loading...

ଶକ୍ତିମନ୍ତ୍ରୀଙ୍କ ‘ୟାସ୍ ବାତ୍ୟା ପ୍ରସ୍ତୁତି ସମୀକ୍ଷା, ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର ବ୍ୟବସ୍ଥା

ସାମୁଦ୍ରିକ ଝଡ଼ ‘ୟାସ୍’ ଦ୍ଵାରା ସଂଘଟିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହର ପୁନରୁଦ୍ଧାର ନିମନ୍ତେ

ଶକ୍ତିମନ୍ତ୍ରୀଙ୍କ ‘ୟାସ୍ ବାତ୍ୟା ପ୍ରସ୍ତୁତି ସମୀକ୍ଷା, ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର ବ୍ୟବସ୍ଥା

ଭୁବନେଶ୍ବର, ସାମୁଦ୍ରିକ ଝଡ଼ ‘ୟାସ୍’ ଦ୍ଵାରା ସଂଘଟିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହର ପୁନରୁଦ୍ଧାର ନିମନ୍ତେ ନିଜକୁ ପ୍ରସ୍ତୁତ ରଖୁବାକୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ସମସ୍ତ ବିତରଣ କମ୍ପାନୀ, ଗ୍ରୀଡ଼କୋ, ଓପିଟିସିଏଲ୍, ପିଜିସିଆଇଏଲ୍ ଓ ଏଟିପିସିର ଅଧୁକାରୀମାନଙ୍କୁ ନେଇ ଏକ ଭଟୁଆଲ ବୈଠକରେ ସମୀକ୍ଷା କରି କହିଛନ୍ତି । ଏଥୁପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଏକ ବ୍ଲ ପ୍ରିଣ୍ଟ ତିଆରି ସହ ମାନବସମ୍ବଳ ବିନିଯୋଗ, ଯନ୍ତ୍ରପାତିର ଉପଯୋଗ ଓ ସରଞ୍ଜାମ ଉପଲବ୍ଧ ଆଦିକୁ ପ୍ରଭାବୀ ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ଗତ ଅନବେଳେ ବିଦ୍ୟୁତ କର୍ମଚାରୀମାନେ ଯେଉଁ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ ସେବାର ପୁନରୁଦ୍ଧାର କରିଥିଲେ ତା’ର ଭୂୟସୀ ପ୍ରଶଂସା କରିବା ସହ ଏଥର ମଧ୍ୟ ଆମକୁ ସମାନ ଧରଣର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏ ଦିଗରେ ଉପଯୁକ୍ତ ପ୍ରସ୍ତୁତିର ନେତୃତ୍ବ ନେଇଥିବାରୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । କର୍ମଚାରୀଙ୍କ ନିୟୋଜନବେଳେ ଯେପରି ତାଙ୍କର ସୁରକ୍ଷା, ରହିବା, ଖାଦ୍ୟପେୟ ଇତ୍ୟାଦିରେ କୌଣସି ପ୍ରକାର ସମସ୍ୟା ନଉପୁଜେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗୁଆ ଭାବେ ଆବଶ୍ୟକୀୟ ବିଦ୍ୟୁତ ଉପକରଣ ସମ୍ଭାବ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ମହଜୁଦ ରଖୁବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । 

ତା’ଛଡ଼ା ବିଦ୍ୟୁତଜନିତ ଧନଜୀବନ ହାନି ଯେପରି ନଘଟେ ସେଥ୍ୟପାଇଁ ଧ୍ୟାନ ଦେବାକୁ ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ-ମୃତ୍ୟ ମିଶନକୁ ସଫଳ କରିବାକୁ ସେ ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଅଧୁକାରୀମାନେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧୁମାନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସହଯୋଗ ନେବାକୁ କହିଲେ । ସେ କହିଲେ ଯେ ତା'ଛଡ଼ା ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଜିଲ୍ଲା ପ୍ରଶାସନ ସହିତ ଲଗାତାର ସଂପର୍କରେ ରହିବା ଏବଂ ସର୍ବଦା ଆଖୁ ଓ କାନ ଖୋଲା ରଖୁବାକୁ ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍‌ପିଟାଲ୍‌ଗୁଡ଼ିକ କାର୍ଯ୍ୟକ୍ଷମ ରହିଛି । ତେଣୁ ଏହି ବାତ୍ୟା ସମୟରେ କିପରି ବିକଳ୍ପ ଜରିଆରେ ବିଦ୍ୟୁତ ଯୋଗାଣ କରାଯିବ ସେଥିପାଇଁ ପ୍ରକୃତ ଆକଳନ କରି ଡିଜି ସେଟ୍ ଉପଲବ୍ଧ କରିବାକୁ ହେବ ।

ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ସଦର ମହକୁମା, କୋଭିଡ୍ ହସ୍‌ପିଟାଲ୍, ଅକ୍ସିଜେନ ପ୍ଲାଣ୍ଟ, ବ୍ଳକ୍ ମୁଖ୍ୟାଳୟ, ପାଣିପମ୍ପ ପ୍ରଭୃତି ସ୍ଥାନକୁ ଅଗ୍ରାଧକାର ଭିରିରେ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ତରଫରୁ ଆବଶ୍ୟକୀୟ ମାନବସମ୍ବଳ ଓ ଉପକରଣ, ଯାନବାହନ ଆଦି ଆଗୁଆ ଭାବେ ପ୍ରସ୍ତୁତ ରଖାଯାଇଥିବା ପ୍ରକାଶ କରାଯାଇଥିଲା । ଏଥି ସହିତ ତ୍ବରିତ କାର୍ଯ୍ୟାରମ୍ଭ ସକାଶେ ବିଭିନ୍ନ । ସ୍ଥାନରେ ବିଦ୍ୟୁତ ଖୁଣ୍ଟ, କେବୁଲ, ତାର, ଟ୍ରାନ୍ସଫରମର୍, ଶକ୍ତିଚାଳିତ କରତ, ବାଉଁଶ ସିଡ଼ି, ଡବଲ ପୁଲି, ହାଇଡ୍ରା ମେସିନ୍, ପୋଲ ମାଷ୍ଟର, ୱେଟିଂ ମେସିନ୍, ଆସ୍କା ଲାଇଟ୍, ଡିଜି ସେଟ୍, ଟର୍ଚ୍ଚ ଲାଇଟ୍, ଭ୍ରାମ୍ୟମାଣ ପାୱାର ବ୍ୟାଙ୍କ, ଫାଷ୍ଟ-ଏଡ୍ ବକ୍ସ, କର୍ମଚାରୀମାନଙ୍କ ପାଇଁ ଶୁଖୁଲା ଖାଦ୍ୟ, ଔଷଧ, ସାପ ବିଷନାଶକ ଔଷଧ ଆଦି ମହଜୁଦ୍ ରଖାଯାଇଥିବା କୁହାଯାଇଛି । 

ଏଣୁ ସହିତ କର୍ମଚାରୀମାନଙ୍କ ସକାଶେ ବର୍ଷାତି ପୋଷାକ, ମାସ୍କ, କ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ଠୁଳ କରାଯାଇଥିବା ଜଣାପଡ଼ିଛି । ଆସନ୍ତାକାଲିଠାରୁ ବିଦ୍ୟୁତ କମ୍ପାନୀଗୁଡ଼ିକ ଏବଂ ଓପିଟିସିଏଲ୍ ତରଫରୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରକାଶ କରାଯିବ । ତା’ଛଡ଼ା ଆସନ୍ତାକାଲିଠାରୁ ମର୍ତ୍ତି କରାଯାଇ କର୍ମଚାରୀମାନଙ୍କୁ ତ୍ବରିତ ସେବା ଏବଂ ପୁନରୁଦ୍ଧାର ଉପରେ ତାଲିମ ଦିଆଯିବ । କମ୍ପାନୀର ମୁଖ୍ୟ ପରିଚାଳକମାନଙ୍କୁ ସ୍ୟାଟେଲାଇଟ୍ ଫୋନ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଫଳରେ ବିଶେଷ ଯୋଗାଯୋଗ ସମସ୍ୟା ଉପୁଜିଲେ ତାହା କାର୍ଯ୍ୟରେ ଆସିବ । ଆଜି ‘ୟାସ୍’ ଦ୍ଵାଟ-ଅପ୍ ଗୁପ୍ ସୃଷ୍ଟି କରି ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ସକାଶେ ପଦକ୍ଷେପ ନିଆଯାଇଛି।

ଆଜିର ଏହି ସମୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା, ନିର୍ଦ୍ଦେଶକ(ଅର୍ଥ) ଶ୍ରୀ ଗଗନ ବିହାରୀ ସ୍ବାଇଁ, ନୋଡାଲ ଅଧୁକାରୀ, ଡିସ୍‌କମ୍ ଶ୍ରୀ ଉମାକାନ୍ତ ସାହୁ, ଗ୍ରୀକୋର ବାଣିଜ୍ୟ ଓ କାରବାର ବିକାଶ ନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର ପ୍ରସାଦ ପତି, ନିର୍ଦ୍ଦେଶକ (ଅପରେସନ) ଶ୍ରୀ ବି.ବି. ମେହେଟ୍ଟାଙ୍କ ସମେତ ଟିପିଏଓଡ଼ିଏଲ୍, ଟିପିସିଓଡିଏର ମୁଖ୍ୟ ନିର୍ବାହୀ ଏବଂ ଅନ୍ୟ ସର୍କଲର ପ୍ରତିନିଧ୍ୟ ଅଧୁକାରୀଗଣ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget