ଭୁବନେଶ୍ବର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏହି ୟୁ-ଟ୍ୟୁବ୍କୁ ଆଜି ଲୋକାର୍ପଣ କରିଥିବା ଜଣାଯାଇଛି । ଶ୍ରୀ ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟ୍ୟୁବ୍ ଶୁଭାରମ୍ଭ କରା ଯାଇଥିଲା । ୟୁ-ଟ୍ୟୁବ୍ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍ କମ୍ର ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଆଜି ଶୁଭାରମ୍ଭ

Post a Comment