loading...

ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନବୀନ ବାବୁଙ୍କ ଆଉ କେତେବର୍ଷ ଦରକାର ? କଂଗ୍ରେସ

୨୦୦୦ ମସିହାରୁ ୨୦୨୧ ମସିହା ଭିତରେ ନିଜର ପିତା ଶ୍ରୀ ବିଜୁପଟ୍ଟନାୟକଙ୍କର ସ୍ଵପ୍ନକୁ ପୂରଣ କରିବା ପାଇଁ ଫଚମ ପାଳିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ

ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନବୀନ ବାବୁଙ୍କ ଆଉ କେତେବର୍ଷ ଦରକାର ? କଂଗ୍ରେସ

ଭୁବନେଶ୍ୱର, ୨୦୦୦ ମସିହାରୁ ୨୦୨୧ ମସିହା ଭିତରେ ନିଜର ପିତା ଶ୍ରୀ ବିଜୁପଟ୍ଟନାୟକଙ୍କର ସ୍ଵପ୍ନକୁ ପୂରଣ କରିବା ପାଇଁ ଫଚମ ପାଳିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ମୂଳ କଥାଟି ନବୀନ ବାବୁ ଦୟାକରି ଓଡ଼ିଶାବାସୀଙ୍କୁ ଜଣାଇବେ କି ବିଜୁବାବୁଙ୍କର ଓଡ଼ିଶା ବାସୀଙ୍କ ପାଇଁ କଣ ସ୍ୱପ୍ନ ଥୁଲା ବା ଦେଖୁଥଲେ ଏବଂ ଏହି ୨୧ ବର୍ଷ ଭିତରେ କେଉଁ କେଉଁ ସ୍ୱପ୍ନକୁ ପୁରଣ କରାଯାଇପାରିଛି । ଆଉ କେଉଁ ସ୍ଵପ୍ନ ବାକି ରହିଲା ଏବଂ ତାକୁ ପୂରଣ କରିବାକୁ ଆଉ କେତେ ସମୟ ଦରକାର ବୋଲି ଅତି କ୍ଷୋଭର ସହିତ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ । 

ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀଯୁକ୍ତ କାନୁନଗୋ କହିଛନ୍ତି ଯେ ଯେଉଁମାନେ ବିଜୁବାବୁଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ମୁଁହରୁ ଗୋଟିଏ କଥା ବିଜୁବାବୁ ଚାହୁଁଥିଲେ ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳୁ । ପ୍ରତ୍ୟେକ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ବାସଗୃହ ମିଳିବା ଦରକାର ଏବଂ ରାଜ୍ୟର ପ୍ରତ୍ୟେକ ଯୁବକ ଓ ଯୁବତୀ କର୍ମନିଯୁକ୍ତି ସହିତ ସ୍ଵାବଲମ୍ବୀ ହେବା ଦରକାର । ଏବେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ-ଯୁବତୀ ଥାଇ ମଧ୍ୟ ଆମେ ସେମାନଙ୍କୁ କର୍ମନିଯୁକ୍ତି ଦେଇ ପାରିଲେ ନାହିଁ କିମ୍ବା ସ୍ବାବଲମ୍ବି କରିପାରିଲେ ନାହିଁ ବରଂ ସରକାରୀ ଓ ବେସରକାରୀ ଋକିରୀରୁ ବହୁ ଶୀକ୍ଷିତଙ୍କୁ ବାହାରକରି ବେକାରୀ ସଂଖ୍ୟା ବହୁଗୁଣରେ ବଢ଼ାଗଲା । ଏବେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କ ପାଇଁ ୮୫୯ ଅତିଥୁ ଶିକ୍ଷକ ନିଯୁକ୍ତି କରୁଛନ୍ତି । 

ଗତ ମାର୍ଚ୍ଚ ୧ ତାରିଖ ୨୦୨୧ ମସିହା, ଚିଠି ସଂଖ୍ୟା ରାଜ୍ୟ ଗଣଶିକ୍ଷା ନିର୍ଦ୍ଦେଶକ ରାଜ୍ୟରେ ବିଭିନ୍ନ ବିଦ୍ୟାଳୟମାନଙ୍କ ପାଇଁ ୧୯୮୮ ଶିକ୍ଷକ ୧୯୮୮ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କୁ ଜଣାଇଛନ୍ତି । ରାଜ୍ୟରେ ଲକ୍ଷ ଲକ୍ଷ ବି.ଇ.ଡି. ଓ ଏମ୍.ଇ.ଡି, ପାସ କରିଥିବା ପିଲାମାନେ ବେକାର ହୋଇ ବସିଛନ୍ତି । ତାଙ୍କୁ ସ୍ଥାୟୀ ନିଯୁକ୍ତି ନ କରି । ଅତିଥୁ ଶିକ୍ଷକ ରଖୁବା ବିଜୁବାବୁଙ୍କ ସ୍ବପ୍ନ ଥିଲାକି ? ମହିଳା ମାନଙ୍କୁ ସଶକ୍ତ କରିବା ଏବଂ ପ୍ରତ୍ୟେକ ଗାଁରେ ମଦ ଦୋକାନ ଖୋଲିବା ଏବଂ ସେହି ମହିଳାଙ୍କ ପରିବାରର ପୁରୁଷ ମାନଙ୍କୁ ମଦୁଆ କରେଇବା ଏହା କଣ ବିଜୁବାବୁଙ୍କ ସ୍ବପ୍ନ ଥିଲା କି ? ଯେଉଁ ଅତି ଶିକ୍ଷକ ନିଯୁକ୍ତି କରାଯାଉଛି ସେମାନଙ୍କର ଉତରଦାୟିତ୍ବ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ କିଭଳି ସହାୟକ ହେବେ ? ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୪୧ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଆମ ରାଜ୍ୟ ଓଡ଼ିଶା ସ୍ଵାସ୍ଥ୍ୟ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ବହୁ ତଳେ ରହିଛି । 

୨୦୧୮ ମସିହା ସୁଦ୍ଧା ଗ୍ରାମାଂଚଳରେ ୧୩୧୫୪ ଜଣ ଲୋକଙ୍କ ପାଇଁ ଜଣିଏ ଡାକ୍ତର ଅଛନ୍ତି । କିନ୍ତୁ ଜାତୀୟ ହାରରେ ୧୬୬୮ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ଠିକ୍ ସେହିଭଳି ଭାବରେ ଓଡ଼ିଶା ସରକାର ବାତ୍ୟାକୁ ସୁ ପରିଚାଳନା କରିବାରେ ସଫଳତାକୁ ନିଜୟ ଶ୍ରେୟ ବୋଲି ମଣୁଛନ୍ତି । ମୁଁ ଏଠି ନକରାତ୍ମକ ଟିପ୍ପଣୀ ନ କରି ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ୭ ଟି ବାତ୍ୟାକୁ ସାମ୍ନା କଲା ପରେ ଏବଂ ୨୧ ବର୍ଷ ଭିତରେ ସରକାର କଣ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ମାନଙ୍କର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ପାରିନାହାନ୍ତି କି ? ଯଦି ନା ତାହାଲେ ଆଉ କେତେ ବର୍ଷ ଦରକାର ? ଯେତେସବୁ ଗଣମାଧ୍ୟମରେ ପକ୍କାଘର ବଂଟା ଯାଇଥିଲା ବୋଲି ବହୁଳ ପ୍ରଚାରିତ ହୋଇଥିଲା ସେଗୁଡ଼ିକ କଣ କାଗଜ କଲମରେ କି ? 

ସରକାର ମହୋଦୟ ଦୟାକରି କହିବେ କି ଓଡ଼ିଶାର ସାମୁଦ୍ରିକ ତଟ ରେ କେତେ ଅଂଚଳ ଘନ ଜଙ୍ଗଲ ସୃଷ୍ଟି କରାଯାଇଛି ? ଓଡ଼ିଶାର ୩୦ ଟି ଜିଲ୍ଲାରେ ପ୍ରାଥମିକ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୨୦୦ ଡାକ୍ତରୀ ପଦବୀ ଫାଙ୍କା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ଉପଖଣ୍ଡ ଚିକିତ୍ସାଳୟ କଥା ମୁଁ କହୁନାହିଁ । ତେଣୁ ଏ ସରକାର କେବଳ ପ୍ରଚାର, ପ୍ରତିଶୃତି ଓ ପ୍ରତାରଣାର ସରକାର ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ କାନୁନଗୋ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget