loading...

ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସର ଧାରଣା ଓ ଦାବୀପତ୍ର ପ୍ରଦାନ

ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

ଭୁବନେଶ୍ଵର, ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତତ୍ବାବଧାନରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ମଦ ଲାଇସେନ୍ସ ଫି ଛାଡ଼ ବିରୋଧରେ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଲେଯେ, ମଦ ବ୍ୟବସାୟୀଙ୍କ ଉପରୁ ଲାଇନେସନ୍ସ ଫି ଛାଡ଼ ନିଷ୍ପତିରୁ ପ୍ରତିୟମାନ ହେଉଇଛି ଯେ ନବୀନ ସରକାର ମଦବ୍ୟବସାୟୀଙ୍କ କବଜାରେ ରହିଛନ୍ତି । ତେଲ, ଡାଲି, ଅଟା, ବିଜୁଳି, ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଗଲିଥିଲା ବେଳେ ନବୀନ ବାବୁଙ୍କ ମଦ ବ୍ୟବସାୟୀଙ୍କ ଉପରେ ଆଶୀର୍ବାଦ ଦୁର୍ଭାଗ୍ୟଜନକ । 

ସେହିପରି ଉପସ୍ଥିତ ଥିବା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଲେଯେ, ମଦବ୍ୟବସାୟୀ ନବୀନ ସରକାରଙ୍କ ଗେହ୍ଲାପୁଅ ବୋଲି ସରକାରଙ୍କର ନୀତି ନିଷ୍ପତିରୁ ଜଣାପଡୁଛି । ଏହି କରୋନା ମହାମାରୀ ସମୟରେ କ୍ଷୁଦ୍ର, ମଧ୍ୟମ ଓ ଖୁଚୁରା ବ୍ୟବସାୟୀଙ୍କ ଅଂଟା ଭାଙ୍ଗିଯାଇଥିଲା ବେଳେ ନବୀନ ବାବୁ କେବଳ ମଦବ୍ୟବସାୟୀଙ୍କୁ ସୁରକ୍ଷିତ ରଖୁବା ପାଇଁ ବ୍ୟବସ୍ଥା କରିଛନ୍ତି । ତେଣୁ ନବୀନ ସରକାର ତୁରନ୍ତ ନିମ୍ନ ଲିଖୁତ ଦାବୀ ପୂରଣ କରନ୍ତୁ । ଆମର ଦାବୀ ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ମାନଙ୍କର ଲାଇସେନ୍ସ ଫି ମ୍ୟୁନିସିପାଲଟି କର୍ପୋରେସନ । ଆଇନ ଅନୁଯାୟୀ ଜୁନ ୨୦୨୦ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ଼ କରାଯାଉ । ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରାଯାଉ । 
ଯାହାଫଳରେ କି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା: ଡାଲି, ଖାଇବା ତେଲ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହେବ ।ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ । । ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ସ୍ଵାଧୀନବାଳା ଦାସ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଆଦିତ୍ୟ ପ୍ରିତମ ଦାସ, ବିଶ୍ୱଜିତ ସ୍ବାଇଁ, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଏହମଦ ଖାନ, ଏମଡି ସାମୁଏଲ ହକ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget