ଭୁବନେଶ୍ଵର, ଲଉନ୍ ସମୟରେ ଏବେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି । ବିଶେଷକରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ବିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ମାସ ୫ତାରିଖରୁ ଲଡାଉନ୍ ଆରମ୍ଭ ଦିନ ଠାରୁ ହିଁ ଆହରକେନ୍ଦ୍ରଗୁଡିକ ଯଥାରିତି ଖୋଲା ରହିଛି । ତେବେ କଉଁ ପକ୍ଷସଂକ୍ରମଣକୁ ଦୃଷ୍ଟିରେ ଏହି ସମୟରେ ଆହାରକେନ୍ଦ୍ରରେ ବସି ଖାଇବା ଅପେକ୍ଷା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପୁଡିଆ ଆକାରରେ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଲଡାଉନ୍ର ପ୍ରଥମ ଦିନ ସର୍ବାଧୂକ ୧୬୬ଟି ଆହାର କେନ୍ଦ୍ର ଖୋଲିଥିବାବେଳେ ଏଠାରେ ପ୍ରାୟ ୩୧ହଜାର ମିଲ୍ ବିକ୍ରୟ ହୋଇଥିଲା । ମଇ ୫ରୁ ଗତ କାଲି ,୨୦ ତାରିଖ । ମଧ୍ୟରେ ଦୁଇଟି ଶନିବାର ୮ ଓ ୧୫ ତାରିଖକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସବୁଦିନ ୧୬୩ରୁ ଅଧୁକ ଆହାର କେନ୍ଦ୍ର କାର୍ଯ୍ୟ କରୁଥିଲା । ଲକଡାଉନ୍ ଅବଧୂ ବଢିବା ସହିତ ଆହାରକେନ୍ଦ୍ରଗୁଡିକରେ ଲୋକଙ୍କ ମିଲ୍ ସଂଗ୍ରହ ପରିମାଣ ବଢି ୧୭ ଓ ୧୮ତାରିଖ ବେଳକୁ ଏହା ୪୦ହଜାରକୁ ଟପିଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁହି କରେ ସଂଖ୍ୟାଧୂକ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପୁଡିଆ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଆହାରକେନ୍ଦ୍ରଗୁଡିକରେ ମୋଟ୍ ୪ଲକ୍ଷ ୬୧ ହଜାରୁ ଅଧିକ ମିଲ୍ ଲୋକେ ନେଇଥିବା ଜଣାଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିବା ଲୋକମାନେ ଯେଭଳି ସୁରକ୍ଷିତ ରହିବେ ସେଥିପାଇଁ କର୍ଭ ପକ୍ଷସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଆହାର କେନ୍ଦ୍ରକୁ ସଫା ସୁତରା ରଖାଯିବା ସହିତ ସାଧାରଣ ଲୋକଙ୍କ ପାଇଁ ସାନିଟାଇଜର ଯୋଗାଇ ଦିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତାକୁ ସର୍ବାକ ଗୁରୁତ୍ବ ଦିଆଯାଇଛି । ବିନା ମାସ୍କରେ ଆସିଲେ ଖାଦ୍ୟ ମିଳିବ ନାହିଁ ବୋଲି ଲୋକଙ୍କୁ ଅବଗତ କରାଯାଇଛି ।
ଯେହେତୁ ଲୋକେ ଏଠାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ତେଣୁ ଆହାର କେନ୍ଦ୍ର ପରିସରରେ ଆଦୌ ଗହଳି ପରିଲକ୍ଷିତ ହୋଇନାହିଁ । ଉଲ୍ଲେଖନୀୟ ଯେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦେଲେ ଛୋଟ ଛୋଟ ହୋଟେଲ ଓ ଖାଇବା ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇ ଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ଗରିବ ଲୋକଙ୍କ ପାଇଁ ଆହାର କେନ୍ଦ୍ର ବେଶ୍ ସହାୟକ ହୋଇଛି । ଲଡାଉନ୍ ଅବଧୂ ବଢିଥିବାବେଳେ ଆହାର କେନ୍ଦ୍ର ପୂର୍ବଭଳି ଖୋଲା ରହିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।
Post a Comment