ଭୁବନେଶ୍ୱର, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ତ୍ତିମା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା ବାତ୍ୟା ପରିପ୍ରେକ୍ଷୀରେ ସୋସାଇଟି ପକ୍ଷରୁ କଳିଙ୍ଗ ନଗରଠାରେ ଗରିବଶ୍ରେଣୀର ଲୋକଙ୍କ ମଧ୍ୟରେ ଶୁଖୁଲା ଖାଦ୍ୟ ଯଥା-ଋଉଳ, ଅଟା, ଡାଲି, ତେଲ, ଆଳୁ ଓ ପିଆଜର ପ୍ୟାକେଟ ବଣ୍ଟନ କରାଯାଇଛି ।
ଏଥିସହିତ ଭୁବନେଶ୍ୱର ଓ ଛତିଆର ତିନୋଟି ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପରିଗୁଳନା କରିଥିଲେ । ସୋସାଇଟିର ସଭ୍ୟ ଡଃ କରୁଣାକର ପ୍ରଧାନ, ନମ୍ରତା ଚଢା, ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ଶାଖା ସଭାପତି ଡ ବିମଳେନ୍ଦୁ ମହାନ୍ତି, କେନ୍ଦ୍ରୀୟ ଉପସଭାପତି ଡ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ବରିଷ୍ଠ ସଭ୍ୟ ବିଳମ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Post a Comment