ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବାରିପଦାଠାରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତି ସହିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ଭୀନିତ ଭରଦ୍ଵାଜଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିବା ସହ ସ୍ଥିତି ଖୁବଶୀଘ୍ର ସ୍ବାଭାବିକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିବା ସହିତ ହିତାଧୁକାରୀଙ୍କୁ ଦୁଇମାସର ପିଡିଏସ୍ ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଜିଲ୍ଲା ଆଗୁଆ ରହିଛି ବୋଲି କହିଥିଲେ । ଏଣୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରବିଧାନ ସଂଗ୍ରହର ସଦ୍ୟତମ ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ବୈଠକରେ ମୟୂରଭଞ୍ଜର ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ । ଅଧୁକାରୀ ଏବଂ ଡିଆର୍ସିଏସ୍ଙ୍କ ସମେତ ପୂର୍ଭ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ବାରିପଦାଠାରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍ରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ବୁଲି ଦେଖୁବା ସହିତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜଳସଂପଦ ବିଭାଗର ବରିଷ୍ଠ ଅଧୁକାରୀଙ୍କ ସହିତ ନଦୀ ବନ୍ଧର କ୍ଷୟକ୍ଷତି ବୁଲି ଦେଖିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୋଗରାଇ ବ୍ଲକ୍ ଅନ୍ତର୍ଗତ ତାଳସରୀ, ହୁଗୁଳି, ଶାହାବା ଜିପୁର, ଉଦୟପୁର, ଚନ୍ଦ୍ରାବାଲି, ଖଡିବିଲ, ଏନ୍ଏମ୍ ପଡ଼ିଆ, କିନିଆ, ବଡ଼ପାହି, ଭୂଷଣ୍ଡେଶ୍ଵର ଇତ୍ୟାଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଥିଲେ । ଏହି ଅବସରରେ ଭୋଗରାଇର ବିଧାୟକ ଶ୍ରୀ ଅନନ୍ତ ଦାସଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ଏବଂ ମଣ୍ଡଳ ଉନ୍ନୟନ ଅଧୁକାରୀଙ୍କ ସମେତ ବରିଷ୍ଠ ଅଧୁକାରୀ ଉପସ୍ଥିତ ଥିଲେ ।
Post a Comment