loading...

ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା। କରୋନାକୁ ଦୃଷ୍ଟିରେ ରଖୁ ପଦକ୍ଷେପ

ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଆଜି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ

ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା। କରୋନାକୁ ଦୃଷ୍ଟିରେ ରଖୁ ପଦକ୍ଷେପ

ଭୁବନେଶ୍ବର, ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଆଜି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଭର୍ଚୁଆଲ ମୋଡରେ ହୋଇଥିବା ସମୀକ୍ଷା ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏପି)କୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖୁ କଡାକଡି ପାଳନ ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଜାରି କରାଯାଇଥିବା ଏସ୍ଓପିରେ ବାତ୍ୟା ସମୟରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶୟସୁଳର ଅନୁଧାନ ସହିତ ତାହା ତୁରନ୍ତ ଚୂଡାନ୍ତ କରିବାକୁ କୁହାଯାଇଛି । 

ବିଶେଷକରି କରୋନା ସଂକ୍ରମିତ ବ୍ୟକ୍ତି ଯେଉଁମାନେ କି ଗୃହ ସଂଗରୋଧରେ ଅଛନ୍ତି ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ସକାଶେ ଅଧିକ ସଂଖ୍ୟାରେ ଆଶ୍ରୟସୁଳ ଲାଗି କୁହାଯାଇଛି । ଏଥି ସହିତ ଲୋକଙ୍କୁ ଯେଭଳି ଠିକଣା ସମୟରେ ସ୍ଥାନାନ୍ତର କରାଯାଇପାରିବ ଏବଂ ସେମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଛତୁଆ, ବିସ୍କୁଟ ସହିତ ପାନୀୟଜଳ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯିବା ସହିତ ବୃଦ୍ଧ, ଶାରୀରିକ ଓ ମାନସିକ ଅକ୍ଷମ, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା, ଶିଶୁ ଏବଂ ନବଜାତିଙ୍କ ସ୍ୱତନ୍ତ୍ର ଯତ୍ନ ନେବା ସହିତ ଆଶୁ ଚିକିତ୍ସା ବାକ୍ସ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମ୍ୟୁନିସିପାଲ କମିଶନର କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ପୂର୍ଣ୍ଣ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଆଶ୍ରୟସୁଳଗୁଡିକରେ ସାନିଟେସନ ବ୍ୟବସ୍ଥା ସହିତ ପାଇଁ ଅତିରିକ୍ତ ସଫେଇ କର୍ମଚାରୀ ମୁତୟନ କରାଯିବ ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସୁରକ୍ଷାଲାଗି ଆଶୟସୁଳଗୁଡିକରେ ମହିଳା ହୋମଗାର୍ଡ ଓ ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ  କୁହାଯାଇଛି । ସ୍ଥାନୀୟ ସେଛାସେବୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠିମାନଙ୍କୁ ନିଶ୍ଚିତଭାବେ ଚିହ୍ନଟ କରି ଆଶ୍ରୟସ୍ଥଳରେ ମୁତୟନ ଲାଗି ଏପିରେ ଉଲ୍ଲେଖ ଅଛନ୍ତି । ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ ରୋଷେଇ ଲାଗି ଆବଶ୍ୟକ ସାମଗ୍ରୀ, ଡିପୋଜେବୁଲ ପ୍ଲେଟ, ପ୍ଲାସ ଆଦି ମହଜୁଦ ରଖୁବାକୁ କୁହାଯାଇଛି । ପ୍ରଭାବିତ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ସହିତ ଆଶ୍ରୟସ୍ଥଳରେ ରଖାଯିବା ସମୟରେ କୋଭିଡ ନିୟମାବଳୀ ପାଳନ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ସମସ୍ତ ବିପଦସଙ୍କୁଳ ପରିବାରକୁ ଚିହ୍ନଟ ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ରାଜି କରାଯିବ ଏବଂ ଆଶ୍ରୟସୁଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା ସହିତ ଜେନେରେଟର ସେଟ୍ ପ୍ରସ୍ତୁତ ରଖୁବାକୁ କୁହାଯାଇଛି ।

ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳଯୋଗାଣ ପାଇଁ କଟ୍ରୋଲ ରୁମ୍ ବ୍ୟବସ୍ଥାସହିତ ସହଜ ପରିଚାଳନା ଲାଗି ହ୍ଵାଟସଆପ୍ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟ ସମ୍ଭାବନା ଥିବା ପୌରାଞ୍ଚଳଗୁଡିକରେ ଗଛ କାଟି ରାସ୍ତା ସଫା କରିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ରଖୁବାପାଇଁ କୁହାଯାଇଛି । ପୌରାଞ୍ଚଳରେ ଯେଭଳି ନିର୍ବିଘ୍ନରେ ପାନୀୟଜଳ ଯୋଗାଣ ହେବ ତାହା ଉପରେ ଗୁରୁତ୍ବ ଦେବା ସହିତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିଲେ ଏହାର ମୁକାବିଲାପାଇଁ ଅଧିକ ପାଣି ଟାଙ୍କର ବ୍ୟବସ୍ଥା ସହିତ ସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ସଂଖ୍ୟକ ଜେନେରେଟର ସେଟ୍  ପ୍ରସ୍ତୁତ ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ୍ ବ୍ୟବସ୍ଥାରେ ବିଭ୍ରାଟ ହେଲେ ଯେଭଳି ଜଳଯୋଗାଣରେ କୌଣସି ବାଧା ନଉପୁଜେ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡି.ଜି ସେଟ୍ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କରି ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ପାନୟଜଳ ଯୋଗାଣ ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ବ ଦେଇଛନ୍ତି । ପାନୀୟଜଳ, ରିଲିଫ, ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳ ପାଇଁ । ପଦକ୍ଷେପ ନିଆଯାଇଥିବାବେଳେ ବାତ୍ୟା ପରିବର୍ତ୍ତୀ ସମୟରେ ଯେଭଳି ତତ୍କାଳ ରାସ୍ତାଘାଟ ସଫାହେବ ଏବଂ ଲୋକଙ୍କୁ । ମାଗଣା ରନ୍ଧାଖାଦ୍ୟ ଯୋଗାଯିବ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି । ବିଭାଗର ସମସ୍ତ କର୍ମଚାରୀଙ୍କୁ ଏଥିପାଇଁ ସଚେତନ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମଥିଭାଥନନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବି.ପରମେଶ୍ଵରନ, ଆରଡବ୍ଲ୍ୟୁଏସଏର ସର୍ବୋଚ୍ଚ ଯନ୍ତ୍ରୀ, ଇଆଇସି, ପିଏଚ୍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget