ଭୁବନେଶ୍ୱର, ୦୧ ଜୁନ, ୨୦୨୧ ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଣୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧୁକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧୁକ ସଶକ୍ତ କରିବା ସହ ଭିଭିଭୂମିର ବିକାଶ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ । ଯେ ପ୍ରାଣୀମାନଙ୍କ ଉପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଣୁର ଆଚରଣ ଅମାନବୀୟ ଓ ବର୍ଜନୀୟ । ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ସଠିକ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି ।
ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧୁକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଣୁ ସହିତ ବହୁଳ ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ବୟ ରକ୍ଷା କରାଯିବା ସହିତ ଅଧୁକ ସଂଖ୍ୟକ ଅନୁଷ୍ଠାନ ଗଠନ ଦିଗରେ ପ୍ରୋତ୍ସାହିତ କରାଯାଉଛି । ବୈଠକରେ ଯୋଗଦେଇଥିବା ସଦସ୍ୟ ମାନେ ଜିଲ୍ଲାସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧୁକ କଡ଼ାକଡ଼ି କରାଯିବା ଓ ପ୍ରାଣୀ ମଙ୍ଗଳ ଆଇନ ସଂପର୍କରେ ଅଭିଜ୍ଞ ନିରୀକ୍ଷକ ଓ କର୍ମଚାରୀଙ୍କୁ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ କରାଯିବା ଉପରେ ଗୁରୁତ୍ବ ଦେଇଥିଲେ । ଏଣୁ ସହିତ ଜିଲ୍ଲାସ୍ତରରେ ଥିବା ସୋସାଇଟି ଫର ପ୍ରିଭେନ୍ସନ୍ ଟୁ ଆନିମଲସ୍କୁ ଅଧୁକ ସୁଦୃଢ଼ କରାଯିବା ସହ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡରେ ପୂର୍ଣ୍ଣକାଳୀନ ଅକାରୀ ଓ କର୍ମଚାରୀ ନିୟୋଜନ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।
ବିଭିନ୍ନ ଗୋଶାଳା ଏବଂ ପ୍ରାଣୀ ମଙ୍ଗଳ ଅନୁଷ୍ଠାନଗୁଡ଼ିକୁ । ଦିଆଯାଉଥିବା ଅନୁଦାନର ଅଡିଟ୍ ବ୍ୟବସ୍ଥା ଉପରେ ସଭ୍ୟମାନେ ଗୁରୁତ୍ବ ଦେଇଥିଲେ । ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ମୋରଡ଼ା ବିଧାୟକ ଶ୍ରୀ ରାଜ କିଶୋର ଦାସ, ଓଡ଼ିଶା ଭେଟେରିନାରୀ କାଉନ୍ସିଲର ଡ. ବଳରାମ ମିଶ୍ର, ଭାରତୀୟ ଗୋ ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥାର ଶ୍ରୀ ପ୍ରଫୁଲ୍ଲ ବିଶୋଇ, ଗୁରୁ ଗୋବିନ୍ଦ ଗୋସେବା ଆଶ୍ରମର ଶ୍ରୀ ଗୋପୀନାଥ କରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ପ୍ରତିନିଧ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Post a Comment