ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ’ ପରୀପ୍ରେକ୍ଷୀରେ ୧୦ ଗୋଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମାଝାଙ୍କ ଅଧ୍ୟକ୍ଷ ସୁବାବେଳେ, ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଆବାହକ ଥିବା ବେଳେ, ଶ୍ରୀଯୁକ୍ତ ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ବିଶ୍ବଭୂଷଣ ଦାସ, ଶମ୍ଭନାଥ ପାଣିଗ୍ରାହୀ ପତ୍ନାକର ଗୁରୁ, ବିଜୟାନନ୍ଦ ଚାଉଳିଆ, ନଳିନୀକାନ୍ତ ମହାନ୍ତି, ସତ୍ୟଶିବ ଦାସ, ଯୋଗେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ରହିଛନ୍ତି ।
ସେହିପରି ବାତ୍ୟା ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକରେ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଆଜି ସୁଦ୍ଧା ୮ ଜଣିଆ କମିଟି ଗଠନ କରିବା ସହ ସେମାନଙ୍କର ଯୋଗାଯୋଗ ନମ୍ବର ସହ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜିଲ୍ଲା ବାସୀଙ୍କ ଲାଗି ଯାରିକରିବାକୁ ଓ ଲୋକଙ୍କୁ ଯଥାସମ୍ଭବ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।
Post a Comment