loading...

ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ଅବସରରେ ଭୁବନେଶ୍ଵ ଜିଲ୍ଲା କଂଗ୍ରେସ ତରଫରୁ ଭୁବନେଶ୍ଵର ତିନୋଟି ନିର୍ବାଚନ ମଣ୍ଡଳୀର ନିରାଶ୍ରୟ ଓ ଗରୀବ ଶ୍ରେଣୀୟ

ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ଅବସରରେ ଭୁବନେଶ୍ଵ ଜିଲ୍ଲା କଂଗ୍ରେସ ତରଫରୁ ଭୁବନେଶ୍ଵର ତିନୋଟି ନିର୍ବାଚନ ମଣ୍ଡଳୀର ନିରାଶ୍ରୟ ଓ ଗରୀବ ଶ୍ରେଣୀୟ ଲୋକଙ୍କୁ ମାସ୍କ, ସାନିଟାଇଜର ଓ ରନ୍ଧାଖାଦ୍ୟ ବଂଟନ କରାଯାଇଛି । ଆଜି ସକାଳ ଘ. ୮.୩୦ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳବଂଟନ କରାଯାଇଥିଲା । ପରେ ଏକ୍ରାମ ନିର୍ବାଚନ ମଣ୍ଡଳୀର ଶ୍ରୀଲିଙ୍ଗରାଜ ମନ୍ଦିର ପାଖରେ ଭିକ୍ଷୁକ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ, ମାସ୍କ, ସାନିଟାଇଜର ବଂଟନ କରାଯାଇଥିଲା ଏବଂ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ରଶ୍ମି ମହାପାତ୍ରଙ୍କ ମାଧ୍ୟମରେ ଧଉଳି ଛକ ଠାରେ ବ୍ଲକ ସଭାପତି ଇନ୍ଦ୍ରଜିତ ପରିଡ଼ା ଓ କ୍ଷୀରୋଦ ବେହେରା ନିରାଶ୍ରୟ ମାନଙ୍କୁ ରାସନ ବଂଟନ କରିଥିଲେ । 

ମଧ୍ୟାହ୍ନରେ ମଧ୍ୟମ ନିର୍ବାଚନ ମଣ୍ଡଳୀର ଶିଶୁ ଭବନ ଛକଠାରୁ ବାଣିବିହାର, ୟୁନିଟ-୮, ୟୁନିଟ-୬, ଅଂଚଳରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ସହଯୋଗୀତାରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁରୂପ ଭାବେ ମାସ୍କ, ସାନିଟାଇଜର ଓ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ସେହିପରି ଉତର ନିର୍ବାଚନ ମଣ୍ଡଳୀର ସିଆରପି, ମୁଣ୍ଡାସାହି, ଜୟଦେବ ବିହାର, ବିଜୁପଟ୍ଟନାୟକ କଲେଜ ଛକ, କଳିଙ୍ଗ ହସପିଟାଲ, ଡମଣା, ରସୁଲଗଡ଼ ଛକ ଇନଫୋସିଟି ଛକ, କିଟ୍ ଛକ ଓ ଫୁଲ ନଖରାରେ ରନ୍ଧାଖାଦ୍ୟ, ସାନିଟାଇଜର ଓ ମାସ୍କ ବଂଟା ଯାଇଛି । । ଇତି ମଧ୍ୟରେ ରାସ୍ତାରେ କର୍ତ୍ତବ୍ୟରତ ପୋଲିସ ଓ ଟ୍ରାଫିକ ପୋଲିସଙ୍କୁ ମାସ୍କ ବଂଟନ କରାଯାଇଥିଲା । 

ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଥିଲେ କରୋନା ମହାମାରୀ । ସମୟରେ ପ୍ରଭାବିତ ନିରାଶ୍ରୟ ଗରିବ ଓ ଭିକ୍ଷାବୃତି କରୁଥିବା ଲୋକଙ୍କୁ ଖାଦ୍ୟ, ମାସ୍କ, ଓ ସାନିଟାଇଜର ଯୋଗାଇ ଆଜି କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ମନୋରଞ୍ଜନ ଜେନା, ସାଗର ପଟ୍ଟନାୟକ, ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆରସିଂ, ଶୁଭ୍ରଜ୍ୟୋତି ଲେଙ୍କା, ଶାହାରୁଖ ଖାନ, ନିହାର ବେହେରା, ଦେବାଶିଷ ଦାସ, ଅଜିତ୍ର ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget