loading...

ଆନ୍ଧ୍ରକୁ ଚାଲିଥିଲା ଗୋରୁ ଚାଲାଣ, ଗଞ୍ଜାମ ଜିଲ୍ଲା ବରାଙ୍ଗ ଗ୍ରାମରେ ଗାଁ ଲୋକଙ୍କ ହାବୁଡରେ ପଡିଗଲେ ବେପାରୀ

ଆନ୍ଧ୍ରକୁ ଚାଲିଥିଲା ଗୋ ଚାଲାଣ। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡିଗଲେ ବେପାରୀ। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ

ଆନ୍ଧ୍ରକୁ ଚାଲିଥିଲା ଗୋରୁ ଚାଲାଣ, ଗାଁ ଲୋକଙ୍କ ହାବୁଡରେ ପଡିଗଲେ ବେପାରୀ

ଗଞ୍ଜାମ, ଆନ୍ଧ୍ରକୁ ଚାଲିଥିଲା ଗୋ ଚାଲାଣ। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡିଗଲେ  ବେପାରୀ। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ ଦୁଇଟି ଗାଡିରେ ମଇଁଷି ସହ ଗୋରୁ ବୋଝେଇ ପିକଅପ ଭେନକୁ ଅଟକାଇ ପୋଲିସ ଜିମା ଦେଲେ ଗ୍ରାମବାସୀ । ୧୮ ଟି ମଇଁଷି ସମେତ ଗାଈ ଉଦ୍ଧାର କରାଯାଇଥିବା ବେଳେ  ୬ ଜଣ ଆନ୍ଧ୍ର ଚାଲାଣକାରୀଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ପାତ୍ରପୁର ବ୍ଲକ ଜଗନ୍ନାଥପୁରରୁ ଆନ୍ଧ୍ର ପ୍ରଦେଶକୁ ରାତିରେ ମଇଁଷି ସହ ଗାଈକୁ ଚାଲାଣ କରୁଥିବା ଗ୍ରାମବାସୀ ସୂଚନା ପାଇଥିଲେ। ଏହା ପରେ ବରଙ୍ଗରେ ଗୋରୁ ବୋଝେଇ ଗାଡିକୁ ଅଟକ ରଖି ସ୍ଥାନୀୟ ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜରଡା ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହ ୧୮ ମଇଁଷି ଓ ଗାଈକୁ ଉଦ୍ଧାର କରି ୬ ଜଣ ଆନ୍ଧ୍ର ବ୍ୟବସାୟୀଙ୍କ ସମେତ ଦୁଇଟି ଗାଡି ଜବତ କରି ଥାନାକୁ ନେଇଛି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget