loading...

ଲକଡାଉନ୍ ଅବଧୁ ଜୁନ ୧୭ ପର୍ଯ୍ୟନ୍ତ ବୃଦ୍ଧି । ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ - ମୁଖ୍ୟ ଶାସନ ସଚିବ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ନିଷ୍ପତ୍ତି ବଳରେ ରାଜ୍ୟରେ ଜାରି କରାଯାଇଥିବା ଲକଡାଉନ୍ ରୁ ଅନେକ ସଫଳତା ମିଳିଛି

ଲକଡାଉନ୍ ଅବଧୁ ଜୁନ ୧୭ ପର୍ଯ୍ୟନ୍ତ ବୃଦ୍ଧି । ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ - ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ନିଷ୍ପତ୍ତି ବଳରେ ରାଜ୍ୟରେ ଜାରି କରାଯାଇଥିବା ଲକଡାଉନ୍ ରୁ ଅନେକ ସଫଳତା ମିଳିଛି ବୋଲି ଜନସାଧାରଣଙ୍କୁ ସୂଚନା ଦେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି । ଏହି ସଫଳତାକୁ ଆଖୁରେ ରଖୁ ଲକଡାଉନ୍ ଅବଧୂ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ପଶ୍ଚିମାଞ୍ଚଳର କେତେକ ଜିଲ୍ଲା ରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳି ଆଦି ଉପକୂଳ ଜିଲ୍ଲା ମାନଙ୍କରେ ସଂକ୍ରମଣ ହ୍ରାସର ହାର କମ ରହିଛି । 

ଏବେ ରାଜ୍ୟରେ ମୋଟାମୋଟି କୋଭିତ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍ ପରୀକ୍ଷା, ଚିକିତ୍ସା, ହସ୍ପିଟାଲରେ ଶି ଯା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଦୈନିକ କୋଭିତ୍ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ଅଧୂକ ପରୀକ୍ଷା କରା ଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିଁ ।
କୋଭିଡ୍ ମହାମାରୀ ସହ ଓଡ଼ିଶା ‘ୟାସ୍ ପରି ଅତି ଭୀଷଣ ବାତ୍ୟାର ସମ୍ମୁଖୀନ ହୋଇଛି । ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯାଇଥୁଲା । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ଏଥିରେ ବହୁ କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତି । ଏସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । 

ଏହି ସମସ୍ତ ସ୍ଥିତି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଲ ଉର ଅବଧୂ ୧୬ ଦିନ ପାଇଁ ବୃଦ୍ଧି କରାଗଲା । ଏହା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ଶନିବାର ଓ ରବିବାର ସପ୍ତାହାନ୍ତ ସଡାଉନ୍ ଜାରି ରହିବ ।

୧- ବର୍ତ୍ତମାନ ଲଡାଉନ୍ ଓ ସଡାଉନ୍ ସମୟରେ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ । ବାହାଘର, ବ୍ରତଘର, ଭୋଜି, ସାମାଜିକ ଓ ଧାର୍ମିକ ସମାବେଶ ଆଦି ଉପରେ ପୂର୍ଣ୍ଣ କଟକଣା ରହିବ । ପୂର୍ବ ପରି କଟକଣାମୁକ୍ତ ଥିବା ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ଯଥା: ପାନୀୟ ଜଳଯୋଗାଣ, ଟେଲିକମ୍ ଓ ବିଦ୍ୟୁତ ସେବା ଆଦି ଚାଲୁ ରହିବ । ଦ୍ରବ୍ୟ ପରିବହନ, ଶିଳ୍ପ ଓ କଳକାରଖାନା କାମ ଆଦି ମଧ୍ୟ ପୂର୍ବପରି ଚାଲୁ ରହିବ ।

୨- ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ଶତକଡ଼ା ୧୦ ତଳକୁ ହ୍ରାସ ପାଇବାର ଲକ୍ଷ୍ୟ କରାଯାଇଛି । ଏହି ତିନି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ମଧ୍ୟ ଲଗାତାର ଭାବରେ ହ୍ରାସ ପାଉଛି । ତେଣୁ ଏହି ଜିଲ୍ଲାମାନଙ୍କରେ ଲଡାଉନ୍ କଟକଣା ସାମାନ୍ୟ କୋହଳ କରାଯାଇଛି । ଏହି ତିନୋଟି ଜିଲ୍ଲାରେ ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଦୋକାନଗୁଡ଼ିକ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟ ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ ସକାଳ ୭ଟାରୁ ପୂର୍ବହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଉପରୋକ୍ତ ତିନୋଟି ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ ସେଲୁନ, ପାର୍ଲର ଓ ମଲ ଆଦି ଖୋଲିବ ନାହିଁ । 

ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଗଲେ ଏହି ତିନୋଟି ଜିଲ୍ଲା ପାଇଁ କରାଯାଇଥିବା କୋହଳିକୁ ପ୍ରତ୍ୟାହାର କରାଯିବ । ପୁନଶ୍ଚ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ଲୋକଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦଗ୍ରସ୍ତ ହେଉଛନ୍ତି । କୋଭିଡ଼ ମହାମାରୀ ଚଳନ୍ତି ଶତାବ୍ଦୀର ବଡ଼ ବିପର୍ଯ୍ୟୟ । ଏହାର ଭୟାବହତାକୁ ଉପଲବ୍ଧି କରି କୋଭିଡ଼ ନିୟମ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖୁବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget