loading...

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ ‘ୟାଶ - ସିଇସି

ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ବୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିଝଡ 'ୟ' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ ‘ୟାଶ - ସିଇସି

ଭୁବନେଶ୍ୱର,ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ବୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିଝଡ 'ୟ' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଇଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି । ସଦ୍ୟତମ ବିଶ୍ଳେଷଣ ଅନୁଯାୟୀ ଏହି ଘୂର୍ଣ୍ଣିଝଡର ଅବସ୍ଥିତି ମଙ୍ଗଳବାର ୫.୩୦ ସୁଦ୍ଧା ପାରାଦ୍ବୀପରୁ ୧୪୦ କି.ମି ଦୂରରେ ରହିଥିବାବେଳେ ମେ ୨୬ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ପବନର ବେଗ ମଧ୍ୟ ମେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଜାରିରହିବ ବୋଲି ସେ କହିଛନ୍ତି ।

ତେବେ ଏହାର ମଡେଲ୍ ଇଂଟାକୁ ଇଂଟା ପରିବର୍ତନ ହେଉଥିବାରୁ ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି । ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେହି ସ୍ଥାନରେ ପରିବର୍ତନ ହୋଇପାରେ ବୋଲି କହିବା ସହ ସୋମବାର ଅପରାହ୍ନରୁ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଇଂଟା ପ୍ରତି ୩୫ ରୁ ୫୦ କି.ମି ହେବ ବୋଲି ଡ. ସାହୁ କହିଛନ୍ତି । ସେହିପରି ମଙ୍ଗଳବାର ସକାଳୁ ଜଗତସିଂହପୁର ଅଂଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାବେଳେ ମେ ୨୬ ତାରିଖ ଅପରାହ୍ନରୁ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ବଢ଼ିବ। ଏହି ଘୂର୍ଣ୍ଣିଝଡ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ପବନର ବେଗ କମିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ନରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ଜାରି ହେବାକୁ ଥିବାବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମରୁ ଉତରାଂଚଳକୁ ପ୍ରବାହିତ ହେଉଥିବା ପବନ ଖୁବ୍ ଶକ୍ତ ଏବଂ ଏହା ବଙ୍ଗଳା ଦେଶ ଏବଂ ପୂର୍ବ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ୨୫ତାରିଖ ରାତିରୁ ପ୍ରଭାବ ପକାଇବ ବୋଲି ଡ. ସାହୁ କହିବା ସହ ଘୁଷ୍ଠିଝଡ ଘନୀଭୂତ ହେବାବେଳେ ପବନର ବେଗ ମଧ୍ୟ । ଅତୀ ତୀବ୍ର ହେବବୋଲି ସେ କହିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget