loading...

ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ ସଦସ୍ୟଙ୍କ ଆସନ୍ତାକାଲି ଠାରୁ ୩ ଦିନିଆ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଗ୍ରସ୍ତ

ପିସିସି ୟାସ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ ସଦସ୍ୟଙ୍କ ଆସନ୍ତାକାଲି ଠାରୁ ୩ ଦିନିଆ

ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ ସଦସ୍ୟଙ୍କ ଆସନ୍ତାକାଲି ଠାରୁ ୩ ଦିନିଆ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଗ୍ରସ୍ତ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ ଟାସ୍କ ଫୋର୍ସ’ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ କମିଟି ସଦସ୍ୟ ୟାସ ବାତ୍ୟାରେ ସର୍ବାଧୁକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରୁଛନ୍ତି । ଆସନ୍ତାକାଲି ତା ୨୮ ମେ, ଶୁକ୍ରବାର ପୂର୍ବାହ୍ନ ୮ ଘଟିକାରୁ ପିସିସି କାର୍ଯ୍ୟାଳୟରୁ ବାହାରି ଦିବା ୧୦ ଘଟିକା ୩୦ ମିନିଟରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ସେଠୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ‘ୟାସ ଟାସ୍କ’ ଫୋର୍ସ ସଂଯୋଜକ ଆଉ ସଦସ୍ୟ ମାନେ ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତକରି କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରିବା ସହ ଲୋକଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବେ । 

ଭଦକୁ ଜିଲ୍ଲା କାର୍ଯ୍ୟକ୍ରମ ଅନୁଧାନ ପରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଆଉ ସଦସ୍ୟମାନେ ବାଲେଶ୍ଵର ଠାରେ ରାତ୍ରିଯାପନ କରି ତା’ ପରଦିନ ୨୯, ମେ, ଶନିବାର ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ, ସଦସ୍ୟମାନେ ୟାସ ପ୍ରଭାବିତ ଅଂଚଳ ଗସ୍ତକରି ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ସ୍ଥିରି କରାଯାଇଛି । ଶ୍ରୀଯୁକ୍ତ ପ୍ରଦୀପ ମାଝୀଙ୍କ ସମେତ ଆବାହକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଶୁଭେନ୍ଦୁ ମହାନ୍ତି, ସମ୍ବୁ ପାଣିଗ୍ରାହୀ, ବିଶ୍ବଭୂଷଣ ଦାସ, ପତ୍ନାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେଉଛନ୍ତି ବୋଲି ପିସିସ ଟାସ୍କଫୋର୍ସ କମିଟି ଆବାହକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget