loading...

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଟିତ

ସଂପ୍ରତି ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଇ ୨୫ ଓ ୨ ୬ ତାରିଖ ବେଳକୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଟିତ

ଭୁବନେଶ୍ବର, ସଂପ୍ରତି ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଇ ୨୫ ଓ ୨ ୬ ତାରିଖ ବେଳକୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥଙ୍କ ଉପସ୍ଥିତିରେ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଜି ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଯଥା ପଂଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର , ଭଦ୍ରକ , ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି । 

ବୈଠକରେ ମୁଖ୍ୟ ଯବୀବନ୍ୟା ନିୟନ୍ତ୍ରଣ, ମୁଖ୍ୟ ଯବୀ-ଡ୍ରେନେଜ, ସଂପୃକ୍ତ ଜିଲ୍ଲା ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର, ଅକ୍ଷଣ ଯନ୍ତ୍ରୀ ଏବଂ ବୃହତ୍,ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରାଯାଇ ସେମାନେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କିପରି ପ୍ରସ୍ତୁତି କରି ଛଛି, ସେ ସଂପର୍କରେ ଅବଗତ ହୋଇଥିଲେ । କୌଣସି ପରିସ୍ଥିତିରେ ମଧ୍ୟ ବିଭାଗୀୟ ପ୍ରସ୍ତୁତିରେ ଅବହେଳା ନ କରିବାକୁ ପ୍ରମୁଖ ଶାସନ ସଚିବ ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉକି ୨ ଦିନ ପୂର୍ବେ ପ୍ରମୁଖ ଶାସନ ସଚିବ ସଂପୃକ୍ତ ସମସ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତି ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପହଁଚିବା ନେଇ ସଠିକ୍ ସମୟ ଆକଳନ କରାଯାଇ ନଥିଲେ ମଧ୍ୟ ଆଜି ଠାରୁ ବିଭାଗୀୟ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ(ସେଚ ସଦନ), ସମସ୍ତ ଜିଲ୍ଲାରେ ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହା ମଧ୍ୟ ସର୍କଲ ସ୍ତରରେ ଓ ଡିଭିଜନ ସ୍ତରରେ କାର୍ଯ୍ୟ କରିବ । ଏହି ନିୟନ୍ତ୍ରଣ କକ୍ଷଗୁଡିକ ମଧ୍ୟ ଆଗାମୀ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପୂର୍ତ୍ତ ବିଭାଗ ଏବଂ ଗ୍ରାମ ଉନ୍ନୟନ ବିଭାଗଙ୍କ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ନିୟନ୍ତ୍ରଣ କକ୍ଷ ସହିତ ଏହି ଟେଲିଫୋନ୍ ନମ୍ବର ଯୋଗାଯୋଗ ରଖି କାର୍ଯ୍ୟ କରିବ । 

କ୍ଷେତ୍ର ସ୍ତରରେ ଥିବା କନିଷ୍ଠ । ଯବୀ, ସହାକାରୀ ନିର୍ବାହୀଯନ୍ତ୍ରୀମାନଙ୍କୁ ଏକ ପକେଟ୍ ଡାଏରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ କି ସେମାନେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କଠାରୁ ଆରମ୍ଭ କରି ସମସ୍ତ ଯନ୍ତ୍ରୀ, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଥାନୀୟ ସଂରଫଚଙ୍କ ନମ୍ବର ରଖିବେ । ବିଭାଗୀୟ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନେ କ୍ଲାସ୍ ଆପ ଗୃପ ମାଧ୍ୟମରେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ରହି କାର୍ଯ୍ୟ କରିବେ ଓ ଆବଶ୍ୟକ ପ୍ରସ୍ତୁତି କରିବେ । ସେହିପରି ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଟେଲିଫୋନ୍ ଡିରେକ୍ଟୋରୀ ରହିବ ଏବଂ ସେଥିରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ସହିତ ନସର ଉପଲବ୍ଧ ହେବ।

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ରହିଥିବା ମାନବ ସଂବଳ ଓ ମେସିନ୍ ଥୁବା ସ୍ଥାନୀୟ ଜଣ୍ଡାକ୍ତରମାନଙ୍କ ଟେଲିଫୋନ୍ ନମ୍ବର ସମ୍ପୂର୍ଣ୍ଣ ତଥ୍ୟ ସହ ତୁରନ୍ତ ବିଭାଗକୁ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଅଭ୍ୟାସ ଦୃଷ୍ଟିରୁ ଓଡ଼ିଶା କନ୍‌ଷ୍ଟ୍ରନ୍ କର୍ପୋରେସନ ଲି(ଓସିସି)କୁ ସେମାନଙ୍କ ପାଖରେ ଥିବା ଏହି ତଥ୍ୟ ମଧ୍ୟ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଛଡାଳ ପଡି ନଦୀବନ୍ଧ ବା ରାସ୍ତା ଅବରୋଧ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭାଗରେ ରହିଥିବା ଗଛକଟା ବା ଗଛଡାଳ କଟା ଯବଗୁଡିକୁ କାର୍ଯ୍ୟକ୍ଷମ ରଖାଯିବା, ବିଭାଗରେ ଉପଲବଧ ଜେନେରେଟେର ସେଟ ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ଓ ଜଳ ଭଣ୍ଡାରରେ ଜଳର ପରିମାଣ ସଂପର୍କରେ ନିୟମିତ ସୂଚନା ଦାୟିତ୍ବରେ ଥିବା ଯନ୍ତ୍ରୀ ଏବଂ କର୍ମଚାରୀମାନେ ଗୁଗୁଲ ସିଟ୍ ବ୍ୟବସ୍ଥାରେ ଅପଲୋଡ୍ କରିବେ । 

ବିଭିନ୍ନ ଛୋଟ ଛୋଟ ନାଳରେ ଥିବା କଲଭର୍ଟ ସ୍ଥାନରେ ଜମି ରହିଥିବା । ଦଳ, ଘାସ ଇଦ୍ୟାଦିକୁ ସଫା କରାଯିବା ଆବଶ୍ୟକ, ଯଦ୍ବାରା କି ଜଳ ପ୍ରବାହ ଅବାଧରେ ହୋଇପାରିବ । ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟଯନ୍ତ୍ରୀ ଡ୍ରେନେଜଙ୍କ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଫଳରେ ଲଗାଣ ବର୍ଷା ଯୋଗୁଁ ଯେଉଁ ସବୁ ତଳିଆ ଅଂଚଳରେ ବର୍ଷା ଜଳ ଜମି ରହବାର ସମାବନା ରହିଛି ଏବଂ ଏ ସଂପର୍କରେ ନିର୍ବାହୀ ଯନ୍ତ୍ରୀମାନଙ୍କର ପୂର୍ବ ଅଭିଜ୍ଞତା ରହିଛି ଓ ଜିଲ୍ଲା ପ୍ରଶାସନ ନିକଟରେ ସେସବୁର ଖବର ରହିଛି, ସେସବୁ ସ୍ଥାନରେ ଜଳ ନିଷ୍କାସନ ନେଇ ପ୍ରସ୍ତୁତି ରହିବାକୁ ମୁଖ୍ୟ ଯନ୍ତ୍ରୀ ଡ୍ରେନେଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ନିର୍ଦ୍ଦେଶ ଅନୁସାରେ କେତେକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ଆବଶ୍ୟକ ବାଉଁଶ, ବଲା, ବାଲିବସ୍ତା ଆଦି ମହଜୁଦ ରଖାଯାଇଛି ଓ ଏହି କାର୍ଯ୍ୟ ଜାରି ରହିଛି । 

ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର କୁଳିଆ ଅଂଚଳରେ ଲୁଣି ପାଣି ପ୍ରବେଶକୁ ରୋକିବା ପାଇଁ ସୁଇସ୍‌ ଗେଗୁଡିକୁ ବନ୍ଦ ରଖାଯିବା ଓ ପରିସ୍ଥିତି ସୁଧୁରିଲେ ଉପରପାଣି ନିଷ୍କାସନ ପାଇଁ ସ୍କୁଇସ୍‌ ଗେଟ୍ ଖୋଲିବା ବ୍ୟବସ୍ଥା କରାଯିବ । ଏଣୁ ସହିତ ବିଭିନ୍ନ ଡାମର ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀମାନେ ୨୪ ଘଣ୍ଡିଆ ପାଟ୍ରୋଲିଂ କରିବେ ଏବଂ ଆବଶ୍ୟକତା ଅନୁସାରେ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପରାମର୍ଶ କ୍ରମେ ଜଳଭଣ୍ଡାର ଗେଟ୍ ଗୁଡିକ ଖୋଲାଯିବ । ସେଗୁଡିକର ପରିଚାଳନା ପାଇଁ ଜେନେରେଟର କାର୍ଯ୍ୟକ୍ଷମ ରଖାଯିବା ଓ ଏହାର ପରିଚାଳକ ପ୍ରସ୍ତୁତ ରହିବା ସହିତ କ୍ଷୁଦ୍ର ଜଳ ଭଣ୍ଡାର ଗୁଡିକ ପରିଚାଳନା ପାଇଁ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନଙ୍କୁ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଜଳ ପ୍ରହାହକୁ ଅବାଧ କରାଯିବା ପାଇଁ ଆଜି ବନ୍ଧଗୁଡିକର ସୁଇଙ୍ଗେଟ୍ ଖୋଲା ରଖାଯିବା, ବନ୍ୟା ନିୟନ୍ତ୍ରଣ କକ୍ଷକୁ ସଂପୃକ୍ତ ସମସ୍ତେ  ନିଶ୍ଚିତ ଭାବେ ସମୟାନୁସାରେ ବନ୍ୟା, ବାତ୍ୟା ସଂପର୍କିତ ବାର୍ତ୍ତା ପ୍ରେରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସଦର ମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଏହି ୧୦ଟି ଜିଲ୍ଲା ବ୍ୟତୀତ ସଂଲଗ୍ନ ଜିଲ୍ଲାଗୁଡିକର ବିଭାଗୀୟ ଅଧିକାରୀ ଓ ଯବୀମାନଙ୍କୁ ସେମାନଙ୍କର ସଦରମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯଘାରା କି ସେମାନେ ଆବଶ୍ୟକ ସମୟରେ ପ୍ରଭାବିତ ନିକଟସ୍ଥ ଜିଲ୍ଲାକୁ ମୁତୟନ ହୋଇପାରିବେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭାଗର ବରିଷ୍ଠ ପଦାଧିକାରୀ ବିଭିନ୍ନ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ବୈଠକରୁ ଜଣାଯାଇଛି ଓ ଏହି କ୍ରମରେ ବାଲେଶ୍ବର ଜିଲ୍ଲାକୁ ବିଭାଗୀୟ ବରିଷ୍ଠ ଅଧିକାରୀ ଗସ୍ତ କରିଥିବା ଜଣାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget