ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ବେଳେ ଆଜି ଯେଉଁ ବିଜେଡି ମୁଖପାତ୍ର ଲେଲିନ ମହାତି ଚିରାଚରିତ ଭାବେ ଏ ବିଷୟରେ କହିଛନ୍ତି ତାହା କେବଳ ମନଗଢା କାହାଣୀ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେହିପରି ଭେଣ୍ଟିଲେଟର ପ୍ରସଙ୍ଗରେ ବିଜେଡି ମୁଖପାତ୍ରଙ୍କ ନିକଟରେ ରଖିଥିବା ବିଭିନ୍ନ ପ୍ରଶ୍ନର ଉତର ଦେବାକୁ ରଖିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଭେଟିଲେଟର ନେଇ ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ । ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର କୋଭିଡ୍ କେୟାର ଫାସିଲିଟିଜ୍ ସେକ୍ସନରେ ଦିଆଯାଇଥିବା ତଥ୍ୟନୁସାରେ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଟିଲେଟର ବ୍ୟବସ୍ଥା ରହିଥିବା ଉଲ୍ଲେଖ ରହିଛି । ପିଏମ କେୟାର୍ସରେ ଆସିଥିବା ୫୬୭ଟି ଭେଣ୍ଟିଲେଟରର ହିସାବ ୱେବସାଇଟରେ ନାହିଁ କିମ୍ବା ସରକାରୀ ସ୍ତରରେ ପ୍ରକାଶ କରାଯାଇନାହିଁ । କିନ୍ତୁ ଭେଣ୍ଟିଲେଟର ବ୍ୟବସ୍ଥା ନେଇ ପ୍ରଶ୍ନ ପଚାରିବା ପରେ ଲେଲିନ ମହାନ୍ତି ଯେଉଁ ହିସାବ ଦେଇଛନ୍ତି ତାହା ମନଗଢା କାହାଣୀ ଭଳି ଲାଗୁଛି । ଏବେ ବି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡରେ ଆସିଥିବା
ଭେଣ୍ଟିଲେଟରର ହିସାବ ରଖନ୍ତୁ ।
ଭେଣ୍ଟିଲେଟର ବ୍ୟବସ୍ଥା ନେଇ ସରକାରୀ ସ୍ତରରେ ତଥ୍ୟକୁ ସାର୍ବଜନୀନ କରନ୍ତୁ ଏବଂ କୋଜିତ୍ ସମୟରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଭେଣ୍ଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଞ୍ଚାନ୍ତୁ । ବିଜେଡି ମୁଖପାତ୍ର ତାଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଦେଇଥିବା ଭେଣ୍ଟିଲେଟରରୁ କିଛି ଅଚଳ ହୋଇଥିବା ବେଳେ କିଛିକୁ ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ ରଖାଯାଇଛି । ଏହି ବିଷୟରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେଉଁ ଭେଣ୍ଟିଲେଟର ଜରୁରୀକାଳୀନ ପାଇଁ ରଖାଯାଇଛି ଠିକ୍ ଅଛି କିନ୍ତୁ ଯେଉଁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ନୁହେଁ ତାକୁ କାହିଁକି ସାଇତି ରଖାଯାଇଛି ? କୋଭିଡ ରୋଗୀଙ୍କ ପାଇଁ ଭେଟିଲେଟର ଗୁଡ଼ିକ କାର୍ଯ୍ୟରେ ଲଗାଇବାକୁ ଭାରତ ସରକାର ଦେଇଥିଲେ ନା ଅଚଳ କରି ରଖିବା ପାଇଁ ?
କେଉଁ ଆଧାରରେ ଭେଟିଲେଟର ଗୁଡ଼ିକ ବିଭିନ୍ନ ମେଡ଼ିକାଲକୁ ପଠାଯାଇଛି ? କେଉଁ ଜିଲ୍ଲାକୁ କେତେ ଭେଣ୍ଟିଲେଟର ଦେଇଛ ? ମ୍ୟାନୁଫାକଚରିଂ ଡିଫେକ୍ଟ କହି ବିଜେଡି ମୁଖପାତ୍ର ଯେଉଁ ସଫେଇ ଦେଖାଇ ହେଉଛନ୍ତି ସେ ସବୁକୁ କ’ଣ ଠିକ୍ କରାଯାଇ ପାରିବନି । ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ ଏହାକୁ ଖତ ଭଳି ପକାଇ ର ଯୁକ୍ତିଯୁକ୍ତ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ନିଜସ୍ଵ ବ୍ୟବସ୍ଥାରେ କେତେ ଭେଣ୍ଟିଲେଟର ଅଛି ଏବଂ ଅନ୍ୟାନ୍ୟ ସମୁଦାୟଙ୍କ ବ୍ୟବସ୍ଥାରେ କେତେ ଭେଣ୍ଟିଲେଟର ଅଛି ତାହା ସ୍ପଷ୍ଟୀକରଣ କରନ୍ତୁ । ଯଦି ଭେଟିଲେଟର କିଛି ଅଚଳ ଅଛି ତେବେ ତାହାକୁ କାର୍ଯ୍ୟକ୍ଷମ କରି ଲୋକଙ୍କ ଜୀବନ ବଂଚାଇବା କାମରେ ଲଗାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Post a Comment