loading...

ଓଡିଶାକୁ ତତ୍‌କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ‘ୟ’ର ମୁକାବିଲା ପାଇଁ ଓଡିଶାକୁ ତତ୍‌କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାକୁ ତତ୍‌କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଚଳ ପରିଦର୍ଶନ ପରେ ଓଡିଶାକୁ ତତ୍‌କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସହାୟତା ରାଶି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ଏବଂ ପରେ ଆକାଶମାର୍ଗରୁ ବାତ୍ୟାଚଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢତାର ସହ ଠିଆ ହୋଇଛନ୍ତି । କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ । ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧୁକ ସୁଦୃଢ଼ କରାଯିବ ତଥା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ବାସନା ଦେଇଛନ୍ତି ।

ସମୀକ୍ଷା ବୈଠକରେ ବାତ୍ୟା ‘ୟଶ୍’ ଦ୍ବାରା ଉତ୍ପନ୍ନ ହୋଇଥିବା ଆହ୍ବାନର ମୁକାବିଲା ଏବଂ ସମାଧାନ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାନର ସକ୍ରିୟ ଭୂମିକା ଏବଂ ଓଡ଼ିଶାବାସୀଙ୍କ ଦୃଢ଼ ମନୋବଳ ଏବଂ ସାହାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ବିଶେଷ ଭାବରେ ସବୁଠୁ ବିପଦ ସମୟରେ ସର୍ବଦା ଓଡ଼ିଶାର ଲୋକଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି । ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଜୀବନକୁ ସ୍ଵାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଏବଂ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି ।

ସେହିପରି ବାତ୍ୟା ‘ୟଶ୍’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ମୁଁ ଦୃଢ଼ ନିଶ୍ଚିତ ଯେ ବିୟୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବ ତଥା ପ୍ରଭାବିତ ଅଂଚଳରେ ରିଲିଫ୍, ପୁନରୁଦ୍ଧାର ଏବଂ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଏବଂ ବାଲେଶ୍ବର ପରିଦର୍ଶନ କରିବା ସହ ସ୍ଥିତି ପରଖୁଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget