loading...

ମାସିକ ଋତୁସ୍ରାବ ସମୟରେ ମହିଳା ଓ କିଶୋରୀମାନେ ନେଇପାରିବେ କୋଭିଡ୍ ଟିକା - ଡ.ସେବା ମହାପାତ୍ର

କିଶୋରୀ ଓ ମହିଳା ମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ପ୍ରାକୃତିକ ଏବଂ ସ୍ବାଭାବିକ ପ୍ରକ୍ରିୟା । ଏହା ସେମାନଙ୍କ ମାନସିକ, ଶାରୀରିକ ବିକାଶ ଏବଂ ସୁସ୍ଥତା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ

ମାସିକ ଋତୁସ୍ରାବ ସମୟରେ ମହିଳା ଓ କିଶୋରୀମାନେ ନେଇପାରିବେ କୋଭିଡ୍ ଟିକା - ଡ.ସେବା ମହାପାତ୍ର

ଭୁବନେଶ୍ୱର, କିଶୋରୀ ଓ ମହିଳା ମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ପ୍ରାକୃତିକ ଏବଂ ସ୍ବାଭାବିକ ପ୍ରକ୍ରିୟା । ଏହା ସେମାନଙ୍କ ମାନସିକ, ଶାରୀରିକ ବିକାଶ ଏବଂ ସୁସ୍ଥତା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । କୌଣସି ପ୍ରକାର ସଂକ୍ରମଣ ଏବଂ ଭବିଷ୍ୟତରେ ଜରାୟୁଜନିତ ଗୁରୁତର ରୋଗରୁ ରକ୍ଷା ପାଇବାକୁ ହେଲେ ଋତୁସ୍ରାବଜନିତ ପରିଚ୍ଛନ୍ନତା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ଏ ସଂପର୍କରେ କୌଣସି ଦ୍ଵନ୍ଦ ବା ଭ୍ରାନ୍ତ ଧାରଣା ରହିବା ଉଚିତ ନୁହେଁ । ସେ ମହାମାରୀ ହେଉ ବା ବାତ୍ୟା ପରିସ୍ଥିତି ପ୍ରତ୍ୟେକ ମହିଳାଙ୍କୁ ଏହି ଅବସ୍ଥା ଦେଇ ଅତିକ୍ରମ କରିବାକୁ ହୁଏ । ସଂପ୍ରତି କୋଭିଡ୍ ମହାମାରୀ ସମୟରେ ବିଭିନ୍ନ କାରଣରୁ ଋତୁସ୍ରାବଜନିତ ପରିଚ୍ଛନ୍ନତା ରକ୍ଷା କରିବା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି । 

ଏହି ସମୟରେ ସ୍ବଚ୍ଛତା ଓ ପରିମଳ ସଂପର୍କରେ କିଶୋରୀ ଓ ମହିଳାମାନେ ଯଥେଷ୍ଟ ଧ୍ୟାନ ଦେବା ଓ ସତର୍କ ରହିବା ଆବଶ୍ୟକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଓ ଗୋଷ୍ଠୀ ପରାମର୍ଶ ଦାତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବର୍ଷ ମଇ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସର ଧୂମ୍ ରହିଛି ‘ଋତୁସ୍ରାବ ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ବିନିଯୋଗ’ । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୟୁନିସେଫ୍‌ ପକ୍ଷରୁ ଆଜି ପୂର୍ବାହ୍ନରେ ‘ରତୁସ୍ରାବଜନିତ ପରିଚ୍ଛନ୍ନତା ପରିଚାଳନା’ ଶୀର୍ଷକ ସଚେତନତା ବିନାର ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର କହିଥିଲେ, ଋତୁସ୍ରାବ ସମୟରେ ମହିଳାମାନଙ୍କ ସ୍ବଚ୍ଛତା ଏବଂ ପୋଷଣ ଉପରେ ଧ୍ୟାନ ଦେବା ଜରୁରୀ । 

କୁପୋଷଣରୁ କିଶୋରୀମାନଙ୍କ ନିକଟରେ ରକ୍ତହୀନତା ଦେଖାଦେଇଥାଏ । ଅନେକ ସମୟରେ ଗର୍ଭାଶୟରେ ମଧ୍ୟ ଗୁରୁତର ସଂକ୍ରମଣ ହୋଇଥାଏ । ତେଣୁ ଉପଯୁକ୍ତ ପୁଷ୍ଟିସାଧନ ସହିତ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା ଉପରେ କିଶୋରୀ ମାନଙ୍କୁ ଗୋଷ୍ଠୀସ୍ତରରେ ବ୍ୟାପକ ଭାବେ ସଚେତନ କରିବା ଆବଶ୍ୟକ । ଏହାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ହେବ । ତେବେ ଋତୁସ୍ରାବ ସମୟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ ଯେକୌଣସି ସଂପୂର୍ଣ୍ଣ ସୁସ୍ଥ କିଶୋରୀ ଏବଂ ମହିଳା କୋଭିଡ୍ ଟିକା ନେଇପାରିବେ ବୋଲି ଡ. ମହାପାତ୍ର ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧୁକାରୀ ଟିକା ନେଇ ନିଜକୁ ସୁରକ୍ଷିତ ରଖୁବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଯୁଗ୍ଧ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣରେ ବିଭାଗ ତରଫରୁ କିଶୋରୀ ମାନଙ୍କୁ ଋତୁସ୍ରାବ ସ୍ୱଛତା ରକ୍ଷା ପାଇଁ ଆଦ୍ରିକା ଗୃପ୍ ମାଧ୍ୟମରେ ସଚେତନ କରାଯିବା ସଂପର୍କରେ ସୂଚନା ଦେବା ସହ ଆଇସିଡ଼ିଏସ୍ କାର୍ଯ୍ୟକର୍ତ୍ତା ଏବଂ କାଉନ୍‌ସେଲରମାନେ ସ୍ଵଧାର, ଉଜ୍ଜଳା ଗୃହ ଏବଂ ଶିଶୁ ଯନ୍ତି ଅନୁଷ୍ଠାନଗୁଡ଼ିକରେ କିଶୋରୀ ମାନଙ୍କ ମଧ୍ୟରେ ଆହୁରି ବ୍ୟାପକ ଭାବେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ୟୁନିସେଫର କଳ ଏବଂ ପରିମଳ ବିଶେଷଜ୍ଞ ସିପ୍ରା ସାସେନା କହିଥିଲେ ଯେ କେଭିଡ୍ । ମହାମାରୀ ସମୟରେ ଋତୁସ୍ରାବ ପରିଚ୍ଛନ୍ନତା ରକ୍ଷା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି । ଦୀର୍ଘଦିନ ଧରି ଲଡାଉନ୍ ସ୍ଥିତି ଲାଗି ରହୁଥିବାରୁ ମହିଳା ମାନଙ୍କ ନିମନ୍ତେ ସାନିଟାରୀ ନାପ୍‌କିନ୍ ପାଇବା କଷ୍ଟକର ହୋଇପଡୁଛି । ବିଦ୍ୟାଳୟରେ ଶୌଚାଳୟ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବା ସହ ଋତୁସ୍ରାବ ବର୍ଜ ପରିଚାଳନା ପାଇଁ ବିଶେଷ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ମହାମାରୀ ସଂକ୍ରମଣର ଭୟ ସହ ଋତୁସ୍ରାବଜନିତ ପରିଚ୍ଛନତା ପାଇଁ ରାଜ୍ୟର କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗର ଏଭଳି କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ୟୁଏନ୍ଏଫପିଏର ପ୍ରୋଗ୍ରାମ ଅଫିସର ଡ. ଚୟନିକା ମିଶ୍ର, ସାମାଜିକ କର୍ମୀ ଘାସିରାମ ପଣ୍ଡା, ୟୁନିସେଫର ଶିଶୁ ସୁରକ୍ଷା ଅଧୁକାରୀ ନେହା ନାଇଡୁ ପ୍ରମୁଖ ବୈଷୟିକ ଅଧୁବେଶନରେ ଯୋଗଦେଇ ମାସିକ ଋତୁସ୍ରାବର ସମୟ, ଶାରୀରିକ ପ୍ରଭାବ, ଏହି ସମୟର ପରିବାରର ଦାୟିତ୍ଵ, ଜୀବନକୌଶଳ ଆହରଣ, ବାଲ୍ୟବିବାହ ଏବଂ ଋତୁସ୍ରାବ ପରିଚ୍ଛନ୍ନତା, ଉତ୍ତମ ଅଭ୍ୟାସ, ମହାମାରୀ ସମୟର ସତର୍କତା ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget