loading...

ରାଜ୍ୟ ସରକାରଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ

ରାଜ୍ୟ ସରକାରଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧ ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ବର ଜିଲ୍ଲାରେ ‘ଇ.ପି.ଏ. ୱିଲି’ର ପ୍ରତିନିଧ ସ୍ଵର୍ଗତ ସୋଲୋମାନ୍ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନ୍ୟୁଜ୍’ର ଗଜପତି ପ୍ରତିନିଧ କେ. ସି. ରମ୍, ସମାଜ’ର ଗଞ୍ଜାମ ପ୍ରତିନିଧ ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଫୁଲବାଣୀ ପ୍ରତିନି ତାରିଣୀ ଚରଣ ପାଢ଼ୀ, ‘ନ୍ୟୁଜ୍ – ୧୮’ର ଭୁବନେଶ୍ବର ପ୍ରତିନିଧ ପ୍ରବୀର କୁମାର ପ୍ରଧାନ, ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧ ପ୍ରତାପ କୁମାର ଦାସ ଏବଂ ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧେ ନବୀନ ନନ୍ଦ ଗନ୍ତାୟତ ।

ଭୁବନେଶ୍ବରଠାରେ ‘ନିତିଦିନ ସମ୍ବାଦପତ୍ରର ପ୍ରତିନିଧ ସ୍ଵର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ ଖବରକାଗଜର ପ୍ରତିନିଧ ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି । ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧ୍ୟ ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧୁର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି । ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତ୍ୟୁ ପାଇଁ କୋଭିଡ୍ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏତଦ୍‌ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଏଯାବତ୍ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି । ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ।

ସଂପ୍ରତି କୋଭିଡ୍ ଦ୍ବିତୀୟ ଲହରରେ ଜିଲ୍ଲାସ୍ତରରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget