loading...

ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟରେ ୫ଜଣ କଂଗ୍ରେସର କୋଭିଡ ସେବକ ନିଯୁକ୍ତ ହେଲେ

ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟରେ ୫ଜଣ କଂଗ୍ରେସର କୋଭିଡ ସେବକ ନିଯୁକ୍ତ ହେଲେ

ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟରେ ୫ଜଣ କଂଗ୍ରେସର କୋଭିଡ ସେବକ ନିଯୁକ୍ତ

ଭୁବନେଶ୍ୱର, ପୂର୍ବତନ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କରୋନା ମହାମାରୀ ଦେଶ ଓ ରାଜ୍ୟରେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । କରୋନାକୁ ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶରେ ସମସ୍ତ ଜନସାଧାରଣଙ୍କୁ ଟୀକା ନେବା ଉଚିତ । ଟୀକାନେବା ନେଇ କେନ୍ଦ୍ରସରକାର ଯେଉଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି ତାହା ଠିକ୍ ନୁହେଁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି । ସରକାର ଟୀକା ଦେଇ ପାରୁନାହାଁନ୍ତି, ଅନଲାଇନ ପଞ୍ଜିକରଣ କଲେ ମଧ୍ୟ ସ୍କୁଟ ମିଳୁନାହିଁ ତେଣୁ କେନ୍ଦ୍ରସରକାର ଜାଣି ରଖୁବା ଉଚିତ ଭାରତର କେତେ ପ୍ରତିଶତ ଜନସାଧାରଣ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । 

ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖୁ କଂଗ୍ରେସ ସାମାଜିକ ଗଣମାଧ୍ୟମ ୧୮ ବର୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ ପଞ୍ଜିକରଣ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଏହି ଅବସରରେ ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ କଂଗ୍ରେସ କୋଭିଡ ସେବକ ଭାବେ ଦାଇତ୍ବ ଦେଇଛନ୍ତି ବୋଲି ଆଜି ଏକ ପ୍ରେସବିଜ୍ଞପ୍ତିରେ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget