loading...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ କଲେ ଲାଲ୍ ଚାନ୍ଦ ମାହେଶ୍ୱରୀ

ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ବରୂପ ଲାଲ୍ ଚାନ୍ଦ ମାହେଶ୍ୱରୀ ଶ୍ରୀ ମାର୍ବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ କଲେ ଲାଲ୍ ଚାନ୍ଦ ମାହେଶ୍ୱରୀ

ଭୁବନେଶ୍ବର, ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ବରୂପ ଲାଲ୍ ଚାନ୍ଦ ମାହେଶ୍ୱରୀ ଶ୍ରୀ ମାର୍ବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ପ୍ରୋପ୍ରାଇଟର୍ ଶ୍ରୀ ଲାଲ୍ ଚାନ୍ଦ୍ ମାହେଶ୍ୱରୀଙ୍କ ଠାରୁ ଏହି ରାଶିର ଚେକ୍‌ଗ୍ରହଣ କରିଛନ୍ତି ।

ଚେକ୍ ପ୍ରଦାନ ସମୟରେ ଶ୍ରୀ ଲାଲ୍ ଚାନ୍ଦ୍ କହିଥିଲେ ଯେ ରାଜ୍ୟସରକାରଙ୍କ ସମୟୋପଯୋଗୀ ଓ ସକ୍ରିୟ କୋଭିଡ୍ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍ ମହାମାରୀ ସ୍ଥିତି ନିୟନ୍ତ୍ରଣାଧନ ରହିଛି । ଲକ୍ ଡାଉନ୍ ସମୟରେ ରାଜସ୍ଥାନ ସେବା ସଂସ୍ଥାନ ମାଧ୍ୟମରେ ଗରିବ ଲୋକମାନଙ୍କୁ ଖାଦ୍ୟ ପୁଡ଼ିଆ, ରେସନ ପ୍ୟାକେଟ୍, ମାସ୍କ ଓ ସାନିଟାଇଜର୍ ବଣ୍ଟନ ବିଷୟରେ । ସେମାନେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।

ଏତାଦୃଶ ସେବା ଓ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶ୍ରୀ ମାର୍ବଲ୍‌ସ୍ । କଂପାନୀଙ୍କୁ ସାଧୁବାଦ ଜଣାଇବା ସହ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖୁବାକୁ ଅନୁରୋଧ କରିଥିଲେ । ଏହି ସମୟରେ ରାଜସ୍ଥାନ ସେବା ସଂସ୍ଥାର କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ନବରତ୍ନ ବୋଥ୍ରା ମଧ୍ୟ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget