loading...

ମହାମାରୀ ସମୟରେ ରାସନ କାର୍ଡ ନଥିବା ମଧ୍ୟବିତ୍ତ ବର୍ଗଙ୍କୁ ଆଧାର କାର୍ଡ ଅନୁସାରେ ଆର୍ଥିକ ସହାୟତା ମିଳୁ

ଦେଶରେ ଦେଖା ଦେଇଥିବା ପ୍ରଳୟଙ୍କରୀ ସମୟରେ ଜୀବନ ଜୀବିକା ହରାଇ ମୃତ୍ୟୁ ସହିତ ଲଢୁଥିବା ମଣିଷ ଆଜି ଅସହାୟ ଅବସ୍ଥାରେ

ମହାମାରୀ ସମୟରେ ରାସନ କାର୍ଡ ନଥିବା ମଧ୍ୟବିତ୍ତ ବର୍ଗଙ୍କୁ ଆଧାର କାର୍ଡ ଅନୁସାରେ ଆର୍ଥିକ ସହାୟତା ମିଳୁ

ଭୁବନେଶ୍ୱର, ଦେଶରେ ଦେଖା ଦେଇଥିବା ପ୍ରଳୟଙ୍କରୀ ସମୟରେ ଜୀବନ ଜୀବିକା ହରାଇ ମୃତ୍ୟୁ ସହିତ ଲଢୁଥିବା ମଣିଷ ଆଜି ଅସହାୟ ଅବସ୍ଥାରେ ଅଛି । ଲଡାଉନ୍ ଯୋଗୁଁ ସମସ୍ତଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି ତେଣୁ ଏହି ବିପର୍ଯ୍ୟୟ ସମୟରେ ସମସ୍ତ ରାସନ କାର୍ଡ ଧାରୀଙ୍କୁ ମେ ୧ ରୁ ଦୁଇମାସ ପାଇଁ ମାଗଣା ରାସନ ଯୋଗାଇଦେବା ପାଇଁ ଘୋଷଣା କରିଥିବା ବେଳେ ଓଡ଼ିଶା ରାଜ୍ୟ ସରକାର ଅନୁରୂପ ଯୋଜନା ଘୋଷଣା କରିଛନ୍ତି ।

ଏଣୁ ସହିତ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାକୁ ସମ୍ପୂର୍ଣ୍ଣ ଲଡାଉନ୍ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ସରକାରଙ୍କ ଏହି ଘୋଷଣା ଲକ୍ଷ ଲକ୍ଷ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପରିପ୍ରକାଶ । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ର ସରକାରଙ୍କ ମଧ୍ୟବିତ୍ତ ମାରଣ ନୀତିକୁ ସମାଲୋଚନା କରିବା ସହିତ ମଧ୍ୟବିତ୍ତ କ’ଣ ସାବତ ପୁଅ” ବୋଲି ପ୍ରଶ୍ନ କରିଛନ୍ତି ।

ଖାଦ୍ୟସୁରକ୍ଷା ଯୋଜନାରେ କେବଳ ରାସନ କାର୍ଡଥିବା ଗରିବ ହିତାଧିକାରୀମାନେ ଉପକୃତ ହେବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ କରୋନା ଦ୍ବାରା ପ୍ରଭାବିତ ହୋଇ ଜୀବିକା ହରାଇଥିବା ବର୍ଗର ଲୋକ ଯାହାର ରାସନ୍ । କାର୍ଡ ନାହିଁ ସେମାନେ ବି ମହାମାରୀରେ ପ୍ରଭାବିତ ହୋଇ ସରକାରୀ ଆଇନ୍ ମାନି ଗୃହବନ୍ଦିରେ ରହୁଛନ୍ତି ତେଣୁ ରାସନ କାର୍ଡ ନଥିବା ସାଧାରଣ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଆଧାର କାର୍ଡ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଦରକାର ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ପକ୍ଷପାତ ମନବୃତ୍ତି ଘୋର ନିନ୍ଦନୀୟ ଓ ଅସାମ୍ବିଧାନିକ । ଏପରି ଏକ ବିପର୍ଯ୍ୟୟ ସମୟରେ ଦୁର୍ଦ୍ଦିନରେ ଥିବା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବି ସରକାର ଚିନ୍ତା କରିବା ଦରକାର ବୋଲି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget