loading...

ପୂର୍ତ୍ତ ବିଭାଗ ପକ୍ଷରୁ ବାତ୍ୟା ‘ୟାସ୍’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତା ମରାମତି ସଂପୂର୍ଣ୍ଣ

ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ

ପୂର୍ତ୍ତ ବିଭାଗ ପକ୍ଷରୁ ବାତ୍ୟା ‘ୟାସ୍’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତା ମରାମତି ସଂପୂର୍ଣ୍ଣ

ଭୁବନେଶ୍ୱର, ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟାସ୍’ରେ ସର୍ବାଧୂକ ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ବରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟାସ୍’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବା ସହ ରାସ୍ତା ଅବରୋଧ ହେବା ସହ କିଛି ସ୍ଥାନରେ ରାସ୍ତା କଟି ଯୋଗାଯୋଗ ବ୍ୟାହତ ହୋଇଥିଲା । 

ବିଭାଗ ପକ୍ଷରୁ ଏହିସବୁ ରାସ୍ତା ପାଇଁ ମୋଟ ୧୯୨ଟି ସ୍ଵରିତ ପ୍ରତିକ୍ରିୟା ଦଳ ଜରିଆରେ ଜେସିବି, ଇଲେକ୍ଟ୍ରିକ୍ କଟର ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ ରାସ୍ତାକୁ ସଫା ଓ ମରାମତି କରାଯାଇ ଯୋଗାଯୋଗକୁ ସ୍ଵାଭାବିକ କରାଯାଇ ପାରିଛି । ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇ ରାସ୍ତା ସଫା ହେବା ଫଳରେ ଗମନାଗମନରେ ସୁବିଧା ହେବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଯଥେଷ୍ଟ ସହଜ ହୋଇପାରିଛି । ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମିଶାଇ ୫ ଜଣ ବରିଷ୍ଠ ଅଧୁକାରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget