ଭୁବନେଶ୍ୱର, ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପୂର୍ବତନ ଅଧ୍ୟକ୍ଷ ଅବଦୁଲ ବାରୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ଵର୍ଗତ ବାରୀ ଛାତ୍ର ଜୀବନରୁ କଂଗ୍ରେସ ଦଳ ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରିଆସୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ବହୁ ବର୍ଷ ଧରି ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ସଂଖ୍ୟାଲଘୁ ସଂପ୍ରଦାୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଜୀବନବ୍ୟାପି ପ୍ରଚେଷ୍ଟା ଜାରି ରଖିଥିଲେ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ସଂକଟ ସମୟରେ ସେ ଫହଚି ସହାୟତା ପ୍ରଦାନ କରୁଥିଲେ । ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସଂପ୍ରଦାୟ ଅଧ୍ୟକ୍ଷ ଦାୟିତ୍ବରେ ଥିବା ବେଳେ ସେ ଅନେକ ଥର ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସଂପ୍ରଦାୟର ସମ୍ମିଳନୀ ସଫଳ ଭାବରେ ଆୟୋଜନ କରିଥିଲେ । ସ୍ୱର୍ଗତ ବାରୀ ଜଣେ ସୁସଂଗଠକ ଥିଲେ । ଅନ୍ୟପକ୍ଷରେ ସେ ଜଣେ ମେଳାପି, ପରୋପକାରୀ, ବନ୍ଧୁବତ୍ସଳ ଏବଂ ଉତମ ବ୍ୟବହାର ସଂପନ୍ନ ବ୍ୟକ୍ତିଥିଲେ । ତାଙ୍କର ବିୟୋଗ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ବର୍ଗତ ବାରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସଂପ୍ରଦାୟର ପୂର୍ବତନ ଅଧ୍ୟକ୍ଷ ଅବଦୁଲ ବାରୀଙ୍କ ବିୟୋଗରେ ପିସିସି କାର୍ଯ୍ୟାଳୟରେ ଶୋକସଭା ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝାଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପୂର୍ବତନ ଅଧ୍ୟକ୍ଷ ଅବଦୁଲ ବାରୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ମାଝା କହିଛନ୍ତି ଯେ ସ୍ଵର୍ଗତ ଅବଦୁଲ ବାରୀଙ୍କ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ସମାଜସେବା ଏବଂ କଂଗ୍ରେସ ଦଳରେ ତାଙ୍କର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସେ ଆମନିକଟରେ ସ୍ମରଣୀୟ ହୋଇ ରହିବେ । ସେ ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଦାୟିତ୍ବ ବହନ କରିଥିଲେ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ କିପରି ସୁରକ୍ଷିତ ରହିବେ ଏବଂ ନ୍ୟାୟପ୍ରାପ୍ତ ହେବେ ସେ ଦିଗରେ ତାଙ୍କର ଉଦ୍ୟମ ଓ କାର୍ଯ୍ୟକ୍ରମ ପ୍ରଶଂସନୀୟ ଥିଲା ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ସ୍ଵର୍ଗତ ଅବଦୁଲ ବାରୀଙ୍କ ସହ ତାଙ୍କର ଦୀର୍ଘ ୪୦ ବର୍ଷର ସଂପର୍କ । ସେ କେବଳ ଜଣେ ରାଜନେତା ନୁହେଁ ଜଣେ ଉଚ୍ଚକୋଟୀର ସମାଜସେବୀ । ତାଙ୍କର ବିୟୋଗରେ ଆମେ ସମସ୍ତେ ମର୍ମାହତ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ, ୟାସିର ନୱାଜ, ପତ୍ନାକର ଗୁରୁ, ହଳଧର ସେଠୀ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଦୀପକ ମହାପାତ୍ର, କହ୍ନେଇ ସେଠୀ, ଜିଆଉଲ ହକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment