସଂଗୀତର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଆମେରିକା, ଜର୍ମାନ, ଫ୍ରାନ୍ତି ଆଦି ଦେଶ ଏବଂ ଭାରତର ଗୁଜରାଟ, ତ୍ରିପୁରା, ହାଇଦ୍ରାବାଦ, ଦିଲ୍ଲୀ, ଛତିଶଗଡ଼ ଆଦି ରାଜ୍ୟର ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଆଳପ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଉଦ୍ୟମକୁ ସେମାନେ ପ୍ରଶଂସା କରିବା ସହ ଏହାକୁ ସଫଳ ରୂପାୟନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget