loading...

କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ସେବା କାର୍ଯ୍ୟ ଅନୁଷ୍ଠିତ

କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସମସ୍ତ ୱାର୍ଡ ଓ ଫଚାୟତରେ ସେବା କାର୍ଯ୍ୟ ଅନୁଷ୍ଠିତ

କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ସେବା କାର୍ଯ୍ୟ ଅନୁଷ୍ଠିତ

ଭୂବନେଶ୍ୱର, କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପାର୍ଟିର କେନ୍ଦ୍ରୀୟ ନିଷ୍ପତି ଆନୁଯାୟୀ ଆଜିର ଏହି ସେବା ଦିବସକୁ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସମସ୍ତ ପ୍ରାର୍ଡ ଓ ପଂଚାୟତରେ ସେବା ଦିବସ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ୬୭ଟି ୱାର୍ଡ ଓ ୧୧ଟି ପଂଚାୟତରେ ପାର୍ଟିର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ସେବା କାର୍ଯ୍ୟ କରିଥିଲେ । ପାର୍ଟିର କାର୍ଯ୍ୟକର୍ତାମାନେ ବିଶେଷ ଭାବେ ମାୟ, ସାନିଟାଇଜର, ଅକ୍ତିମିଟର, ଶୁଖିଲା ଖାଦ୍ୟ ବଂଟନ କରିବା ସହ କରୋନା ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ । 

ଥର୍ମାଲ ସ୍କ୍ରିନି ଓ ଆକ୍ଟିମିଟର ସହାୟତାରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ସ୍ଥାନୀୟ ସୁନ୍ଦରପଦାରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ସ୍ଥାନୀୟ ମଣ୍ଡଳ ସଭାପତି ଏବଂ ବହୁ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ହରେକୃଷ୍ଣ ଖୁଟିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାର୍ଟିର କାର୍ଯ୍ୟକର୍ତାମାନେ ଜିଲ୍ଲାର ବିଭିନ୍ନ ଅଂଚଳରେ ସେବା କାର୍ଯ୍ୟ କରିଥିଲେ । 

ଏହି ସେବା ଦିବସ କାର୍ଯ୍ୟକ୍ରମକୁ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଏକାମ୍ର (ଗ୍ରାମୀଣ) ମଣ୍ଡଳ ସଭାପତି ଅରୁଣ ପୁରୋହିତ, ରାଜାରାଣୀ ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦେବ, ଶ୍ରୀରାମ ମଣ୍ଡଳ ସଭାପତି ଶଶୀପ୍ରଭା ରଥ, ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା, ବୁଦ୍ଧ ଶ୍ବରୀ ମଣ୍ଡଳ ସଭାପତି ସନ୍ତୋଷ । ଜେନା, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍, ଶ୍ରୀକୃଷ୍ମ ମଣ୍ଡଳ ସଭାପତି ଅଂଜନ ନାଥ, ବାଣୀବିହାର ମଣ୍ଡଳ ସଭାପତି । ବିଜୟ ରାଉତ, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ଉତର (ଗ୍ରାମୀଣ) ମଣ୍ଡଳ ସଭାପତି ଯତୀନ୍ଦ୍ର କୁମାର । ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧୁକାରୀମାନେ ସାମିଲ ହୋଇ ନିଜ ନିଜ ଅଂଚଳରେ ସେବା କାର୍ଯ୍ୟ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget