loading...

ଏନଟିପିସି କରୋନା ଭାଇରସର ପ୍ରଭାବରୁ ସମାଜକୁ ରକ୍ଷା କରିବା ନିମନ୍ତେ ସହାୟତା ପ୍ରଦାନ

ଏନ୍‌ଟିପିସି ଦ୍ବାରା ଓଡ଼ିଶାର ସୁନ୍ଦରଗଡ଼ଠାରେ, ରେକର୍ଡ ସମୟ ମଧ୍ୟରେ ୪୦o କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା

ଏନଟିପିସି କରୋନା ଭାଇରସର ପ୍ରଭାବରୁ ସମାଜକୁ ରକ୍ଷା କରିବା ନିମନ୍ତେ ସହାୟତା ପ୍ରଦାନ

ଭୁବନେଶ୍ବର, ଏନ୍‌ଟିପିସି ଦ୍ବାରା ଓଡ଼ିଶାର ସୁନ୍ଦରଗଡ଼ଠାରେ, ରେକର୍ଡ ସମୟ ମଧ୍ୟରେ ୪୦o କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ କୋଭିଡ୍‌ ହସପିଟାଲ ରେ ପରିଣତ କରାଯାଇ ପାର୍ସବ ଅଞ୍ଚଳର ଲୋକଙ୍କ ସେବାରେ ଉତ୍ସର୍ଗ କରାଯାଇଛି । ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇବା ସହିତ, ଏନଟିପିସି ୨୦ଟି ଭେଣ୍ଟିଲେଟର ପ୍ରଦାନ କରି ଏହି ସୁବିଧାକୁ ଉନ୍ନତ କରିଅଛି, ଯାହା ଅନେକ ଗୁରୁତର ରୋଗୀଙ୍କର ଚିକିତ୍ସା ନିମନ୍ତେ ସହାୟକ ହୋଇଅଛି । ଅଧିକନ୍ତୁ, ଗୁରୁତର ରୋଗୀଙ୍କର ଚିକିତ୍ସାର ଚାହିଦାକୁ । ଦୃଷ୍ଟିରେ ରଖି ଏନଟିପିସି ଏହି ହସପିଟାଲକୁ ଅତିରିକ୍ତ ୪୦ଟି ଭେଣ୍ଟିଲେଟର ମଧ୍ୟ ଯୋଗାଇଛି । ଝାରସୁଗୁଡାଠାରେ ୩୦ଟି ଆଇସିୟୁ ଶଯ୍ୟ ସ୍ଥାପନା ନିମନ୍ତେ ଏନଟିପିସି ଦଲିପାଲି ମଧ୍ୟ ସହାୟତା ପ୍ରଦାନ କରୁଅଛି ।

ଦେଶର ବୃହତ୍ତମ ଶକ୍ତି ଉତ୍ପାଦନକାରୀ, ଏନ୍‌ଟିପିସି କେବଳ କୋଭିତ-୧୯ର ଦ୍ବିତୀୟ ଲହରୀ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିନାହିଁ ବରଂ ଏହାର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ, ଦେଶର ବିଭିନ୍ନ ସ୍ଥାନରେ ଚିକିତ୍ସା ଭିତ୍ତିଭୂମୀର ଉନ୍ନତିରେ ସହାୟତା କରି ସମାଜର ଉନ୍ନତିରେ ନିଜକୁ ସାମିଲ କରିଅଛି । ସମଗ୍ର ଦେଶରେ ଅମ୍ଳଯାନ ସଂଯୋଜିତ ଶଯ୍ୟର ତୀବ୍ର ଅଭାବ ପରିଲକ୍ଷିତ ହେଉଥିବା ବେଳେ, ସାଧାରଣ ଜନତାଙ୍କ ସେବା ନିମିତ୍ତ ଆଗକୁ ଆସି ଏଟିପିସି, ଏକ ସପ୍ତାହ ମଧ୍ୟରେ ୬୦୦ରୁ ଅଧିକ ଅମ୍ଳଯାନ ସଂଯୋଜିତ ଶଯ୍ୟା ଏବଂ ୧୨୦୦ ପୃଥକ ଶଯ୍ୟ ସ୍ଥାପନା କରିଥିଲା, ଯାହାକି ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଥିଲା । ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ବୟ ରକ୍ଷାକରି ଏନଟିପିସି କାର୍ଯ୍ୟ କରୁଅଛି ଏବଂ ଦୂର ଦୂରାନ୍ତରରେ ମଧ୍ୟ ଚିକିତ୍ସା ଭିତ୍ତିଭୂମୀର ସ୍ଥାପନା କରୁଅଛି । ବିଶେଷ କରି ଦିଲ୍ଲୀ ଏବଂ ଏନସିଆରରେ କୋଭିଡ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏନ୍‌ଟିପିସି ଏହାର ପ୍ରୟାସକୁ ବଢାଇ ୨୦୦ ଅମ୍ଳଯାନ ସଂଯୋଜିତ ଶଯ୍ୟ ଏବଂ କେବଳ ଏନସିଆରରେ ୧୪୦ ପୃଥକ ଶଯ୍ୟ ସ୍ଥାପନ କରିଅଛି । 

ଯାହାକି କୋଭିତ ରୋଗୀମାନଙ୍କ ନିମନ୍ତେ ବିଶେଷ ସହାୟକ ହୋଇଅଛି । ଏଟିପିସି ଦ୍ୱାରା ଦାଦ୍ରୀ, ନୋଏଡା ଏବଂ ବଦରପୁରରେ ସ୍ଥାପିତ ହୋଇଥିବା ଏହି ଭିତ୍ତିଭୂମୀରେ ୨୪x୭ ନସିଂ ଏବଂ ଚିକିତ୍ସା ସେବା ବ୍ୟତୀତ ଅମ୍ଳଯାନ ସହାୟତା, । କୋଭିତ ପରୀକ୍ଷା, ଇଭାସିଭ ଏବଂ ନନ୍-ଇଭାସିଭ ଭେଣ୍ଟିଲେଟର ସୁବିଧା ରହିଅଛି । ୩୦ କୋଟି ଟଙ୍କା ବ୍ୟୟରେ ଏହା ସ୍ଥାପନା କରାଯାଇଅଛି । ଏହି ସୁବିଧା ପରିଚାଳନା ପାଇଁ ଏନ୍‌ଟିପିସି ୪୦ରୁ ଅଧିକ ଡାକ୍ତର, ଶହ ଶହ ପାରାମେଡ଼ିକାଲ ଏବଂ । ସହାୟକ କର୍ମଚାରୀ ଏବଂ ଦିବାରାତ୍ରୀ ଅମ୍ଳଜାନ ସୁବିଧା ଥିବା ଆମ୍ବୁଲାନ୍ସକୁ ନିୟୋଜିତ କରିଅଛି । ମଧ୍ୟପ୍ରଦେଶ ଖସୌନ ଜିଲ୍ଲା ଡାକ୍ତରଖାନାରେ ୨.୨୪ କୋଟି ଟଙ୍କା ବ୍ୟୟରେ ୨୫୦ଟି ଅମ୍ଳଯାନ ସଂଯୋଜିତ ଶଯ୍ୟ, ୨୦ଟି ଏଚଡିଓ ଏବଂ ୧୦ଟି ଆଇସିୟ ପ୍ରତିଷ୍ଠା ହୋଇଅଛି । ଦୁର୍ଗମ ସ୍ଥାନରେ ଥିବା ଏହି ସୁବିଧା ଜନସାଧାରଣଙ୍କ ନିମନ୍ତେ ଜୀବନ ରକ୍ଷାକାରୀ ହିସାବରେ ପରିଗଣିତ ହୋଇଅଛି । 

ଝାଡଖଣ୍ଡର ଚାଟୁ ଜିଲ୍ଲାରେ ଅବସ୍ଥିତ ତଣ୍ଡ କମ୍ୟୁନିଟି ହେଲଥ ସେଣ୍ଟରରେ ଏନ୍‌ଟିପିସି ନର୍ଥକପୁରା ଦ୍ବାରା ୫୩ ଲକ୍ଷ ଟଙ୍କା ବ୍ୟୟରେ ୧୫ଟି ଅମ୍ଳଯାନ ସଂଯୋଜିତ ଶଯ୍ୟା ପ୍ରତିଷ୍ଠା କରାଯାଇଅଛି । ଏହାବ୍ୟତୀତ, ଝାଡଖଣ୍ଡରେ ଅବସ୍ଥିତ ଏନଟିପିସିର ଖଣି ପ୍ରକଳ୍ପ, ପାକୁ ବାରଡିହି ଦ୍ଵାରା ଆରଏମଏସ୍, ରାଞ୍ଚ, ITKETI, ଭାଓ ଏବଂ ହଜାରିବାଗ ମେଡିକାଲ କଲେଜରେ ୧୦୦୦ଟି ଶଯ୍ୟ ନିମନ୍ତେ ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ କେନ୍ଦ୍ରୀଭୂତ ଅମ୍ଳଜାନ ଯୋଗାଣକାରୀ ମେଡିକାଲ ଗ୍ୟାସ ପାଇପଲାଇନର ପ୍ରତିଷ୍ଠା କରାଯାଇଅଛି ।
ଏନଟିପିସିର ଅନେକ ପ୍ରକଳ୍ପ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ପାଶ୍ବବତ୍ତୀ ଅଞ୍ଚଳରେ ଚିକିତ୍ସା ଭିତ୍ତିଭୂମୀର ବିକାଶ । ନିମନ୍ତେ ସହାୟତା ପ୍ରଦାନ କରିଅଛି । ।
ଏହି ସଂକଟ ସମୟରେ ଏନଟିପିସିର ବିଭିନ୍ନ ପ୍ରକଳ୍ପ ଦ୍ବାରା ଜିଲ୍ଲା ପ୍ରଶାସନକୁ ୨୦୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଅଛି ଯାହା ଅମ୍ଳଯାନ ସିଲିଣ୍ଡର ଭାବେ ରୂପାନ୍ତରିତ ହୋଇ ବ୍ୟବହୃତ ହେଉଅଛି । 

ଅମ୍ଳଯାନର ଚାହିଦା ବୃଦ୍ଧିକୁ ଆଶଙ୍କା କରି, ଯାହାକି କେଭିଡ ରୋଗୀମାନଙ୍କର ଏକମାତ୍ର ଜୀବନ ରକ୍ଷାକାରୀ ଗ୍ୟାସ, ଏନଟିପିସି ୨ ଡ଼ଜନରୁ ଅଧିକ ଅମ୍ଳଯାନ ପ୍ରସ୍ତୁତି ପ୍ଲାଣ୍ଟ ଯେଉଁଥିରେକି, ଅମ୍ଳଯାନ ସିଲିଣ୍ଡର ଭଦ୍ଧି ଏବଂ ରିଫିଲ କରିବାର ସୁବିଧା ରହିଛି, ସ୍ଥାପନା କରି ସାରା ଦେଶରେ ଅମ୍ଳଯାନ ଭିତ୍ତିଭୂମୀ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଅଛି । ଏଥିମଧ୍ୟରୁ 09 PSA ପ୍ଲାଣ୍ଟ ଏବଂ ୨ଟି ବଟଲିଂ ପ୍ଲାଣ୍ଟ କେବଳ ଏନସିଆରରେ ପ୍ରତିଷ୍ଠା କରାଯାଉଅଛି । ଯାହା ଏହି ମାସରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ କରିବ । ରାଜସ୍ଥାନରେ ବାରା ଜିଲ୍ଲାରେ ଛାତ୍ରା ଠାରେ ଅବସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟର ଠାରେ ଏକ 600 LPM PSA ଧରଣର ଅମ୍ଳଯାନ କାରଖାନା ସ୍ଥାପନା କରାଯାଉଅଛି । ଯାହା ପାଇଁ ଏକ କୃୟ ଆଦେଶ ପ୍ରଦାନ କରାଯାଇଅଛି । ଏଟିପିସିର ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ଯେଉଁମାନେ ନିଜନିଜ ଅଞ୍ଚଳରେ ଅମ୍ଳଯାନ କାରଖାନା ସ୍ଥାପନ କରୁଛନ୍ତି, ସେମାନେ ହେଲେ, ଉତ୍ତରପ୍ରଦେଶର ରିହାଣ୍ଡ ଏବଂ ଉଞ୍ଚାହାର, ମଧ୍ୟପ୍ରଦେଶର ବିନ୍ଧ୍ୟାଞ୍ଚଳ, ଗଦରରା ଏବଂ ଖଗୌନ୍ ଏବଂ ଓଡ଼ିଶାର ଦିପାଲୀ । 

ଏହି ଅମ୍ଳଯାନ କାରଖାନା ଗୁଡ଼ିକର ପ୍ରତିଷ୍ଠା ନିମନ୍ତେ ଏନଟିପିସି ଦ୍ବାରା ମୋଟ ୧୨ କୋଟି ଟଙ୍କାରୁ ଅଧିକ ବ୍ୟୟ କାରାଯାଇଅଛି । ଏନଟିପିସି କେବଳ ଏହାର ଆଖପାଖର ଲୋକଙ୍କୁ କୋଭିଡର ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରୁନାହିଁ ବରଂ' ସେମାନଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଉଛି । କେବଳ ଏଟିପିସି ବିନ୍ଧ୍ୟାଞ୍ଚଳ ନିଜର କର୍ମଚାରୀମାନଙ୍କୁ ଚିକିତ୍ସା । ଯୋଗାଇବା ସହିତ ଏହାର ଆଖପାଖରେ ଅବସ୍ଥିତ ୨୫୦ରୁ ଅଧିକ କୋଭିଡ ସଂକ୍ରମିତଙ୍କୁ ଚିକିତ୍ସା ପ୍ରଦାନ କରିଅଛି । । ଡାକ୍ତରୀ ଭିତ୍ତିଭୂମୀ ବୃଦ୍ଧି ଓ ସୁଦୃଢ କରିବା ସହିତ କୋଭିଡ ୨ୟ ତରଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା । ବୁଦ୍ଧି ନିମନ୍ତେ ବ୍ୟାପକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଅଛି । ଏସପିଙ୍କ ସହଯୋଗରେ କୋଭିଡ । ପାଇଁ ଜନ ସଚେନତା ଅଭିଯାନରେ ଏକ ପଦକ୍ଷେପ ସରୁପ ସିଙ୍ଗାଉଲି ୨ଟି ଆମ୍ବୁଲାନ୍ସ ସହିତ ଏନଟିପିସି ବିନ୍ଧ୍ୟାଞ୍ଚଳ । ଦ୍ବାରା ଅଡ଼ିଓ ଭିଜୁଆଲ ସୁବିଧା ସହିତ ୩୦୦ଟି ଗ୍ରାମରେ ୫ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି । ଏଥି ସହ, ଏନଟିପିସିର ସମସ୍ତ ଷ୍ଟେସନଗୁଡ଼ିକ PPE କିଟ୍, ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ଏବଂ ଜନକଲ୍ୟାଣ ନିମିତ୍ତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ମଧ୍ୟ ବିତରଣ କରୁଅଛି । 

ଏଥି ସହ, ଏହାର ସିଆରଏସଏଫ ଫାୟାର ୱିଙ୍ଗ ସହିତ । ମିଳିତଭାବରେ ଏନଟିପିସି ପ୍ରକଳ୍ପଗୁଡିକର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଏବଂ ସହରରେ ବ୍ୟାପକ ପରିମଳ ଅଭିଯାନ ଚାଲୁ ରଖିଛନ୍ତି । ଏନଟିପିସିର ମହିଳା କ୍ଲବ ଗୁଡିକ ଏବଂ ଏନଟିପିସି କର୍ମଚାରୀ ଏଜିଓ ଗୁଡିକ ମଧ୍ୟ ଏହି ସଂକଟ ସମୟରେ ଆଗକୁ ଆସି ସହାୟତାର ହାତ ବଢ଼ାଇଛନ୍ତି । ଏଟିପିସି ଏହାର କର୍ମଚାରୀଗଣ, ସେମାନଙ୍କର ନିର୍ଭରଶୀଳ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଟିକାକରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା କରୁଅଛି । ଆଜି ପର୍ଯ୍ୟନ୍ତ ୭୦,୦୦୦ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଅଛି । ଯେଉଁଥିରେ କର୍ମଚାରୀଗଣ, ସେମାନଙ୍କର ନିର୍ଭରଶୀଳ ଲୋକ ଏବଂ ସମ୍ପ୍ରଦାୟର ଲୋକ ମଧ୍ୟ ଅଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାପକ ଟିକାକରଣ ଶିବିରର ଆୟୋଜନ କରାଯାଇଅଛି । ଅଧିକନ୍ତୁ, ଏନଟିପିସି କେବଳ ଏହାର ୧୦୦ % କର୍ମଚାରୀ, ପରିବାର ର ସଦସ୍ୟ ଏବଂ ସହଯୋଗୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିନାହିଁ ବରଂ ଏହାର ଆଖପାଖର ଲୋକଙ୍କୁ ଟିକା ପ୍ରଦାନ କରିବାର ଯୋଜନା ମଧ୍ୟ ରଖିଛି । 

ଏନଟିପିସି ଦଲିପାଲୀ ଏହାର ଆଖପାଖର ଲୋକଙ୍କ ନିମନ୍ତେ ୧୦,୦୦୦ ଟିକା କିଣୁଛି । ଏନ୍‌ଟିପିସି ଲାଭର ଉର୍ଭରେ ମଣିଷ ଦର୍ଶନରେ ବିଶ୍ବାସ କରେ ଏବଂ ଏହା ମଧ୍ୟରେ ସମାଜକୁ ଫେରାଇବାର ଏକ ଗଭୀର ଭାବନା ରହିଅଛି । ଏନଟିପିସିର କୋଭିତ ବିରୁଦ୍ଧରେ ଲଢାଇରେ ସର୍ବୋତ୍ତମ ପ୍ରୟାସ, ସମାଜରେ ସଙ୍କଟ ଦୂର କରିବାରେ ସାହାଯ୍ୟ କରିଅଛି । ଏନଟିପିସି ଦ୍ବାରା ସ୍ଥାପିତ ଡାକ୍ତରଖାନା, ଏବଂ ଅମ୍ଳଯାନ ଭିତ୍ତିଭୂମୀ କେବଳ ମହାମାରୀ ସମୟରେ ସାହାଯ୍ୟକାରୀ ହେବନାହିଁ ବରଂ ଭବିଷ୍ୟତରେ ଏହି ଧରଣର ସଙ୍କଟର ମୁକାବିଲା କରିବାରେ ସୁଦୂରପ୍ରସାରୀ ସହାୟକ ହେବ । ସଂକଟ ସମୟରେ ଏନଟିପିସି ଏକ ସଂଗଠନ ହିସାବରେ ସମାଜ ସହିତ ଏକତ୍ରଭାବେ ଦଣ୍ଡାୟମାନ ଏବଂ ଏହାର କର୍ପୋରେଟ ସାମାଜିତ ଦାୟିତ୍ବ ଲୋକଙ୍କ ନିମନ୍ତେ ସର୍ବଦା ପ୍ରତିଶ୍ରୁତିବଦ୍ଧ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget